24 ଏଇଙ୍ଗ୍ ଦାମ୍ ନାନ୍ ଯିହୁଦିଡ଼ାଗାଙ୍କ୍ ତିରିଶ୍ ନଅଟାନ୍ ବେତଦେବ୍ ତିତ୍ତାନ୍ । 25 ୧୧:୨୫ ପ୍ରେରିତ ୧୬:୨୨; ପ୍ରେରିତ ୧୪:୧୯.ରୋମିୟ ନାରୁଡ଼ାଗାଙ୍କ୍ ମୁଣ୍ଡ୍ଦାମ୍ ଚାବୁକ୍ତେ ଦେବ୍ତିତ୍ତାନ୍ । ଅଣ୍ଡ୍ ଦାମ୍ କାଲ୍କିନ୍ ତୋଡ଼୍ ଦେବା ତିତ୍ତାନ୍ । ମୁଣ୍ଡ୍ ଦାମ୍ ଜାହାଜ୍ ଦୁର୍ଗଟନାତେ ମୁନେ ଆତ୍ତାନ୍ ନୁ ଅଣ୍ଡ୍ ଦାମ୍ ସମୁଦ୍ର ଏର୍ଦାଗ୍ ନାର୍କେତ୍ ପାୟାଲ୍ ବା ଚବିଶ୍ ଗାଣ୍ଟା କାଟେମ୍ ଆତ୍ତାନ୍ । 26 ୧୧:୨୬ ପ୍ରେରିତ ୯:୨3; ପ୍ରେରିତ ୧୪:୫.ନାର୍ଗେ ଦାମ୍ ଆଦାନ୍ ୱେଲେ ସମୁଦ୍ର ନାଡ଼୍ମେ, ଦସ୍ୟୁନଡ଼୍ କାଇଦେ, ସ୍ୱଜାତି ଇହୁଦି ନୁ ବିଜାତିନଡ଼୍ କାଇଦେ, ନାର୍ଦାଗ୍ ନୁ ପ୍ରାନ୍ତର୍ତାଗ୍, ସମୁଦ୍ରତାଗ୍, ପଟ୍କାର୍ ବନ୍ଦୁନଡ଼୍ ତ ବିପଦ୍ତାଗ୍ ମୁନେ ଆତ୍ତାନ୍ । 27 ଗାଟି ତିପାଲ୍ ଆତ୍ତାନ୍ ନୁ ଦୁଃକାମ୍ କଷ୍ଟ ଆତ୍ତାନ୍, ଉସ୍କାଡ଼୍ତେ ନୁ କାର୍ୱିନ୍ ଏର୍ ଉନ୍ୱେ ନାର୍ଗେ ଦିନା କଟେମ୍ ଆତ୍ତାନ୍, ଲେକେତ୍ କାଦି, ଚକା ନୁ ମାନ୍ଦାନ୍ ପଡ଼ିୟେ ଅବାବ୍ତେ ନାର୍ଗେ କଷ୍ଟ ଆତ୍ତାନ୍ ।
Publicidade