1 ଆମନ୍ ଡାଆନ୍ ଆତୋଣ୍ତୋ ଜନୋମନ୍ ସେଡା, ଇନିଆସନ୍ଗାମେଣ୍ତେନ୍ ତିଆତେ ଅଗୋୟ୍ ଡିନ୍ନା ଆତିକି ଆମନ୍ ଞାଙ୍ତେ । 2 ସାତଜଣଆଡଙ୍, ଅଡ଼େ ଆଟଜଣଆଡଙ୍ ବନ୍ତାନ୍ ବାନ୍ତେଆ; ଇନିଆସନ୍ଗାମେଣ୍ତେନ୍ କେନ୍ ଆ ପୁର୍ତିଲୋଙନ୍ ଇନି ଆତନଙଡ୍ ଗଟେତେ, ତିଆତେ ଆମନ୍ ଜନାତଡ୍ । 3 ମେଗଞ୍ଜି ତରୁବନ୍ ବାତ୍ତେ ବରିଜେନ୍ ଡେନ୍, ପୁର୍ତିନ୍ ଆତୋଣ୍ତୋ ତିଆତେ ଲାତେ; ଆରି, ଅରାନୁବନ୍ ଅର୍ଜଡ଼ୋମ୍ଗଡ୍ ଅଡ଼େ ଅର୍କାବଡ଼ିଗଡ୍ ଅଙ୍ଗାଲୋଙ୍ ଗଲୋତେ, ତିତେତ୍ତେ ତିଆତେ ଡକୋତେ । 4 ଅଙ୍ଗା ଆମନ୍ରା ରିଙ୍ଗେନ୍ ଆଙାଙ୍ତେ, ଆନିନ୍ ଜମ୍ମଲନ୍ ଅଃବ୍ବୁଡେ ଆରି ଅଙ୍ଗା ଆମନ୍ରା ମେଗନ୍ଆଡଙ୍ ଆଙ୍ଗାଙ୍ତେ, ଆନିନ୍ ଜନ୍ରୋମନ୍ ଅଗଡ୍ଡେ । 5 ଏଙ୍ଗାଲେ ଆମନ୍ ରିଙ୍ଗେନ୍ ଆତଙର୍, ଅଡ଼େ ପାଙ୍ଗୁରନ୍ବଜନ୍ ଆ କିମ୍ପୋଙ୍ଲୋଙ୍ ପସିଜନ୍ ଆଜାଙ୍ ଏଙ୍ଗାଲେ ଗନଡ଼େନ୍ ଡେତେ, ତିଆତେ ଅଜ୍ଜନାବେନ୍, ତିଅନ୍ତମ୍ ଅଡ଼୍କୋନ୍ ଆଜନବ୍ ଆ ଗ୍ରବ୍ଡେଲ୍ତେନ୍ ଆ ଇସ୍ୱର ଆକାବ୍ବାଡ଼ା ଆମନ୍ ଜନାଲେ ଅରପ୍ତିଏ । 6 ଆମ୍ୱେନ୍ ଡୋତାନ୍ ଜମ୍ମଲନ୍ ଏବୁଡ୍ତେ ଆରି ସାଲ୍ଲୁମ୍ ବେଡ଼ାନ୍ ଅସିନମ୍ ଡଙ୍ଡଙ୍ଡଙେ; ଇନିଆସନ୍ଗାମେଣ୍ତେନ୍ କେନ୍ଆତେ ଅଡ଼େ ତିଆତେ ମନଙ୍ ଡେତେ, ଅଡ଼େ ବାଗୁନ୍ ଆବସରିନ୍ ମନଙ୍ ଡେତେ, ତିଆତେ ଆମ୍ୱେନ୍ ଅଜ୍ଜନାବେନ୍ । 7 ଆଜାଡ଼ିନ୍ମା ସାଆରନ୍ ଏରାମ୍ମୁୟ୍ଡମ୍, ଆରି ଅମଡନ୍ ଆସନ୍ ଓୟୋଙନ୍ ଆଗନିୟ୍ ମନଙ୍ । 8 ମନ୍ରାନ୍ ଡିଅଁଙ୍ମିୟ୍ନୁମ୍ ଅମେଙ୍ତେ, ଆନିନ୍ ଅଡ଼୍କୋ ବର୍ସେଙନ୍ ସର୍ଡାନେତୋ; ବନ୍ଡ ଲୋଙଡ୍ ଡିନ୍ନାଞ୍ଜି ଆନିନ୍ ଇୟମେତୋ. ଇନିଆସନ୍ଗାମେଣ୍ତେନ୍ ତି ଆଡିନ୍ନା ଅଡ଼୍କୋନ୍ ଗୋଗୋୟ୍ତେ । ଇନିଜି ତିକ୍କି ତଙଡ୍ତେ, ତି ଅଡ଼୍କୋନ୍ କାଜାନ୍ ।
9 ଏ ବେଣ୍ତିଆମର୍ଜି, ଆମ୍ୱେନ୍ ବେଣ୍ତିଆଇଙ୍ବେନ୍ ଆଡିଡ୍ ସର୍ଡାନାବା ଆରି ବନେଣ୍ତିଆଇଙନ୍ ଆଡିଡ୍ ଉଗର୍ବେନ୍ ସର୍ଡାନେତୋ, ଇନି ଆମ୍ୱେନ୍ ଏଇସ୍ସୁମ୍ତେ ତିଆତେ ଲୁମ୍ବା; ଉଗର୍ବେଞ୍ଜି ଆଇସୁମ୍ ଅନ୍ତମ୍ ଲୁମ୍ବା, ବନ୍ଡ ଇୟମ୍ବା, ଇନି ଅଡ଼୍କୋନ୍ ଆମ୍ୱେନ୍ ଏଲୁମ୍ତେ, ତି ଆସନ୍ ଇସ୍ୱରନ୍ ଆମନ୍ଆଡଙ୍ ପନ୍ସୁଆତିତମ୍, କେନ୍ଆତେ ଆମ୍ୱେନ୍ ଜନାବେନ୍ତୋ । 10 ତିଆସନ୍ ଉଗ୍ଗର୍ନମ୍ ସିଲଡ୍ ବିଜାରନ୍ ସବ୍ଙାଜା ଆରି ଡଅଙ୍ନମ୍ ସିଲଡ୍ ଡୁକ୍କନ୍ ସବ୍ଙାଜା; ଇନିଆସନ୍ଗାମେଣ୍ତେନ୍ ବନେଣ୍ତିଆଇଙନ୍ ଆନମେଙ୍ ଆଞନର୍ରମ୍ ମନଙ୍ତଡ୍ ।