5 ଡଲ୍ତାଗାଙ୍କ୍ ମେଣ୍ଡେ ପୁନରୁତ୍ତିତ୍ ସାରେଦାମ୍ ମୁନେ, ବିଶ୍ୱାସ୍ତେ ସାକ୍ଷଦାତାଲ୍ ନୁ ପୃତିବିତେ ରାଜାଦିରାଜା ଜିସୁ କ୍ରିଷ୍ଟଟନ୍ ଅନୁଗ୍ରହ ନୁ ଶାନ୍ତି ମିଇ ପରୁ ଆୟି । ଅଣ୍ଡ୍ ମାନାଙ୍କ୍ ପ୍ରେମ ମାଡ଼ୁତନ୍ ନୁ ଅନ୍ ଡଲ୍ତାଦିନ୍ତ ମାନାଙ୍କ୍ ପାପ ତାଗାଙ୍ଗ୍ ପରିତ୍ରାନ୍ ମାଡ଼୍ତନ୍ । 6 ୧:୬ ପ୍ରକାଶିତ୍ ବାକ୍ୟ ୫:୧୦.ତାମ୍ ବାବାଲ୍ ଇଶ୍ୱର୍ତେ ସେବା ମାଡ଼ାନ୍ ସେଙ୍ଗେ ମାନାଙ୍କ୍ ଅଣ୍ଡୟ୍ ଯାଜକ ବଂଶ ମାଡ଼୍ତନ୍ । ସାରେ ଗଉରବ୍ ନୁ ପରାକ୍ରମ୍ ସାରେଦିନାମ୍ ଜିସୁ କ୍ରିଷ୍ଟନାଦ୍ ଆୟି ଆମେନ୍ ।