ଜିସୁ ଜଳେକ୍ କାଣାକେ ଆକି ଦଃକାୟ୍ଲା
27 ଜିସୁ ସେତିହୁଣି ଜାତା ବଃଳ୍ ଜଳେକ୍ କାଣା ହଃଚେ ହଃଚେ ଜାୟ୍ ଆଉଲି ଅୟି କାଉଁକେ ଦଃର୍ଲାୟ୍, "ଏ ଦାଉଦାର୍ ହୟିସି ! ଅଃମିମଃନ୍କେ ଦଃୟା କଃର୍ ।"
28 ଆରେକ୍ ସେ ଗଃରେ ହୁର୍ଲାକେ ସେ କାଣା ମାନାୟ୍ମଃନ୍ ତାର୍ ଚଃମେ ଆୟ୍ଲାୟ୍, ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ଜେ ଇରି କଃରୁ ହାରିନ୍ଦ୍ ସେରି କାୟି ବିସ୍ୱାସ୍ କଃରୁଲାସ୍ ?"
ସେମଃନ୍ କୟ୍ଲାୟ୍, "ହେଁ ମାପୁର୍ ।"
29 ସେତାକ୍ ଜିସୁ ସେମଃନାର୍ ଆକାୟ୍ ଚୁୟ୍କଃରି କୟ୍ଲା, "ତୁମିମଃନାର୍ ବିସ୍ୱାସ୍ ହଃର୍କାରେ ତୁମିମଃନ୍କେ ଅଃଉଅ ।" 30 ତଃବେ ସେମଃନାର୍ ଆକି ଡିସ୍ଲି । ଆରେକ୍ ଜିସୁ ସେମଃନ୍କେ ଜଃଗ୍ରାତ୍ କଃରାୟ୍ କୟ୍ଲା, "ଇ କଃତା, କେଏ ଜଃନ୍କଃରି ନଃଜାଣତ୍ ।"
31 ମଃତର୍ ସେମଃନ୍ ବାରାୟ୍ ଜାୟ୍ ସେ ଦେସ୍ ଜାକେ ତାର୍ କଃତା କୟ୍ ବୁଲ୍ଲାୟ୍ ।