1 ମୁନେଙ୍କ୍ ଅବ୍ରାହାମ୍ତେ, ଇଞ୍ଜେତ୍ ସମୟ୍ତେ ବେଦ୍ପୁଟୁଙ୍କ୍ ଦୁର୍ବିକ୍ଷ ଆସ୍ମାତ୍ତେ, ଆ ଦେଶ୍ତାଗ୍ ମେଣ୍ଡନ୍ ଦାମ୍ ଆଦେପୁଟୁଙ୍କ୍ ଦୁର୍ବିକ୍ଷ ଆତ୍ତାଙ୍କ୍, ଇସ୍ହାକ୍ ଗରାରତାଗ୍ ପଲେଷ୍ଟିୟଡ଼୍ ରାଜାଲ୍ ଅବିମେଲକ୍ତେ ଗାରେ ଆତ୍ତଡ଼୍। 2 ଆସୁଟ୍ ସଦାପ୍ରବୁ ଅଂକିଙ୍କ୍ ଦର୍ଶନ ଇସ୍ କେତ୍ତଣ୍ଡ୍, ନିମେ ମିସର୍ ଦେଶ୍ତା ଆନ୍ମା, ମାମ୍ମେ ନିକିଙ୍କ୍ ବେନ୍ ଦେଶ୍ତିଙ୍କ୍ କେତିତମ୍, ଆଗେ ମାନ୍। 3 ନିମେ ଇ ଦେଶ୍ତାଗ୍ ମାନ୍, ଆସୁଟ୍ ମାମେ ନି ତଡ଼୍ ଆସ୍ ନିକିଙ୍କ୍ ଆଶିର୍ବାଦ୍ ମାଡ଼ିତମ୍, ମେଣ୍ଡେ ନିକିଙ୍କ୍ ନୁ ନି ପିଲୁଡ଼୍ତିଙ୍କ୍ ଇ ସାରେ ଦେଶ୍ ଇଦ୍ତମ୍ ନୁ ନି ବାବାଲ୍ ଅବ୍ରାହାମ୍ତେ ଗାରେ ନିଜେ ମାଡ଼୍ତେ ପ୍ରମାଣତେ ନିୟମ୍ ପୁରା ମାଡ଼ିକା। 4 ମାମେ ମାବ୍ତେ ଉକାକିନ୍ ଲେକାମ୍ ନିୟାଦ୍ ପିଲୁଡ଼୍ ନାର୍ଗେ ମାଡ଼ି ଅଡ଼୍କିଙ୍କ୍ ଇ ସାରେ ଦେଶ୍ ଇଦ୍ତାଡ଼୍ ନୁ ମିଆଦ୍ ପିଲୁଡ଼୍ ତଡ଼୍ ପୃଥିବୀତାଗ୍ ମାନ୍ଦାନ୍ ଜାତି ଆଶିର୍ବାଦ୍ ପାହେମ୍ ଆଦ୍ତଡ଼୍ । 5 ବାତେଙ୍କ୍ଇତ୍କେ ଅବ୍ରାହାମ୍ ମାୟାଦ୍ ବାକ୍ୟ ମାନେମ୍ଆସ୍ ମା ଆଦେଶ୍ ନୁ ନିୟମ ନୁ ବ୍ୟବସ୍ଥା ପାଳନ୍ ମାଡ଼ିମିନ୍ଦେଣ୍ଡ୍।
6 ଆସୁଟ୍ ଇସ୍ହାକ୍ ଗରାରତାଗ୍ ବାସ ମାଡ଼୍ତଣ୍ଡ୍। 7 ଆସୁଟ୍ ଆ ପଡ଼୍ୟେତ୍ ନାରୁଡ଼୍ ତାନ୍ ମୁତେନ୍ ବିଷୟ୍ତେ ପାଚାରାମାଡ଼୍ତାଙ୍କ୍, ଅଣ୍ଡ୍ କେତ୍ତଣ୍ଡ୍, ଆଦ୍ ନା ଏଲାଡ଼୍; ବାତେଙ୍କ୍ଇତ୍କେ ଆ ପଡ଼୍ୟେତ୍ ନାରୁଡ଼୍ ରିବିକାନ୍ ସେଙ୍ଗେ ନାକିଙ୍କ୍ ବା ଆୱ୍କିତଡ଼୍, ଇଲା ଆଲ୍ସି ଅଣ୍ଡ୍ ତାଂକିଙ୍କ୍ ନା ମୁତେ ଇଞ୍ଜ କେତାନଙ୍କ୍ ୱେର୍ତଣ୍ଡ୍; ବାତେଙ୍କ୍ଇତ୍କେ ରିବିକାଲ୍ ଗାଟି ସୁନ୍ଦର୍ ମାତ୍ତେ। 8 ମେଣ୍ଡେ ଆ ପଡ଼୍ୟ୍ତାଗ୍ ନାର୍ଗେ ହେଣ୍ଡ୍କ୍ ମାତ୍ତେ ପେର୍କେ ଅଣ୍ଡୟ୍ ସମୟ୍ତେ ପଲେଷ୍ଟିୟ ରାଜାଲ୍ ଅବିମେଲକ୍ ଜର୍କାତେ ପାକ୍ ଉଡ଼ି ଇସ୍ହାକ୍ତିଙ୍କ୍ ତାନ୍ ମୁତେ ରିବିକାନ୍ ତଡ଼୍ କାୱ୍ଦାନାଦ୍ ଉଡ଼୍ତଣ୍ଡ୍। 9 ଆସୁଟ୍ ଅବିମେଲକ ଇସ୍ହାକ୍ତିଙ୍କ୍ କାର୍ଙ୍ଗି କେତ୍ତଣ୍ଡ୍, ଆ ନାଟାଡ଼୍ ନିଜାମ୍ ନି ମୁତେ; ଆଲାଇତ୍କେ ନିମେ ତାଂକିଙ୍କ୍ ନା ଏଲାଡ଼୍ ଇଞ୍ଜ ବାତେଙ୍କ୍ କେତ୍ତି ? ଆସୁଟ୍ ଇସ୍ହାକ୍ ଉତ୍ତର୍ ଇତ୍ତଣ୍ଡ୍, ନାନ୍ ଆଲ୍ସ୍ତାନ୍, ଉମ୍ଭକି ତାନ୍ ସେଙ୍ଗେ ନାନ୍ ଡଲ୍ଲେ ୱେୟ୍ତିତ୍। 10 ଆସୁଟ୍ ଅବିମେଲକ କେତ୍ତଣ୍ଡ୍, ନିମେ ମା ତଡ଼୍ ଇଲା ବେଲା ବ୍ୟବହାର୍ ମାଡ଼୍ତି ? ବେନ୍ଆଇ ନାରୁଣ୍ଡ୍ ନି ମୁତେନ୍ ତଡ଼୍ ଅନାୟ୍ ଆସ୍ ଉଞ୍ଜି ମାନ୍ଦାନ୍ ଇତ୍କେ, ଆଲାଇତ୍କେ ନିମେ ମାକିଙ୍କ୍ ଦଷ୍ ମାଡ଼େନି। 11 ଅବିମେଲକ୍ ସାରେ ନାରୁଡ଼୍କ୍ ଇ ଗଟ୍ ଇତ୍ତଣ୍ଡ୍, ବେନ ଆୟି ଆ ନାରୁଙ୍କ୍ ଇତ୍କେବା ଅନ୍ ମୁତେଙ୍କ୍ ଇଟିତଣ୍ଡ୍, ଅନାଦ୍ ଡଲାନ୍ଦଣ୍ଡ ନିଜାମ୍ ଆଦ୍ତେ ।
12 ତାନ୍ପେର୍କେ ଇସ୍ହାକ୍ ଆ ଦେଶ୍ତାଗ୍ ଚାଷ୍ ପାଡ଼ିୟ୍ ମାଡ଼ି ଆ ବର୍ଷ ଶହେ ଗୁଣ ଲାବ୍ ମାଡ଼୍ତଣ୍ଡ୍; ମେଣ୍ଡେ ସଦାପ୍ରବୁ ଅଂକିଙ୍କ୍ ଆଶିର୍ବାଦ୍ ମାଡ଼୍ତଣ୍ଡ୍। 13 ଆଦିନ୍ ମାଇଦିଙ୍କ୍ ଅଣ୍ଡ୍ ନାର୍ଗେ ଆତ୍ତଣ୍ଡ୍, ମେଣ୍ଡେ ଅଣ୍ଡ୍ ମେଣ୍ଡେ ପେର୍ସି ଗାଟି ବେଡ଼୍ୟଣ୍ଡ୍ ଆତ୍ତଣ୍ଡ୍ । 14 ନୁ ତାନ୍ ଜିୱାକ୍ କିନ୍ ଦନ୍ ନୁ ମେଣ୍ଢା ଗଡ୍କିନ୍ ଦନ୍, ମେଣ୍ଡେ ନାର୍ଗେ ଦାସ ଦାସିଡ଼୍ ଆତ୍ତଡ଼୍; ଆଦିଙ୍କ୍ ପଲେଷ୍ଟିୟ ନାରୁଡ଼୍ ଅନ୍ ପର ଇର୍ଷା ମାଡ଼ାନଙ୍କ୍ ପସ୍ପ୍ତଡ଼୍। 15 ଆଦିଙ୍କ୍ ତାମ୍ ବାବାଲ୍ ଅବ୍ରାହାମ୍ତେ ସମୟ୍ତେ ତାମ୍ ବାବାନ୍ ଦାସଡ଼୍ ବେନା ବେନା ନୂୟ୍କ୍ ଡେୱି ମାତ୍ତଡ଼୍, ପଲେଷ୍ଟିୟ ନାରୁଡ଼୍ ମାଣ୍ଡୁଲ୍ ତଡ଼୍ ଆୱ୍ ସାରେ ମିସ୍ତଡ଼୍।
16 ଅବିମେଲକ୍ ଇସ୍ହାକ୍ତିଙ୍କ୍ କେତ୍ତଣ୍ଡ୍, ନିମେ ମା ଗାରେକଞ୍ଚ୍ ଆନ୍, ବାତେଙ୍କ୍ଇତ୍କେ ନିମେ ମାୟାଗାକଞ୍ଚ୍ ଗାଟି ଶକ୍ତିମାନ୍ ଆସ୍ ମିନ୍ଦେନି। 17 ଆସୁଟ୍ ଇସ୍ହାକ୍ ଆ ପଡ଼୍ୟ୍କଞ୍ଚ୍ ଆଞ୍ଜ୍ ଗରାର ଉପତ୍ୟତାଗାକଞ୍ଚ୍ ତମ୍ୱୁ ତିଆର୍ ମାଡ଼ି ଆଗେ ମାତ୍ତଣ୍ଡ୍। 18 ମେଣ୍ଡେ ମା ବାବାନ୍ ଅବ୍ରହାମ୍ତେ ସମୟ୍ତେ ଡେୱିମାନ୍ଦାନ୍ ନୂୟ୍କ୍ ଅବ୍ରାହାମ୍ ଡଲ୍ତେ ସମୟ୍ତେ ପଲେଷ୍ଟିୟଡ଼୍ ମିସିତ୍ତଡ଼୍, ଆ ସାରେତାୱିଙ୍କ୍ ଇସ୍ହାକ୍ ମେଣ୍ଡନ୍ଦାମ୍ ଡେୱି ତାମ୍ ବାବାନ୍ ପେଦେର୍ ମେଣ୍ଡନ୍ ଦାମ୍ ନେହ୍ତଣ୍ଡ୍। 19 ମେଣ୍ଡେ ଇସ୍ହାକ୍ତେ ଦାସଡ଼୍ ଗେରାର୍ ପଡ଼୍ୟିତାଗ୍ ଡେୱି ଇଡ଼୍ପାମ୍ ପେୟିତାନ୍ ନୂୟ୍ ପାହେମ୍ ଆତ୍ତଡ଼୍ । 20 ଆସୁଟ୍ ଗରାର୍ ଦେଶ୍ତେ ପଶୁପଡ଼୍ପାନଡ଼୍ ଇସ୍ହାକ୍ତେ ପଶୁପଡ଼୍ପାନଡ଼୍ ତ ରାମ୍କ୍ ମାଡ଼ି କେତ୍ତଡ଼୍, ଇ ଏର୍ ମାୟାଦ୍; ଆଦିଙ୍କ୍ ଆଦ୍ ଆ ନୂୟ୍ଦେ ପେଦେର୍ ଏଷକ ୱାଟ୍ତଣ୍ଡ୍, ବାତେଙ୍କ୍ଇତ୍କେ ଅଡ଼୍ ଅନ୍ ତଡ଼୍ ରାମ୍କ୍ ମାଡ଼୍ତଡ଼୍।
21 ତାନ୍ପେର୍କେ ଇସାକ୍ତେ ଦାସଡ଼୍ ମେଣ୍ଡେ ଅଣ୍ଡୟ୍ ନୂୟ୍ ଡେୱ୍ତାଙ୍କ୍ ଅଡ଼୍ ଆଦିନ୍ ମାଇଦିଙ୍କ୍ ଆନ୍ତେ ରାମ୍କ୍ ମାଡ଼୍ତଡ଼୍; ଆସୁଟ୍ ଇସ୍ହାକ୍ ଆଦିନ୍ ପେଦେର୍ ସିଟ୍ନା ନେଃତଡ଼୍ ଆଦିନ୍ ଅର୍ଥ (ଶତ୍ରୁ) ୱାଟ୍ତଣ୍ଡ୍। 22 ମେଣ୍ଡେ, ଇସ୍ହାକ୍ ଆଗାଙ୍କ୍ ଆଞ୍ଜ୍ ମେଣ୍ଡେ ଅଣ୍ଡୟ୍ ନୂୟ୍ ଡେୱ୍ତଣ୍ଡ୍। ଆସୁଟ୍ ଆଗେ ମାଡ଼୍ତାଦିଙ୍କ୍ ଅଡ଼୍ ରାମ୍କ୍ ମାଡ଼୍ୱାଙ୍କ୍ ଆଦିନ୍ ପେଦେର୍ ରହୋବୋତ୍ତେ ଅର୍ଥ (ଅସାର୍ ପଡ଼ିୟେ ୱାଟ୍ତଣ୍ଡ୍), ଇଞ୍ଜେ ସଦାପ୍ରବୁ ମାକିଙ୍କ୍ ପଡ଼୍ୟି ଇତ୍ତଣ୍ଡ୍, ମାନାଡ଼୍ ଦେଶ୍ତାଗ୍ ନାର୍ଗେ ପିଲୁଡ଼୍ ଆଦିକାଡ଼୍ ।
23 ତାନ୍ପେର୍କେ ଅଣ୍ଡ୍ ଆ ପଡ଼୍ୟ୍କଞ୍ଚ୍ ବେର୍ଶେବା ଆତ୍ତଣ୍ଡ୍ । 24 ଆଦ୍ ନାର୍କା ସଦାପ୍ରବୁ ଅଂକିଙ୍କ୍ ଦର୍ଶନ୍ ଇସ୍ କେତ୍ତଣ୍ଡ୍, ମାମେ ମି ବାବାନ୍ ଅବ୍ରାହାମ୍ତେ ପରମେଶ୍ୱର୍ତନ୍; ୱେର୍ମା, ଇତ୍କେ ମାମେ ମା ଦାସ୍ ଅବ୍ରହାମ୍ତେ ସେଙ୍ଗେ ନି ତଡ଼୍ ଆଦ୍ତମ୍ ନୁ ନିକିଙ୍କ୍ ଆଶିର୍ବାଦ୍ ମାଡ଼ି ନିୟାଦ୍ ପିଲୁଡ଼୍ ନାର୍ଗେ ମାଡ଼ିତମ୍। 25 ଇସ୍ହାକ୍ ଆ ପଡ଼୍ୟ୍ତାଗ୍ ବେଦି ତିଆର୍ ମାଡ଼ି ସଦାପ୍ରବୁନ୍ ପେଦେର୍ତେ ପ୍ରାର୍ତନା ମାଡ଼୍ତଣ୍ଡ୍। ତାନ୍ପେର୍କେ ଅଣ୍ଡ୍ ଆ ପଡ଼୍ୟ୍ତାଗ୍ ଗୁଡ଼ୁସା ତିଆର୍ ମାଡ଼୍ତାଙ୍କ୍, ତାମ୍ ଦାସଡ଼୍ ଅଣ୍ଡୟ୍ ନୂୟ୍ ଡେୱ୍ତଡ଼୍।
26 ତାନ୍ପେର୍କେ ଅବିମେଲକ୍ ଅହୁଷତ୍ ପେଦେର୍ତେ ତାନ୍ ସାଙ୍ଗଙ୍କ୍ ନୁ ଫିକୋଲ ପେଦେର୍ତେ ସେନାପତିଙ୍କ୍ ତଡ଼୍ ଅସ୍ ଗରାର୍ ଦେଶ୍ତାଗାଙ୍କ୍ ଇସ୍ହାକ୍ତେ ଗାରେ ଆତ୍ତଡ଼୍। 27 ଆସୁଟ୍ ଇସ୍ହାକ୍ ଅଡ଼୍କିଙ୍କ୍ କେତ୍ତଣ୍ଡ୍, ମିଡ଼୍ ତ ନାକିଙ୍କ୍ ପାସ୍କୁତିଡ଼୍, ମେଣ୍ଡେ ମି ଲୋପେଙ୍କ୍ ନାକିଙ୍କ୍ ଦୁରାମ୍ ମାଡ଼ିସ୍ ମାତ୍ତିଡ଼୍, ଇଞ୍ଜେ ନା ଗାରେ ବାତ୍ ସେଙ୍ଗେତିଙ୍କ୍ ୱାତ୍ତିଡ଼୍ ?
28 ଆସୁଟ୍ ଅଡ଼୍ ଉତ୍ତର୍ ଇତ୍ତଡ଼୍, ସଦାପ୍ରବୁ ନି ତଡ଼୍ ମିନ୍ଦେଣ୍ଡ୍, ଇଦ୍ ମାମେ ପୁରା ଉଡ଼୍ତମ୍; ଇତ୍କେ କେତ୍ତମ୍, ମାନ୍ ଲୋପେ ଅଣ୍ଡୟ୍ ଶପତ୍ ମାନି ନୁ ମା ତଡ଼୍ ନିୟାଦ୍ ଇଦ୍ ଅଣ୍ଡୟ୍ ନିୟମ୍ ଆୟି; 29 ମାମେ ବେଦ୍ପୁଟୁଙ୍କ୍ ନିକିଙ୍କ୍ ହିଟମ୍ ନୁ ନି ସାୟେତ୍ ସେଙ୍ଗେ ମେଣ୍ଡେ ବାତ୍ ମାଡ଼ମ୍; ଇତ୍କେ ମିକିଙ୍କ୍ ଶାନ୍ତିତେ ରୟ୍ସିସ୍ମିନ୍ଦେମ୍, ଆଦ୍ଲେକାମ୍ ମିଡ଼୍ ମାକିଙ୍କ୍ ହିଂସା ମାଡ଼୍ମାଟ୍; ମିଡ଼୍ ତ ସଦାପ୍ରବୁନ୍ ଆଶିର୍ବାଦ୍ତେ ନାରୁଡ଼ି। 30 ଆସୁଟ୍ ଇସ୍ହାକ୍ ଅଡ଼୍ ମାଇଦିଙ୍କ୍ ବଜି ତିଆର୍ ମାଡ଼୍ତାଙ୍କ୍, ଅଡ଼୍ ସାରେତଡ଼୍ ତିତ୍ତଡ଼୍। 31 ତାନ୍ପେର୍କେ ଅଡ଼୍ ସିଟ୍ପାଟ୍ ନାର୍କୁକ୍ ତେଦି ନିଜେ ପ୍ରମାଣ ମାଡ଼୍ତଡ଼୍। ମେଣ୍ଡେ ଇସ୍ହାକ୍ ଅଡ଼୍କିଙ୍କ୍ ରହ୍ତାଙ୍କ୍, ଅଡ଼୍ ଶାନ୍ତିତେ ଅନ୍ଆଗାକଞ୍ଚ୍ ଆତ୍ତଡ଼୍।
32 ଆ ଦିନ୍ ଇସ୍ହାକ୍ତେ ଦାସଡ଼୍ ୱାସ୍ ମିୟାଦ୍ ଡେୱ୍ତେ ନୂୟ୍ ବିଷୟ୍ତେ କାବୁର୍ ଇସ୍ ଅଂକିଙ୍କ୍ କେତ୍ତଡ଼୍, ମାମେ ଏର୍ ପାହେମ୍ ଆତ୍ତମ୍ । 33 ଇତ୍କେବା ଅଣ୍ଡ୍ ଆ ନୂୟ୍ଦେ ପେଦେର୍ ଶୀବା ୱାଟ୍ତଣ୍ଡ୍, ମେଣ୍ଡେ ନେଣ୍ଡ୍ ଆୟ୍ନା ଆ ପଡ଼୍ୟେତ୍ ନଗର୍ ବେର୍ଶେବା ପେଦେର୍ ଆତ୍ତେ ।
34 ତାନ୍ପେର୍କେ ଏଷୌ ଚାଲିଶ୍ ବର୍ଷ ବୟସ୍ତେ ହିତ୍ତୀୟ ବେରିତେ ଯିହୁଦି ପେଦେର୍ତେ ପିକ୍ତିଙ୍କ୍ ନୁ ହିତ୍ତିୟ ଏଲୋନତେ ବାସମତ୍ ପେଦେର୍ତେ ପିକ୍ତିଙ୍କ୍ ପେଣ୍ଡୁଲ୍ ଆତ୍ତଣ୍ଡ୍ । 35 ମାତ୍ରମ୍ ଅଡ଼୍ ଇସ୍ହାକ୍ ନୁ ରିବିକାତେ ମନ୍ତେ ଦୁଃକାମ୍ ପୁନ୍ଦାନଙ୍କ୍ ଆତ୍ତଡ଼୍ ।