ଜିସୁକେ ସୟ୍ତାନାର୍ ପରିକ୍ୟା
1 ୪:୧ ଏବ୍ରି ୨:୧୮; ୪:୧୫. ଇତାର୍ହଃଚ ସୟ୍ତାନ୍ ତଃୟ୍ହୁଣି ପରିକ୍ୟା କଃରାୟ୍ ଅଃଉଁକେ ପବିତ୍ର ଆତ୍ମା ଜିସୁକେ ସୁକ୍ଲା ବଃଟାୟ୍ କାଡାୟ୍ ନିଲି ।୪:୧ଏବ୍ରି ୨:୧୮; ୪:୧୫. 2 ଆରେକ୍ ଜିସୁ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ଉହାସ୍ ରିଲା ହଃଚେ, ତାକ୍ ବେସି ବୁକ୍ ଲାଗ୍ଲି । 3 ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, "ତୁୟ୍ ଜଦି ଇସ୍ୱରାର୍ ହୟିସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।"
4 ମଃତର୍ ଜିସୁ ଉତୁର୍ ଦିଲା, "ଦଃର୍ମ୍ସାସ୍ତରେ ଲେକା ଆଚେ,
‘ମାନାୟ୍ ଅଃବ୍କା ରୁଟି କାୟି କଃରି ଜିବନ୍ ନଃରେୟ୍,
ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’"୪:୪ବିବ ୮:୩.
5 ଇତାର୍ହଃଚ ସୟ୍ତାନ୍ ଜିସୁକେ ପବିତ୍ର ଗଃଳ୍ ଜିରୁସାଲମେ ନଃୟ୍ ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି, 6 "ତୁୟ୍ ଜଦି ଇସ୍ୱରାର୍ ହୟିସି, ତଃବେ ଇତି ହୁଣି ତଃଳେ ଡଃଗାଉ, କାୟିତାକ୍ବଃଲେକ୍ ସାସ୍ତରେ ଲେକା ଆଚେ-୪:୬ଗିତ୍ ୯୧:୧୧-୧୨.
‘ସେ ଅଃହ୍ଣାର୍ ଦୁତ୍ମଃନ୍କେ ତକେ ବଚାଉଁକେ ଆଡର୍ ଦଃୟି ହଃଟାୟ୍ଦ୍;
ସେମଃନ୍ ତକ୍ ଆତେ ଟେକି ଦଃର୍ତି,
ତଃବେ ତର୍ ହାଦ୍ ହେଁ ଟେଳାୟ୍ ନଃହାୟ୍ ।’"
7 ଜିସୁ ତାକ୍ ଉତୁର୍ ଦିଲା, "ସାସ୍ତରେ ଆରେକ୍ ଲେକା ଆଚେ,
‘ତୁୟ୍ ନିଜାର୍ ମାପୁର୍ ଇସ୍ୱର୍କେ ପରିକ୍ୟା କଃର୍ ନାୟ୍ ।’"୪:୭ ବିବ ୬:୧୬.
8 ଆରେକ୍ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ହର୍ବାତ୍ ଟିହେ ନିଲି ଆର୍ ଜଃଗତାର୍ ସଃବୁ ରାଇଜ୍ ଆର୍ ସେ ରାଇଜାର୍ ସଃବୁ ଦଃନ୍ ଦଃକାୟ୍ କୟ୍ଲି, 9 "ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।"
10 ତଃବେ ଜିସୁ ଉତୁର୍ ଦିଲା, "ଦୁର୍ ଅଃଉ, ସୟ୍ତାନ୍ ! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପୁର୍ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’"୪:୧୦ ବିବ ୬:୧୩.
11 ତାର୍ହଃଚେ ସୟ୍ତାନ୍ ଜିସୁକେ ଚାଡି ହଃଳାୟ୍ଲି; ଆର୍ ଦୁତ୍ମଃନ୍ ଆସି ତାର୍ ସେବା କଃରୁକେ ଦଃର୍ଲାୟ୍ ।