ଉହାସ୍ କଃତା
16 "ଉହାସ୍ କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ମୁଉଁ ସୁକାୟ୍ ରିଆନାୟ୍, କାୟିତାକ୍ବଃଲେକ୍ ସେମଃନ୍ ଉହାସ୍ କଃରୁଲାୟ୍ ବଃଲି ଲକ୍ମଃନ୍କେ ଦଃକାୟ୍ ଅଃଉଁକେ ଅଃହ୍ଣା ଅଃହ୍ଣାର୍ ମୁଉଁ ସୁକାୟ୍ ରେତି; ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ପୁରିସ୍କାର୍ ହାୟ୍ଁ ଆଚ୍ତି ।