17 ଗହଲି ବିତ୍ରେବାନ୍ ମୁଇଂ ରେମୁଆଁ ଉତର୍ ବିଃକେ, "ଏ ଗୁରୁ ନେଙ୍ଗ୍ ନେଉଙ୍ଗ୍କେ ନାଁ ଡାଗ୍ରା ଡୁଂପାଂନେବକେ । ମେଁନେ ଜିବନ୍ନ୍ନିଆ କନ୍ଦା ଗଲିଆ ଗା ଲେଃକେ,ଆତେନ୍ସା ବାଃଲିର୍ନେ ଆବିଃକେ ଣ୍ଡୁ । 18 ନେଉଂକେ ସାଃନେ ବେଲା ଗଡ଼େଅକେ ବୁନ୍ଦେ ଜଗ୍ତ୍ଲାଗ୍ ବିଃ ଡିଙ୍ଗ୍କେ । ଗଡ଼େଅ ତୁମୁଆବାନ୍ ଲିଡ଼ିଆଃ ଆଃତାର୍ଡିଂକେ ଆରି ମେଁ ଗିନି ଆଃଚାର୍ ଆଃଲେ ଡିଂକେ ଆରି ନ୍ସ୍ୱାରିଆଃ ୱେଡିଂକେ । ନେଙ୍ଗ୍ ନାନେ ସିସ୍ଇଂକେ ଆତେନ୍ ବୁତ୍ନେ ଆତ୍ମା ଆଃଆନ୍ତାର୍ ବିଃନ୍ସା କୁସାମୁତି ଣ୍ଡିଂକେ । ମାତର୍ ମେଇଙ୍ଗ୍ ଆମେକେ ଆଃଆନ୍ତାର୍ ଆୟାଆର୍କେ ।"
19 ଜିସୁ ଆମେଇଂକେ ବାସଙ୍ଗ୍କେ, "ଆରେ ଅବିସ୍ବାସି ଆରି ଦଦ୍ୟା ଗାଲି ୱେଣ୍ଡ୍ରେ ବଂସଇଙ୍ଗ୍, ଉଃଡ଼ି ମୁଆଁ ନିଂ ପେ ଏତେ ନ୍ଲେଃଏ ? ଉଃଡ଼ି ମୁଆଁ ପେନେ ବେବଆର୍ ନ୍ସମ୍ବାଲେଏ ? ଆମେକେ ନିଂ ଡାଗ୍ରା ଡୁଙ୍ଗ୍ପାଙ୍ଗ୍ଲା ।" 20 ତେଲା ସିସ୍ଇଂ ଗଡ଼େଅକେ ଜିସୁ ଡାଗ୍ରା ଡୁଂପାଙ୍ଗ୍ଆର୍କେ । ବୁତ୍ ଆତ୍ମା ଜିସୁକେ କେକ୍ନେ ଦାପ୍ରେ ଗଡ଼େଅକେ ଅଚେତା ଆଃଡିଂଚେ ଆଲ ଜଗ୍ତ୍ଲାଗ୍ ବିଃକେ । ମେଁ ତୁମୁଆଃ ବାନ୍ ଲ୍ଲିଡ଼ିଆଃ ତାର୍କେ ।
21 ଜିସୁ ଗଡ଼େଅନେ ଆବାଡ଼େକେ ସାଲ୍ୟାକୁକେ, "ଉଃଡ଼ିସି ଡିଙ୍ଗ୍ଗେ ଗଡ଼େଅକେ ଦେକ୍ ଡିଙ୍ଗ୍ଲେଃଗେ ?" ମେଁ ବାଡ଼େ ବାସଙ୍ଗ୍କେ, "ଗଡ଼େଅକେଲା ବାନ୍ ଦେକ୍ ଡିଙ୍ଗ୍ଲାଃଏକେ ।"
22 "ବୁତ୍ ଆତ୍ମା ଆମେକେ ବାଗୁଏଃ ନ୍ସା ଉଡ଼ିତର୍ ଣ୍ଡିଆନ୍ନିଆ ଆରି ଉଡ଼ିତର୍ ସୁଆନ୍ନିଆ ଜଗ୍ତ୍ଲାଗ୍ ଡିଂଗେ । ନା ଜଦି ମେନ୍ସା ମେଁ ଡିଙ୍ଗ୍ ନାୟାଏ ତେଲା ନେ ଆଡ଼ାତ୍ରା ଲିବିସ ଡିଙ୍ଗ୍ଚେ ସାଃଆ ନାଡିଙ୍ଗ୍ଏ ।"
23 ଜିସୁ ଆମେକେ ବାସଙ୍ଗ୍କେ, "ମେଁ ନାବାସଙ୍ଗ୍କେ ! ପେ ଜଦି ପେୟାଏ ତେଲା ସାହା ଣ୍ଡିଙ୍ଗ୍ଏ । ବିସ୍ବାସ୍ ରେମୁଆଁନ୍ସା ସାପା କିଚି ଡିଙ୍ଗ୍ଏ ।"
24 ଗଡ଼େଅନେ ଆବାଡ଼େ କିରଚେ ବାସଙ୍ଗ୍କେ, "ନେଙ୍ଗ୍ନେ ବିସ୍ବାସ୍ ଲେଃକେ । ମାତର୍ ମାଲେ ଣ୍ଡୁ । ନେଙ୍ଗ୍ନେ ବିସ୍ବାସ୍ ଆମ୍ନାନ୍ସା ଆନେଙ୍ଗ୍ ସାଇଜ ଡିଙ୍ଗ୍ପା ।"
25 ଜିସୁ କେକେ ଜେ ଆକେନ୍ ଗଟ୍ନାନ୍ସା ରେମୁଆଁ ମେଁଇଙ୍ଗ୍ ଡାଗ୍ରା ୱିର୍ ଡୁଂପାଙ୍ଗ୍ଡିଂକେ । ତେଲା ମେଁ ବୁତ୍କେ ଦାକା ବିଃଚେ ବାସଙ୍ଗ୍କେ "ଏ ବୁତ୍ ନା ଗଡ଼େଅକେ କନ୍ଦା ଆରି ବଏରା ଆଡିଙ୍ଗ୍ ନାବକେ । ନେଙ୍ଗ୍ ଆନାକେ ବାସଙ୍ଗ୍ ଣ୍ଡିଂକେ ଗଡ଼େଅନେ ଜିବନ୍ବାନ୍ ତାର୍ଚେ ଡଲା । କ୍ମେନେ ଜିବନ୍ ବିତ୍ରେ ଅଃନାଡିଗ୍ ଆରି ନ୍ନାଗା ଣ୍ଡୁ ।"
26 ବୁତ୍ଆତ୍ମା କିରଚେ ଗଡ଼େଅକେ ସାଃଚେ ତୁବନ୍ନିଆ ଜଗ୍ତ୍ଲିଗ୍ ବିଃକେ । ଆରି ମୁଇଙ୍ଗ୍ତର୍ ଗଡ଼େଅକେ ତୁବନ୍ନିଆ ୱାଃଲଃ ବିଃଚେ ବୁତ୍ ଆତ୍ମା ମେଁ ଗାଗ୍ଡ଼େବାନ୍ ତାର୍ ଡକେ । ଆକେନ୍ ଗଡ଼େଅ ଗୁଏଃକେ ରକମ୍ ଡିଂୱେକେ । ଜବର୍ ରେମୁଆଁ ବାସଙ୍ଗ୍ଆର୍କେ, "ମେଁ ଗୁଏଃୱେଗେ ।" 27 ଡାଗ୍ଲା ଜିସୁ ଗଡ଼େଅନେ ନ୍ତି ସାଃଚେ ଆମେକେ ଆତଡ଼ିଆଚେ ଆଃତୁଆଁ ବିଃକେ । ଆତେନ୍ ଗଡ଼େଅ ତୁଆଁକେ ।