1 ଇଦ୍ ଲେକାମ୍ ମାବ୍ତାଦ୍ ନୁ ପୃତିବିତାଦ୍, ମେଣ୍ଡେ ଆ ରେଣ୍ଡିନ୍ ସାରେ ଜିନିଷ୍ ତିଆର୍ ଆଦାନାଦ୍ ତେର୍ତେ। 2 ପରମେଶ୍ୱର ସାତ୍ ଦିନାତେ ନିଜର୍ତାଦ୍ ପାଡ଼ିୟ୍ ତେର୍ସ୍ପି ଆ ସାତ୍ ଦିନାତେ ନିଜେ ମାଡ଼୍ତେ ସାରେ ପାଡ଼୍ଟଟିତାଗାଙ୍କ୍ ରମ୍ତଣ୍ଡ୍। 3 ମେଣ୍ଡେ ପରମେଶ୍ୱର ସାତ୍ ଦିନାତିଙ୍କ୍ ଆଶିର୍ବାଦ୍ ମାଡ଼ି ପବିତ୍ର ଇଞ୍ଜ କେତ୍ତଣ୍ଡ୍। ବାତ୍ଇତ୍କେ ଆ ଦିନାତେ ପରମେଶ୍ୱର ନିଜେ ତିଆର୍ମାଡ଼୍ତେ ସାରେ ପାଡ଼୍ୟିଦାଗାଙ୍କ୍ ରମ୍ତଣ୍ଡ୍।
4 ତିଆର୍ ଆତ୍ତେ କାଲାତେ ମାବ୍ତାଦ୍ ନୁ ପୃତିବିତାଦ୍ ବିଷୟ୍ ଇଦ୍। ବେନ୍ ସମୟ୍ତେ ସଦାପ୍ରବୁ ପରମେଶ୍ୱର ମାବ୍ତିଙ୍କ୍ ନୁ ପୃତିବିତିଙ୍କ୍ ତିଆର୍ ମାଡ଼୍ତଣ୍ଡ୍, 5 ଆ ସମୟ୍ତେ ୱାୟାନାଗ୍ ବାତ୍ଗାଡ୍ ଇଲକଟ ମାତ୍ତେ; ବାତେଙ୍କ୍ଇତ୍କେ ସଦାପ୍ରବୁ ପରମେଶ୍ୱର ପୃତିବିତାଗ୍ ୱାନ୍ ଇୱକଟ ମାତ୍ତଣ୍ଡ୍, ମେଣ୍ଡେ ଚାଷ୍ ପାଡ଼ିୟ୍ ମାଡ଼ାନଙ୍କ୍ ନାରୁଣ୍ଡ୍ ବା ଇଲକଟ ମାତ୍ତଣ୍ଡ୍। 6 ମେଣ୍ଡେ ପୃତିବିତାଗାଙ୍କ୍ ଅଣ୍ଡୟ୍ ଗୁମାମ୍ ତେଦି ସାରେ ବୁମ୍ତାଗ୍ ଏର୍ ଇଲ୍ସ୍କ୍ତା।
7 ଅନନ୍ତର ସଦାପ୍ରବୁ ପରମେଶ୍ୱର ବୁମ୍ତେ ମାଣ୍ଡୁଲ୍ ତଡ଼୍ ମାନେୟ୍ ତିଆର୍ ମାଡ଼ି ଅନ୍ ମସର୍ଦର୍ତାଗ୍ ଉଦି ଜିୱ୍ଆଦାନ୍ ଗାଲ୍ ନେହେସିତ୍ତଣ୍ଡ୍; ଆସୁଟ୍ ନାରୁଣ୍ଡ୍ ଜିୱୁ ମାନ୍ଦାନ୍ ନାରୁଣ୍ଡ୍ ଆତ୍ତଣ୍ଡ୍ ।
8 ମେଣ୍ଡେ ସଦାପ୍ରବୁ ପରମେଶ୍ୱର ପଡ଼ଦ୍ପେଇତାନ୍ ପାକେ ଏଦନ୍ତାଗ୍ ଅଣ୍ଡୟ୍ ବଗିଚା ତିଆର୍ମାଡ଼ି ଆଗେ ନିଜେ ତିଆର୍ ମାଡ଼୍ତେ ନାରୁଣ୍ଡ୍ ନେହ୍ତଣ୍ଡ୍। 9 ସଦାପ୍ରବୁ ପରମେଶ୍ୱର ଆ ବୁମ୍ତାଗାଙ୍କ୍ ରକମ୍ ରକମ୍ତେ ସାୟେତ୍ ଉଡାନ୍ ନୁ ସାୟେତ୍ କାଦି ମାଡ଼ାକ୍, ନୁ ସଦ୍ସତ୍ ଜ୍ଞାନଦାୟକ୍ ମାଡ଼ା ଉରୁସ୍କ୍ତଣ୍ଡ୍। 10 ବଗିଚାତାଗ୍ ଏର୍ପେୟ୍ତାନ୍ ଏଦନ୍ତାଗାଙ୍କ୍ ଅଣ୍ଡୟ୍ ବେଡ଼େମ୍ ଆସ୍ ଆ ପଡ଼ିୟ୍ତାଗାଙ୍କ୍ ୱେର୍ ୱେର୍ ନାଲୁ ପାକେ ୱିର୍ତା। 11 ପ୍ରତମ୍ ବେଡ଼େମ୍ତେ ପେଦେର୍ ପିଶୋନ; ଆଦ୍ ସୁନାପେୟ୍ତାନାଦ୍ ହବୀଲା ଦେଶ୍ସାରା ଆଦୁତ୍। 12 ଆ ଦେଶ୍ତେ ସୁନା ଗାଟି ଲେକେତାୱୁ, ମେଣ୍ଡେ ଆଗେ ମୁକ୍ତା ନୁ ନାର୍ଗେ ଦାମିନ୍ ମଣି ଲେକେତ୍ ଡାୱୁକ୍ ଜନ୍ମ ଆତ୍ତା । 13 ଦ୍ୱିତୀୟ ବେଡ଼େମ୍ତେ ପେଦେର୍ ଗୀହୋନ, ଇଦ୍ ସାରେକେ କୁଶ ଦେଶ୍ତାଗ୍ ଆଦ୍ତେ । 14 ତୃତୀୟ ବେଡ଼େମ୍ତେ ପେଦେର୍ ହିଦ୍ଦେକଲ, ଇଦ୍ ଅଶୂରିୟ ଦେଶ୍ତେ ମୁନେକଞ୍ଚ୍ ଆଦ୍ତେ । ଚତୁର୍ଥ ବେଡ଼େମ୍ତେ ପେଦେର୍ ଫରାତ୍।
15 ମେଣ୍ଡେ ସଦାପ୍ରବୁ ପରମେଶ୍ୱର ଆ ନାରୁଣ୍ଡ୍ ଅସ୍ ଏଦନ ବଗିଚାତିଙ୍କ୍ ଜତନ୍ ନେଃତାନ୍ ମାଇଦିଙ୍କ୍ ହେଞ୍ଚ୍ତଣ୍ଡ୍। 16 କିନ୍ତୁ ସଦାପ୍ରବୁ ପରମେଶ୍ୱର ଆ ନାରୁଣ୍ଡ୍ ଗଟ୍ ଇସ୍ କେତ୍ତଣ୍ଡ୍, ନିମେ ବଗିଚାତେ ସାରେ ମାଡ଼ାକିନ୍ କାୟା ନିଜର ଇଚ୍ଛାତେ ତିନ୍ଦ୍ପାର୍ଦ୍ତିନ୍, 17 ମାତ୍ରମ୍ ସଦସତ୍ ଜ୍ଞାନମାଡ଼େତ୍ କାୟା ତିନ୍ମାଟ୍, ବାତେଙ୍କ୍ଇତ୍କେ ବେନ୍ ଦିନ୍ ଆଦ୍ ତିନ୍ଦ୍ତିଡ଼୍, ଆ ଦିନାତେ ନିଜାମ୍ ଡଲିତିଡ଼୍।
18 ଅନନ୍ତର ସଦାପ୍ରବୁ ପରମେଶ୍ୱର କେତ୍ତଣ୍ଡ୍, ନାରୁଣ୍ଡ୍ ୱେରଣ୍ଡ୍ ମାନ୍ଦାନାଦ୍ ସାୟ୍ ଇଲେ, ମାମ୍ମେ ଅନ୍ ସେଙ୍ଗେ ଅନ୍ ତଡ଼୍ ମାନ୍ଦାନାଦିଙ୍କ୍ ତିଆର୍ ମାଡ଼ିତମ୍। 19 ମେଣ୍ଡେ ସଦାପ୍ରବୁ ପରମେଶ୍ୱର ବୁମ୍ତେ ୱାୟେତ୍ ଜନ୍ତୁ ନୁ ପାର୍ତାନ୍ ପିଟେ ତିଆର୍ ମାଡ଼ି ଆଦମ୍ ଆୱିଙ୍କ୍ ବାତେ ପେଦେର୍ ଇଦ୍ତଣ୍ଡ୍, ଇଦ୍ ପୁନ୍ଦାନ୍ ମାଇଦିଙ୍କ୍ ସାରେତାୱିଙ୍କ୍ ଅନ୍ ଗାରେ ତାତ୍ତନ୍। ଆସୁଟ୍ ଆ ନାରୁଣ୍ଡ୍ ଜିୱାକିନ୍ ଲୋପେଙ୍କ୍ ବେନିଙ୍କ୍ ବେନ୍ ପେଦେର୍ ଇତ୍ତଣ୍ଡ୍, ଆଦିନାଦ୍ ଆଦ୍ ପେଦେର୍ ଆତ୍ତେ । 20 ଆଦେ ଲେକାମ୍ ଆଦମ୍ ପଶୁ, ପାର୍ତାନ୍ ପିଟେ ନୁ ସାରେ ଜିୱାକ୍କିନ୍ ପେଦେର୍ ଇତ୍ତଣ୍ଡ୍; ମାତ୍ରମ୍ ନାରୁଣ୍ଡ୍ ମାଇଦିଙ୍କ୍ ଅନ୍ ତଡ଼୍ ମାନ୍ଦାନାଦ୍ ତନ୍ଦକଟ ମାତ୍ତେ। 21 ଅନନ୍ତର ସଦାପ୍ରବୁ ପରମେଶ୍ୱର ଆଦମ୍ତିଙ୍କ୍ ଗାଟି ଉସ୍କାଡ଼୍ ଇସ୍ ଆ ଉସ୍କାଡ଼୍ ସମୟ୍ତେ ଆ ନାରୁନ୍ ସୁଦୁର୍ ମାର୍ଙ୍ଗ୍ ବୁଲା ଅସ୍ ଆୱ୍ଙ୍ଗିନ୍ ତଡ଼୍ ଆ ପଡ଼ିୟେତିଙ୍କ୍ ବର୍ତ୍ତି ମାଡ଼୍ତଣ୍ଡ୍। 22 ମେଣ୍ଡେ ସଦାପ୍ରବୁ ପରମେଶ୍ୱର ଆଦମ୍ ତାଗାଙ୍କ୍ ବେନ୍ ମାର୍ଙ୍ଗ୍ ବୁଲା ଅତ୍ତଣ୍ଡ୍, ଆୱିନ୍ ତଡ଼୍ ଅଣ୍ଡୟ ମୁତ୍ତେ ତିଆର୍ ମାଡ଼ି ଆଦମ୍ତେ ଗାରେ ତାତ୍ତଣ୍ଡ୍। 23 ଆସୁଟ୍ ଆଦମ୍ କେତ୍ତଣ୍ଡ୍, ଇଞ୍ଜ୍ ଆତ୍ତେ; ଇଦ୍ ନା ବୁଲେତ୍ ବୁଲା ନୁ ଆୱ୍ଙ୍ଗିନ୍ ଆୱ୍ଙ୍ଗ୍; ଇଦିନ୍ ପେଦେର୍ ନାଟାଡ଼୍, ବାତେଙ୍କ୍ ଇତ୍କେ ଇଦ୍ଦେ ନାରୁନାଗାଙ୍କ୍ ତିଆର୍ ଆତ୍ତେ । 24 ଆଦିନ୍ ମାଇଦିଙ୍କ୍ ନାରୁଣ୍ଡ୍ ନିଜର୍ ୟାୟ୍ବାବାଙ୍କ୍ ୱିଡ଼୍ସି ନିଜର୍ ମୁତେନ୍ତଡ଼୍ ମାନ୍ତ୍ତଡ଼୍, ମେଣ୍ଡେ ଅଡ଼୍ ଅଣ୍ଡୟ ଆଦ୍ତଡ଼୍ । 25 ଆଦମ୍ ନୁ ତାନ୍ ମୁତ୍ତେ, ଇର୍ୱୁଡ଼୍ ଡୁଣ୍ଡଡୁଣ୍ଡ ମାତ୍ତ୍କେ ବା ଅଡ଼ାଦ୍ ସିଗ୍ ଇଲକଟ ମାତ୍ତେ।