22 ସେମଃନ୍ ନିଜ୍କେ ଗିଆନି ବଃଲି ମଃନେ ବାବ୍ତି ମଃତର୍ ସଃତ୍କଃରି ସେମଃନ୍ ଅଗ୍ୟାନି । 23 ଆରେକ୍ ଅଃମାର୍ ଇସ୍ୱରାର୍ ସେବା ନଃକେରି ସେମଃନ୍ ନଃସ୍ଟ୍ ଅଃଉତା ମାନାୟ୍, ଚେଳେ, ଚାରିଗଡିଆ ଜଃତୁ ବୁୟେଁ ରାଙ୍ଗ୍ତା ଜିବ୍ମଃନାର୍ ହର୍ ମୁର୍ତି ହାଜି ସେରିମଃନ୍କେ ଜଃଜ୍ମାନ୍ ସଃଙ୍ଗ୍ ହୁଜା କଃରୁଲାୟ୍ ।
24 ସେତାକ୍ ଇସ୍ୱର୍ ସେମଃନ୍କେ ଚାଡି ଦଃୟି ଆଚେ ଆର୍ ସେମଃନ୍ ନିଜାର୍ ନିଜାର୍ ମଃନ୍ ବିତ୍ରାର୍ କଃରାପ୍ ଇଚା ହଃର୍କାରେ ବିଟାଳ୍ କାମେ ବୁଡି ରେଉଁଲାୟ୍ ଆର୍ ସେମଃନ୍ ଏକ୍ଆରେକ୍ ସଃଙ୍ଗ୍ ଗଃଗାଳାର୍ ଲାଜ୍ କାମ୍ କଃରୁଲାୟ୍ । 25 ସେମଃନ୍ ଇସ୍ୱରାର୍ ବିସୟେ ସଃତ୍ ବାଦୁଲେ ମିଚ୍କେ ଆସ୍ର ନଃୟ୍ ଆଚ୍ତି । ଜୁଗ୍ଜୁଗ୍ ଜଃଜ୍ମାନ୍ ହାଉତା ଇସ୍ୱର୍କେ ସେବା ନଃକେରି, ଇସ୍ୱର୍ ତିଆର୍କଃଲା ଆସ୍ତିମଃନାର୍ ହୁଜା ଆର୍ ସେବା କଃରୁଲାୟ୍; ସେ ଇସ୍ୱରାର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ ।
26 ସେମଃନ୍ ଲାଜାର୍ ହାହ୍ କାମେ ଲାଗି ଆଚ୍ତାର୍ ଗିନେ ଇସ୍ୱର୍ ସେମଃନ୍କେ ସେ ଲାଜାର୍ କାମ୍ କଃରୁକେ ଚାଡିଦିଲା ଆଚେ, ସେମଃନାର୍ ଡକୁର୍ସିମଃନ୍ ନିଜାର୍ ଡକ୍ରାସିମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ । 27 ଅଃଣ୍ଡ୍ରାମଃନ୍ ହେଁ ତାକାର୍ ଡକୁର୍ସି ମଃନାର୍ ସଃଙ୍ଗ୍ ସଃଉଆବଃସା ନଃକେରି ହସୁମଃନାର୍ ହର୍ ଅଃଉଁଲାୟ୍ ଅଃଣ୍ଡ୍ରାମଃନ୍ ତାକାର୍ ତାକାର୍ ବିତ୍ରେ କଃରାପ୍ କାମ୍ସଃବୁ କଃରୁଲାୟ୍ ଆର୍ ତାକାର୍ ଉହ୍ରେ ଡଃଣ୍ଡ୍ ଆଣୁଲାୟ୍ ।