19 ବଃଲେକ୍ ଜୁୟି ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟି ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟି ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ । 20 କାୟିତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜଃବେ ହଃତେକ୍ ତୁମିମଃନାର୍ କାମ୍ ଇସ୍ୱରାର୍ ଇଚା ହଃର୍କାରେ ଆର୍ ଦଃର୍ମ୍ ଗୁରୁ ଆର୍ ପାରୁସି ମଃନାର୍ ତଃୟ୍ହୁଣି ଅଃଦିକ୍ ବିସ୍ୱାସ୍ ଅୟ୍ନଃରିଲେକ୍, ତଃବେ ତୁମିମଃନ୍ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।"