ଜିସୁ ଚାରିଗଟ୍ ମାଚୁଆମଃନ୍କେ କୁଦ୍ଲା
18 ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟିତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ । 19 ଜିସୁ ସେମଃନ୍କେ କୟ୍ଲା, "ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପୁରାର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।"