11 ୫:୧୧ ୧ ପିତ ୪:୧୪. "ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ମର୍ ଗିନେ ଲିନ୍ଦା ଆର୍ ତାଡ୍ନା କଃର୍ତି, ଆରେକ୍ ମିଚେ ତୁମାର୍ ବିରୁଦେ ସଃବୁ ରଃକମାର୍ କଃରାପ୍ କଃତା କଃଉତି, ତଃବେ ତୁମିମଃନାର୍ ବାୟ୍ଗ୍ । 12 ୫:୧୨ ପେରି ୭:୫୨.ତୁମିମଃନ୍ ଅଃନାୟ୍ ସଃର୍ଦା କଃରା, କାୟିତାକ୍ବଃଲେକ୍ ସଃର୍ଗ୍ ହୁରେ ତୁମାର୍ ଗିନେ ଗାଦେକ୍ ପୁରିସ୍କାର୍ ଆଚେ; ସେବାନ୍ୟା ତ ତୁମାର୍ ହୁର୍ବାର୍ ବାବ୍ବାଦିମଃନ୍କେ ତାଡ୍ନା କଃରି ରିଲାୟ୍ ।"
Publicidade