35 କ୍ରିସ୍ଟର୍ ଲାଡେ ହୁଣି କେଏ ଅଃମିମଃନ୍କେ ଅଃଲ୍ଗା କଃରେଦ୍ ? କାୟି କଃସ୍ଟ, କାୟି ଜଃଞ୍ଜାଳ୍, କାୟି ତାଳ୍ନା, କାୟି କଃତାର୍, କାୟି ନଃଗ୍ଳା, କାୟି ବିପ୍ତି, କାୟି କଃଣ୍ଡା ? 36 ଜଃନ୍କଃରି ସାସ୍ତରେ ଲେକା ଆଚେ,
ତୁମାର୍ ଗିନେ ଅଃମିମଃନ୍ ସଃବୁ ଦିନ୍ ମଃରୁଲୁ,
ଅଃମିମଃନ୍ ହୁଜା କଃର୍ତା ମେଣ୍ଡା ହର୍ ଗଃଣା ଅଃଉଁଲୁ ।
37 ଅୟିଲେକ୍ ହେଁ ଜେ ଅଃମିମଃନ୍କେ ଲାଡ୍ କଃଲା ତାର୍ ଗିନେ ଅଃମିମଃନ୍ ଇ ସଃବୁ ବିସୟେ ସଃବୁବାଟ୍ୟା ଜିଣି ଆଚୁ । 38 ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟି ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, 39 ଉହ୍ରାର୍ କି ତଃଳାର୍, କାୟି ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟି ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।