ଇସ୍ୱରନ୍ ଆପେୟ୍ଲେନ୍
1 ସୋଡ଼ା ମେଗନ୍ ଅନ୍ତମ୍ ସାକିମରଞ୍ଜି ଅମ୍ମେଲେ ସମ୍ପରାନ୍ ଏର୍ରେ ଡକୋଜି, ତିଆସନ୍ ଜିରାୟ୍ବା, ଅଙ୍ଗା ବର୍ନେଜି ଅଡ଼୍କୋନ୍ ଇନ୍ଲେଞ୍ଜିଆଡଙ୍ ଡଙ୍ଡଙ୍ଲଙ୍ତନ୍ ଆରି ଅଙ୍ଗା ଆ ଇର୍ସେ ଇନ୍ଲେଞ୍ଜିଆଡଙ୍ ଞମ୍ଲେ ଡକ୍କୋଲଙ୍ତନ୍, ତିଆତେ ଅଡ଼୍କୋନ୍ ଅମ୍ରେଙ୍ଡାଲେ ଡର୍ନେନ୍ ବାତ୍ତେ ମଡ଼ିର୍ ଇସ୍ୱରନ୍ଆଡଙ୍ ସେଙ୍ସେଙ୍ଲେ ଏର୍କିକ୍କିଡ୍ନେନ୍ ଇନ୍ଲେନ୍ ସାମ୍ମୁଙ୍ଲନ୍ ଏଜିର୍ବା । 2 ଆନା ଆଉପରେଙ୍ ଆଏଡ଼ର୍ ଡର୍ନେନ୍ ବାତ୍ତେ ଅରାସାନେଲେନ୍ ଡକୋ, ତି ଆ ଜିସୁ ଆମଙ୍ ସେଙ୍ଲେ ଏଡକ୍କୋବା । ଆନିନ୍ ଆଅକ୍କାଡଙନ୍ ବତଙ୍ଡାଲେ ଆ କାବ୍ବାଡ଼ାନ୍ ଅଃନ୍ନମ୍ରେଙ୍ଲୋ, ଆର୍ପାୟ୍ ଆନିନ୍ ଆସନ୍ ଆଡକ୍କୋନ୍ ଆ ସର୍ଡା ବାତ୍ତେ ଆନିନ୍ ଆଅକ୍କାଡଙ୍ଲୋଙନ୍ ଆ ରନବୁ ଆ ଗନବ୍ରୟ୍ ଇନ୍ନିଙ୍ ତଡ୍ ଗାମ୍ଲେ ଆନିନ୍ ଇୟମେନ୍, ଆନିନ୍ ନମି ଇସ୍ୱରନ୍ ଆ କୁର୍ସି ଆର୍ଜଡ଼ୋମ୍ଗଡ୍ ଆତଙ୍କୁମ୍ ।
3 ଇୟମ୍ଲେ ଗିୟ୍ବା, ଆନିନ୍ ଡିଅଙ୍ଗା ଆ ଡୁକ୍କ ସଏଏନ୍, ଆନିନ୍ ଇର୍ସେମରଞ୍ଜି ଆମଙ୍ ସିଲଡ୍ ଡିଅଙ୍ଗା ଆ ଗନବ୍ରୟ୍ ସନଏନ୍, ତିଆସନ୍ ଆମ୍ୱେଞ୍ଜି ଅନୁୟୁବ୍ଲୋଙନ୍ ଅଃମ୍ମୁସୁକ୍କାଲବେନ୍ ।