ସଃତ୍ରୁକେ ଲାଡ୍ କଃରା
43 "ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ତୁମାର୍ ନିଜାର୍ ଲକ୍କେ ଲାଡ୍ କଃରା ଆର୍ ତୁମାର୍ ସଃତ୍ରୁକେ ଲାଡ୍ କଃରା ନାୟ୍ ।’ 44 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟି ଲକ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା, 45 ଜଃନ୍କଃରି ତୁମିମଃନ୍ ତୁମାର୍ ସଃର୍ଗାର୍ ଉବାଦିର୍ ହୟିସି ଅଃଉଆସ୍; ସେ ତ ମିଚ୍ ଆର୍ ସଃତ୍ ଲକାର୍ ଉହ୍ରେ ଅଃହ୍ଣାର୍ ବେଳ୍ ଉଦାଉଁଲା, ଆରେକ୍ ଦଃର୍ମି ଆର୍ ଅଃଦଃର୍ମି ଲକ୍ମଃନାର୍ ଉହ୍ରେ ବଃର୍ସା ମାରାଉଁଲା । 46 ଆର୍ ଜୁୟି ଲକ୍ମଃନ୍ ତୁମିକେ ଲାଡ୍ କଃର୍ତି, ସେମଃନ୍କେ ହଃକା ଲାଡ୍ କଃଲେକ୍ ତୁମାର୍ କାୟି ପୁରିସ୍କାର୍ ? ରିବ୍ନିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍ ! 47 ଆର୍ ତୁମିମଃନ୍ ଜଦି ନିଜାର୍ ନିଜାର୍ ବାୟ୍କ୍ ହଃକା ଜୁଆର୍ କଃରାସ୍, ତଃବେ ତୁମି ଅଃଦିକ୍ କାୟିରି କଃରୁଲାସ୍ ? ଅଜିଉଦିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍ ! 48 ବଃଲେକ୍, ତୁମିମଃନାର୍ ସଃର୍ଗାର୍ ଉବାଦି ଜଃନ୍କାର୍ ସିଦ୍, ତୁମିମଃନ୍ ହେଁ ସେବାନ୍ୟା ସିଦ୍ ଅଃଉଆ ।"