ଜିସୁକେ ବାନ୍ଦି ନିଲାୟ୍
47 ଜିସୁ ଇ କଃତା କଃଉତି ରିଲାବଃଳ୍, ବାରଗଟ୍ ଚେଲାମଃନାର୍ ବିତ୍ରେ ଇସ୍କାରିଅତ୍ ଜିଉଦା ନାଉଁଆର୍ ଗଟ୍ ଚେଲା ଆର୍ ତାର୍ ସଃଙ୍ଗ୍ ଗଟ୍ମଃନ୍ଦା ଲକ୍ କଃଣ୍ଡା ଆର୍ ଟେଙ୍ଗା ଦଃରିକଃରି ଆୟ୍ଲାୟ୍, ସେମଃନ୍କେ ବଃଡ୍ ଜାଜକ୍ ଆର୍ ଲକ୍ମଃନାର୍ ପାରାଚିନ୍ମଃନ୍ ହଃଟାୟ୍ ରିଲାୟ୍ ।