ପ୍ରାର୍ଥନା ଅନୁରୋଧ
1 ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେଉଁରୂପେ ବ୍ୟାପିଅଛି, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ, 2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ।