24 ଇସ୍ପର୍କେ ଦନ୍ୟବାଦ୍ ବିଚେ ଆତେନ୍ ପାକ୍ଚିଚେ ବାସଙ୍ଗ୍କେ "ଏନ୍ ଡିଙ୍ଗ୍ଣ୍ଡିଂକେ ନେଙ୍ଗ୍ନେ ଗାଗ୍ଡ଼େ । ଆନେଙ୍ଗ୍ ମନେ ତ୍ଲାଗ୍ନେସା ଏନ୍ ଡିଙ୍ଗ୍ପା ।" 25 ଚଙ୍ଗ୍କ୍ନେ ଇଡ଼ିଙ୍ଗ୍ ଦେତ୍ରକମ୍ ଚଙ୍ଗ୍କ୍ନେ ତାଲି ଆତଡ଼୍ୟାଚେ ମେଁ ବାସଙ୍ଗ୍କେ "ଏନ୍ ଚଙ୍ଗ୍କ୍ନେ ତାଲି ନେଙ୍ଗ୍ନେ ମିଆଁରେ ତିଆର୍ ଡିଙ୍ଗ୍ଲେଃକ୍ନେ ଇସ୍ପର୍ନେ ତ୍ମି ନିଅମ୍ । ପେଇଂ ଉଡ଼ିତର୍ ଏନ୍ ଚଙ୍ଗ୍କ୍ନେ ତାଲିନ୍ନିଆ ପେଚଙ୍ଗ୍ଏ ଅଃତେନ୍ତର୍ ଆନେଙ୍ଗ୍ ମନେ ତ୍ଲାଗ୍ନେସା ଆକେନ୍ ପେଡିଙ୍ଗ୍ଏ ।" ଜିସୁ ସିସ୍ଇଂ ଏତେ ସାରାସାରି ନିସ୍ତାର୍ ଉଗ୍ଚଂ
26 ଆକ୍ବାନ୍ ଆକେନ୍ ମ୍ୟାନେଡିଙ୍ଗ୍କେ ଜେ ପେ ଉଡ଼ି ତର୍ ଏନ୍ ରୁଟି ପେଚଙ୍ଗ୍ଏ ବାରି ଏନ୍ ଉଗ୍କ୍ନେ ଙ୍କୁଇବାନ୍ ପେଉଗ୍ଏ ଅଃତେନ୍ ତର୍ ମାପ୍ରୁ ପାଙ୍ଗ୍ନେ ଜାକ ମେଁନେ ଗୁଏଃନେ ସାମୁଆଁ ବାସଙ୍ଗ୍ ଲାଲାପା । 27 ଏଲେଡିଗ୍ ଜାଣ୍ଡେ ଦର୍କାର୍ ଣ୍ଡୁ ଡାଗ୍ଚେ ମାପ୍ରୁନେ ଏନ୍ ମନେ ତ୍ଲାଗ୍ନେ ରୁଟି ଚଙ୍ଗ୍ଏ ଣ୍ଡୁଲା ଏନ୍ ଉଗ୍ନେ ଙ୍କୁଇବାନ୍ ଉଗ୍ଏ ମେଁ ମାପ୍ରୁନେ ଗାଗ୍ଡ଼େ ବାରି ମ୍ୟା ବିରୁଦ୍ରେ ପାପ୍ ପେଡିଙ୍ଗ୍ଏ । 28 ତେସା ଆକେନ୍ ରୁଟି ଚଙ୍ଗ୍ନେ ସେନୁଗ୍ ବାରି ଉଗ୍ନେ ଙ୍କୁଇବାନ୍ ଉଗ୍ନେ ସେନୁଗ୍ ସାପାରେ ନିଜ୍କେ ପରିକ୍ୟା ଡିଙ୍ଗ୍ପା ।