ତିନିଗଟ୍ ଦଃଙ୍ଗ୍ଳାର୍ କଃତା
14 ୨୫:୧୪ ଲୁକ ୧୯:୧୧-୨୭. "ଗଟ୍ ଦିନ୍ ଗଟ୍ ଲକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ କୁଦିକଃରି ଅଃହ୍ଣାର୍ ସଃବୁ ଦଃନ୍ବିତ୍ ତାକାର୍ ଆତେ ସଃର୍ହି ଦିଲା, ଆର୍ ବିଦେସ୍ ଜଃଉଁକେ ବାରାୟ୍ଲା, ସଃର୍ଗ୍ ରାଇଜ୍ ଇହର୍ । 15 ସେ ଗଟ୍ ଲକ୍କେ ହାଁଚ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଦୁୟ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଗଟେକ୍ ଅଃଜାର୍ ରୁହା ଟଃକା, ଇରଃକମ୍ ସେମଃନ୍କେ ସେମଃନାର୍ ହାର୍ତା ସଃକାତ୍ ଦଃକି ଦଃୟ୍କଃରି, ସେ ବିଦେସ୍ ଗଃଲା । 16 ଜୁୟି ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ସଃଙ୍ଗେ ସଃଙ୍ଗେ ସେରି ବେବାର୍ କଃରି ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା । 17 ସେରଃକମ୍ ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ହେଁ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା । 18 ମଃତର୍ ଜୁୟି ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ଁ ରିଲା, ସେ ଜାୟ୍ ଗଟ୍ କାଲ୍ କଃଣି ଅଃହ୍ଣାର୍ ସାଉକାରାର୍ ସେ ଟଃକାକ୍ ତହିକଃରି ମାଟାୟ୍ ଲୁକାୟ୍ ରିଲା ।"
19 "ବୁତେକ୍ ଦିନାର୍ ହଃଚେ ସେ ଗତିଦଃଙ୍ଗ୍ଳାମଃନାର୍ ସାଉକାର୍ ବାଉଳି ଆସି ସେମଃନାର୍ ସଃଙ୍ଗ୍ ତଃହ୍ଣା ଦଃୟ୍ରିଲା ଟଃକାର୍ ଇସାବ୍ କଃରୁକେ ଦଃର୍ଲା । 20 ଜୁୟି ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଆଣି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ହାଁଚ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍, ଅଃବେ ମୁଁୟ୍ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ବେବାର୍ କଃରି ଲାବ୍ କଃରି ଆଚି ।’ 21 ତାର୍ ସାଉକାର୍ ତାକ୍ କୟ୍ଲା, ‘ବଃଡେ ସଃତ୍, ଆର୍ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ମୁଁୟ୍ ତକେ ବୁତେକ୍ ବିସୟେ ଅଃଦିକାର୍ ଦଃୟ୍ନ୍ଦ୍, ତୁୟ୍ ତର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’"
22 "ତାର୍ହଃଚେ ଜୁୟି ଦଃଙ୍ଗ୍ଳା ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ଦୁୟ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍ ମୁଁୟ୍ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃରି ଆଚି ।’ 23 ତାର୍ ସାଉକାର୍ ତାକ୍ କୟ୍ଲା, ‘ତୁୟ୍ ବଃଡେ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ତକେ ବୁତେକ୍ କଃତା ଉହ୍ରେ ଅଃଦିକାର୍ ଦଃୟ୍ନ୍ଦ୍ । ତୁୟ୍ ଅଃହ୍ଣାର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’"
24 "ତାର୍ହଃଚେ ଜୁୟି ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ଦଃକ୍, ତୁୟ୍ ବଃଡେ ଅଃଟୁଆ ମଃନାର୍ ଲକ୍ । ତୁୟ୍ ଜୁୟ୍ତି ବୁଣି ନଃରେସି ସେତି କାଟ୍ସି ଆର୍ ଜୁୟ୍ତି ତୁୟ୍ ଉଡାଳି ନଃରେସି ସେତି ରୁଣ୍ଡାଉସି, ଇରି ମୁଁୟ୍ ଜାଣିରିଲେ । 25 ଇତାର୍ ଗିନେ ମୁଁୟ୍ ତକେ ଡିରିକଃରି ତର୍ ଟଃକାକ୍ ମାଟିତଃଳେ ତହି ଲୁକାୟ୍ ସଃଙ୍ଗାୟ୍ ରିଲେ, ଦଃକ୍ ତୁୟ୍ ନିଜାର୍ ଟଃକା ହାୟ୍ଲିସ୍ ।’"
26 "ମଃତର୍ ତାର୍ ସାଉକାର୍ ତାକ୍ କୟ୍ଲା, ‘ଏରେ ଦୁସ୍ଟ୍ ଆର୍ ଅଃଳ୍ସିଆ ଗତିଦଃଙ୍ଗ୍ଳା, ମୁଁୟ୍ ଜୁୟ୍ତି ବୁଣି ନଃରେୟ୍ ସେତି କାଟିନ୍ଦ୍, ଆର୍ ଜୁୟ୍ତି ତାସ୍ ଉଡାଳି ନଃକେରି ସେତି ରୁଣ୍ଡାୟ୍ନ୍ଦ୍, ଇରି କାୟି ତୁୟ୍ ଜାଣିରିଲିସ୍ ? 27 ତଃବେ ତୁୟ୍ କଃଣ୍ତର୍ ଲାଗାୟ୍ ରିଲେକ୍, ମୁଁୟ୍ ଆସି କଃଣ୍ତର୍ ସଃଙ୍ଗ୍ ମର୍ ଟଃକା ହାୟ୍ଲେହୁଣି ।’
28 ଆରେକ୍ ସାଉକାର୍ କୟ୍ଲା, ‘ଇ ଲକାର୍ ତଃୟ୍ହୁଣି ଇ ଟଃକା ନଃୟ୍ ଜାର୍ ଦଃସ୍ ଅଃଜାର୍ ଟଃକା ଆଚେ, ତାକ୍ ଦିଆସ୍ । 29 ୨୫:୨୯ ମାତି ୧୩:୧୨; ମାର୍କ ୪:୨୫; ଲୁକ ୮:୧୮.ବଃଲେକ୍ ଜୁୟି ଲକାର୍ ଆଚେ ତାକ୍ ଦିଆ ଅୟ୍ଦ୍ ଆର୍ ତାର୍ ଜଃବର୍ ଅୟ୍ଦ୍ । ମଃତର୍ ଜାର୍ ନାୟ୍, ତାର୍ ହାକ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ । 30 ୨୫:୩୦ ମାତି ୮:୧୨; ୨୨:୧୩; ଲୁକ ୧୩:୨୮.ଆର୍ ତୁମିମଃନ୍ ଇ ଅଃଳ୍ସିଆ ଗତିଦଃଙ୍ଗ୍ଳାକ୍ ହଃଦାୟି ଅଃନ୍ଦାରେ ହଃକାଉଆ, ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।’"