6 କାୟିତାକ୍ ବଃଲେକ୍ ଇସ୍ୱର୍ ହଃତି ଲକେ ନିଜାର୍ ନିଜାର୍ କାମାର୍ ହଃଳ୍ ଦଃୟ୍ଦ୍ । 7 ଜୁୟି ଲକ୍ମଃନ୍ ଜଃଜ୍ମାନ୍, ମାନ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତା ଆସାୟ୍ ସଃମ୍ବାଳି କଃରି ନିକ କାମ୍ କଃରି ଜାତି, ସେମଃନ୍କେ ଇସ୍ୱର୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍ । 8 ମଃତର୍ ଜୁୟି ଲକ୍ମଃନ୍ ନିଜାର୍ ଗିନେ ଆଚ୍ତି, ସଃତ୍ ବାଟ୍କେ ଚାଡିକଃରି, ଅଃଦଃର୍ମ୍ ବାଟେ ଜାତି । ସେମଃନାର୍ ଉହ୍ରେ ଇସ୍ୱରାର୍ ଡଃଣ୍ଡ୍ ଗଃଟେଦ୍ । 9 ଜୁୟି ଲକ୍ମଃନ୍ ଦୁସ୍ଟ୍ କାମ୍ କଃରୁଲାୟ୍, ସେମଃନାର୍ ଗିନେ କଃସ୍ଟ ଆର୍ ବିସ୍ଜଃଳାର୍ ଦିନ୍ ଆସୁଲି । ହଃର୍ତୁ ଜିଉଦି ଆର୍ ହଃଚେ ଅଜିଉଦିମଃନାର୍ ଉହ୍ରେ ଦୁକ୍ କଃସ୍ଟ ଗଃଟେଦ୍ । 10 ମଃତର୍ ଜୁୟ୍ମଃନ୍ ସଃତ୍କାମ୍ କଃର୍ତି ସେମଃନ୍କେ ଇସ୍ୱର୍ ମାନ୍ତି, ଜଃଜ୍ମାନ୍ ଆର୍ ସୁସ୍ତା ଦଃୟ୍ଦ୍ । ହଃର୍ତୁ ଜିଉଦିମଃନ୍କେ ଆର୍ ହଃଚେ ଅଜିଉଦିମଃନ୍କେ ହେଁ । 11 କାୟିତାକ୍ବଃଲେକ୍ ଇସ୍ୱର୍ ସଃବ୍କେ ସଃମାନ୍ ବିଚାର୍ କଃରେଦ୍ ।