ବଃଡ୍ହାଣ୍ ଅଃଉଆ ନାୟ୍
13 ଅଃବେ ଦଃକା, ଜୁୟ୍ମଃନ୍ କଃଉଁଲାସ୍, ଆଜି ନୟ୍ଲେକ୍ କାଲି ଅଃମିମଃନ୍ ଅମ୍କ ଗଃଳେ ଜଃଉଁନ୍ଦ୍ ଆର୍ ସେତି ଗଟେକ୍ ବଃର୍ସ୍ ହଃତେକ୍ ରଃୟ୍ ବେପାର୍ ବାଟ୍ କଃରି ଲାବ୍ କଃରୁନ୍ଦ୍ । 14 ମଃତର୍ କାଲି କାୟିରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ । 15 ଇତାର୍ ଗିନେ ମାପୁରାର୍ ଇଚା ଅୟିଲେକ୍ ଅଃମିମଃନ୍ ଜିବନ୍ ରଃୟ୍ ଇରି କଃରୁଆଁ କି ସେରି କଃରୁଆଁ, ଇବାନ୍ୟା କଃଉତାର୍ ତୁମାର୍ ଦଃର୍କାର୍ । 16 ମଃତର୍ ଅଃବେ ତୁମିମଃନ୍ ବଃଡ୍ହାଣ୍ ଅୟି ଗଃର୍ବ୍ କଃରୁଲାସ୍; ଇରଃକମ୍ ଗଃର୍ବ୍ କଃର୍ତାର୍ କଃରାପ୍ ଅୟ୍ଦ୍ ।
17 ମଃନେ ରଃକା, ଜେ ସଃତ୍ କାମ୍ କଃରୁକେ ଜାଣି ସେରି ନଃକେରେ, ତାର୍ ହାହ୍ ଅୟ୍ଦ୍ ।