ବିସ୍ୱାସ୍ ଆର୍ କାମ୍
14 ଏ ମର୍ ବାୟ୍ବେଣିମଃନ୍, ଜଦି କେଏ ମର୍ ବିସ୍ୱାସ୍ ଆଚେ ବଃଲି କୟ୍ଦ୍, ମଃତର୍ ତାର୍ କାମ୍ ନଃରେୟ୍, ତଃବେ ତାର୍ କଃତାର୍ କାୟି ଲାବ୍ ? ଇବାନ୍ୟା ବିସ୍ୱାସ୍ କାୟି ତାକ୍ ମୁକ୍ତି କଃରୁ ହାରେ ? 15 ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, 16 ଆର୍ ତୁମିମଃନାର୍ ବିତ୍ରେ କେଏ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟିରି ହେଁ ନଃଦେୟ୍ କୟ୍ଦ୍, "ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟି ସଃର୍ଦାୟ୍ ଜାଆ !" ତଃବେ ସେତିର୍ କାୟି ଲାବ୍ ? 17 ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।