ବିସ୍ୱାସେ ଦଃର୍ମି ଗଣିତା ଅଃଉତାର୍
21 ଇସ୍ୱର୍ ନିଜାର୍ ସଃଙ୍ଗ୍ ନଃର୍ମାନାୟ୍ର୍ ନିକମିସାଣ୍ ତାହୁନ୍ କଃରୁକ୍ ବିଦି ବାଦୁଲେ ଜାୟ୍ରି କଃରିଆଚେ, ସେରି ଅଃବେ ଜାଣାହଃଳି ଆଚେ । ଇ ବିସୟେ ମସାର୍ ବିଦି ଆର୍ ବାବ୍ବାଦିମଃନ୍ ହେଁ ସାକି ଦଃୟି ଆଚ୍ତି । 22 ୩:୨୨ ଗାଲା ୨:୧୬.ଜିସୁ କ୍ରିସ୍ଟର୍ତଃୟ୍ ବିସ୍ୱାସ୍ କଃଲାକ୍ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣାଅୟ୍ ଆଚୁ, ଇସ୍ୱର୍ କାକେହେଁ ମୁକ୍ମେଟ୍ ନଃକେରି କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ କଃର୍ତା ସଃବୁଲକେ ଇ ଅଃଦିକାର୍ ଦଃୟ୍ଦ୍ ।
23 ସଃବୁ ଲକ୍ ତ ହାହ୍ କଃରିଆଚ୍ତି, ଆର୍ ଇସ୍ୱରାର୍ ହୁର୍ନ୍ ଜଃଜ୍ମାନ୍କେ ହାଉଁନାହାର୍ଲାୟ୍ ଆଚ୍ତି, 24 ମଃତର୍ ଇସ୍ୱର୍ କ୍ରିସ୍ଟ ଜିସୁର୍ ଦଃୟି ବିନାମଲେ ଜୁୟି ଦଃୟାର୍ ଦାନ୍ ଦଃୟ୍ଆଚେ, ସେରି ଜୁୟି ଲକମଃନ୍ ଦଃର୍ତି, ସେମଃନ୍କେ ମାପୁର୍ ଜିସୁ ମୁକ୍ତି ଦଃୟ୍ଦ୍ ଆର୍ ସେମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣା ଅଃଉତି ।