1 ଇ ସାରେ ଗଟନାତେ ପେର୍କେ ପରମେଶ୍ୱର ଅବ୍ରାହାମ୍ତିଙ୍କ୍ ପରିକ୍ଷାତେ ମାଇଦିଙ୍କ୍ କେତ୍ତଣ୍ଡ୍, "ହୋ ଅବ୍ରାହାମ୍।" ଆସୁଟ୍ ଅଣ୍ଡ୍ ଉତ୍ତର୍ ଇତ୍ତଣ୍ଡ୍, ଉଡ଼ା, ନାନ୍ ଇଗେ ମିନ୍ଦେନ୍।
2 ଆସୁଟ୍ ଅଣ୍ଡ୍ କେତ୍ତଣ୍ଡ୍, ନିମେ ଇଞ୍ଜେ ନି ମାରିଙ୍କ୍, ନି ୱେରଣ୍ଡ୍ ଇଞ୍ଜ ମାରିଙ୍କ୍, ଇତ୍କେ, ନିମେ ବେନଙ୍କ୍ ପ୍ରେମ ମାଡ଼ୁତି, ଆ ଇସ୍ହାକ୍ତିଙ୍କ୍ ପୟ୍ସ୍ ମୋରୀୟା ଦେଶ୍ତାଗ୍ ଆନ୍; ମେଣ୍ଡେ ମାମେ ଆ ଦେଶ୍ତାଗ୍ ବେନ୍ ମେଟ୍ତାଗ୍ କେତିତମ୍, ଆ ମେଟେତ୍ ପର ଅଂକିଙ୍କ୍ ବଳିଦାନ୍ ଇମ୍।
3 ଆସୁଟ୍ ଅବ୍ରାହାମ୍ ନାର୍କକ୍ ତେଦି ଗଦତ୍ ପର ସାମାନ୍ ସଜାମାଡ଼ି ଇର୍ୱୁଡ଼୍ ଦାସ୍ ନୁ ତାନ୍ ମାର୍ ଇସ୍ହାକ୍ତିଙ୍କ୍ ତଡ଼୍ ଅତ୍ତଣ୍ଡ୍, ମେଣ୍ଡେ ହୋମତେ ସେଙ୍ଗେ ୱେର୍କି ନାଡ଼୍କି ପରମେଶ୍ୱର୍ କେସ୍ମାନ୍ଦାନ୍ ପଡ଼୍ୟ୍ତାଗ୍ ଆତ୍ତଡ଼୍। 4 ଅନନ୍ତର୍ ମୁଣ୍ଡ୍ଦିନାତେ ପେର୍କେ ଅବ୍ରାହାମ୍ ଦୂରାକଞ୍ଚ୍ ଉଡ଼ି ଆ ପଡ଼୍ୟି ଉଡ଼୍ତଣ୍ଡ୍। 5 ଆସୁଟ୍ ଅବ୍ରାହାମ୍ ଆ ଦାସଡ଼୍କ୍ କେତ୍ତଣ୍ଡ୍, ମିଡ଼୍ ଇ ପଡ଼୍ୟ୍ତାଗ୍ ଗଦ ତଡ଼୍ ମାନୁଟ୍, ନାନ୍ ନୁ ପେକାନ୍ ତ ଇର୍ୱୁଡ଼୍ ଆ ପଡ଼୍ୟ୍ତାଗ୍ ଆଞ୍ଜ୍ ଆରାଦନା ମାଡ଼ି ପେର୍କେ ମି ଗାରେ ମାଲ୍ସ୍ ୱାଦ୍ତମ୍।
6 ଆସୁଟ୍ ଅବ୍ରାହାମ୍ ଯଜ୍ଞମାଡ଼ାନ୍ ୱେର୍କି ପୟ୍ସ୍ ତାନ୍ ମାର୍ ଇସ୍ହାକ୍ତେ ଆଟ୍ତାଗ୍ କାଞ୍ଜ୍ପିସ୍ ନିଜର୍ କାୟ୍ଦେ କିସ୍ ନୁ ଛୁର୍ ପୟ୍ତଣ୍ଡ୍, ମେଣ୍ଡେ ଇର୍ୱୁଡ଼୍ ଅଣ୍ଡ୍ୟ୍ ଦାମ୍ ଆତ୍ତଡ଼୍। 7 ମେଣ୍ଡେ ଇସ୍ହାକ୍ ତାମ୍ ବାବାଲ୍ ଅବ୍ରାହାମ୍ତିଙ୍କ୍ କାର୍ଙ୍ଗି କେତ୍ତଣ୍ଡ୍, ହୋ ନା ବାବା। ଆସୁଟ୍ ଅଣ୍ଡ୍ ଉତ୍ତର୍ ଇତ୍ତଣ୍ଡ୍, ବାବୁ ଉଡ଼ା, ନାନ୍ ଇଗେ। ଆସୁଟ୍ ଅଣ୍ଡ୍ ପାଚାରାମାଡ଼୍ତଣ୍ଡ୍, ଇକ୍ ଉଡ଼ା,କିସ୍ ନୁ ୱେର୍କି, ମାତ୍ରମ୍ ପୁଜାନ୍ ସେଙ୍ଗେ ମେଣ୍ଢାପିଲ୍ ବେ ?
8 ଆସୁଟ୍ ଅବ୍ରାହାମ୍ କେତ୍ତଣ୍ଡ୍, ବାବୁ, ପରମେଶ୍ୱର୍ ନିଜେ ପୁଜାନ୍ ସେଙ୍ଗେ ମେଣ୍ଢାପିଲ୍ତିଙ୍କ୍ ଜଗାମାଡ଼ିତଣ୍ଡ୍। ଆସୁଟ୍ ଇର୍ୱୁଡ଼୍ ଅଣ୍ଡୟ୍ଦାମ୍ ଆତ୍ତଡ଼୍।
9 ମେଣ୍ଡେ ପରମେଶ୍ୱର୍ତେ ତିଆର୍ ମାଡ଼୍ତେ ପଡ଼୍ୟିତାଗ୍ ହେୱ୍ତାଙ୍କ୍, ଅବ୍ରାହାମ୍ ଆଗେ ଅଣ୍ଡୟ୍ ଯଜ୍ଞବେଦି ତିଆର୍ ମାଡ଼ି ତାନ୍ ପର ୱେର୍କି ସଜାମାଡ଼ି ତାନ୍ ମାରିଙ୍କ୍ ଇସ୍ହାକ୍ତିଙ୍କ୍, ତହ୍ସ୍ ବେଦିତେ ୱେର୍କିନ୍ ପର ପାଡ଼୍ସ୍ପ୍ତଣ୍ଡ୍। 10 ଅବ୍ରାହାମ୍ କାଇ ଆୟିସ୍ ମାରିଙ୍କ୍ ଆୱ୍କାନ୍ ମାଇଦିଙ୍କ୍ ଚୁର୍ ପେସ୍ପି ପୟ୍ତଣ୍ଡ୍। 11 ଇଦ୍ ସମୟ୍ତେ ମାବ୍ତାଗାଙ୍କ୍ ସଦାପ୍ରବୁନ୍ ଦୂତ୍ ଅଂକିଙ୍କ୍ କାର୍ଙ୍ଗି କେତ୍ତେ, ହୋ ଅବ୍ରାହାମ୍, ହୋ ଅବ୍ରାହାମ୍; ଆସୁଟ୍ ଅଣ୍ଡ୍ କେତ୍ତଣ୍ଡ୍, ଉଡ଼ା, ନାନ୍ ଇଗେ।
12 ଆସୁଟ୍ ଅଣ୍ଡ୍ କେତ୍ତଣ୍ଡ୍, ନିମେ ଆ ପେଃକାଙ୍କ୍ ଆୱୁକ୍ମା ନୁ ଅନ୍ ପର ବାତ୍ ମାଡ଼୍ମା; ଇତ୍କେ ପରମେଶ୍ୱର୍ତେ ପର ନିୟାଦ୍ ୱେର୍ ମିନ୍ଦେ, ଇଦ୍ ମାମେ ବୁଜେମ୍ ଆତ୍ତମ୍; ବାତେଙ୍କ୍ଇତ୍କେ ନିମେ ମାକିଙ୍କ୍ ନିଜର୍ ମାରିଙ୍କ୍, ନି ୱେରଣ୍ଡ୍ ଇଞ୍ଜ ମାରିଙ୍କ୍ ଇଦାଙ୍କେ ବା ମନା ମାଡ଼୍ୱିନ୍।
13 ଅବ୍ରାହାମ୍ ଉଡ଼ି ତାନ୍ ପେର୍କେ ପଦ୍ଲାତାଗ୍ ମେଣ୍ଢେତ୍ କର୍ଦାଗ୍ ଅଣ୍ଡୟ୍ ଟଣ୍ଡ୍ ଉତତେ ମେଣ୍ଢେତିଙ୍କ୍ ଉଡ଼୍ତଣ୍ଡ୍; ଆସୁଟ୍ ଅବ୍ରାହାମ୍ ଆଞ୍ଜ୍ ଆ ମେଣ୍ଢାତିଙ୍କ୍ ତାସ୍ ତାନ୍ ମାରିନ୍ ବାଦୁଲ୍ତେ ତାଂକିଙ୍କ୍ ହୋମତେ ସେଙ୍ଗେ ପୂଜ୍ତଣ୍ଡ୍। 14 ମେଣ୍ଡେ ଅବ୍ରାହାମ୍ ଆ ପଡ଼୍ୟେତ୍ ପେଦେର୍ ଯିହୋବା ଯିରି ୱାଟ୍ତଣ୍ଡ୍। ଆଦିନ୍ ମାଇଦିଙ୍କ୍ ନେଣ୍ଡ୍ଆୟ୍ନା ନାରୁଡ଼୍ କେତୁତଡ଼୍, ସଦାପ୍ରବୁ ମେଟେତାଗ୍ ପଡ଼ିୟେ ମାଡ଼ିତଣ୍ଡ୍।
15 ମେଣ୍ଡେ ସଦାପ୍ରବୁନ୍ ଦୂତ୍ ରେଣ୍ଡ୍ଦାମ୍ ମାବ୍ତାଗାଙ୍କ୍ ଅବ୍ରାହାମ୍ତିଙ୍କ୍, କାର୍ଙ୍ଗି କେତ୍ତେ, 16 ସଦାପ୍ରବୁ କେସମିନ୍ଦେଣ୍ଡ୍, ନିମେ ନାକିଙ୍କ୍ ନିଜର୍ ମାରିଙ୍କ୍, ନି ୱେରଣ୍ଡ୍ ଇଞ୍ଜ ମାରିଙ୍କ୍ ଇଦାଙ୍କ୍ ମନା ଆୟ୍ୱିନ୍। 17 ନିୟାଦ୍ ଇ ପାଡ଼୍ୟିଦେ ସେଙ୍ଗେ ମାମେ ମା ପେଦେର୍ତେ ଶପଥ ମାଡ଼ି କେତୁତମ୍, ମାମେ ନିକିଙ୍କ୍ ନିଜାମ୍ ଆଶିର୍ବାଦ୍ ମାଡ଼ି ମାବ୍ତେ ଉକାକ୍ ନୁ ସମୁଦ୍ରତେ ଉସ୍କତେ ଲେକାମ୍ ନିୟାଦ୍ ପିଲୁଡ଼୍ ଦିବେନ୍ ପିଲୁଡ଼୍ ମାଡ଼ିତମ୍; ନି ପିଲୁଡ଼୍ ଶତ୍ରୁଡ଼୍ ନଗର୍ତେ ଆର୍ଦିଙ୍କ୍ ଅଦିକାର୍ ମାଡ଼ିତଡ଼୍। 18 ମେଣ୍ଡେ ପୃତିବୀତେ ସାରେ ଜାତି ନି ପିଲୁଡ଼୍ ଦ୍ୱାରା ଆଶିର୍ବାଦ୍ ପାହେମ୍ ଆଦ୍ତଡ଼୍; ବାତେଙ୍କ୍ଇତ୍କେ ନିମେ ମାୟାଦ୍ ବାକ୍ୟ ପାଳନ୍ ମାଡ଼ିମିନ୍ଦେନି। 19 ଅବ୍ରାହାମ୍ ଆ ଦାସଡ଼୍ ଗାରେ ମାଲ୍ସ୍ ଆତ୍ତଡ଼୍; ମେଣ୍ଡେ ଅଡ଼୍ ତେଦି ଅଣ୍ଡୟ୍ ତଡ଼େକ୍ ଆତ୍ତଡ଼୍ ନୁ ଅବ୍ରାହାମ୍ ବେର୍ଶେବାତାଗ୍ ବାସ ମାଡ଼୍ତଣ୍ଡ୍।
20 ଆ ଗଟନାତେ ପେର୍କେ ଅବ୍ରାହାମ୍ତିଙ୍କ୍ ଇ କାବୁର୍ ଇତ୍ତଡ଼୍, କେଞ୍ଜା, ମିଲ୍କା ଆନ୍ତେ ନି ତାମୁଣ୍ଡ୍ ନାହୋରତେ ସେଙ୍ଗେ ପିଲା ଜନ୍ମ ମାଡ଼ିମିନ୍ଦେ। 21 ତାନ୍ ବେଡ଼ିୟ୍ ମାର୍ର୍ ଉଷ ନୁ ତାନ୍ ତାମୁଣ୍ଡ୍ ବୂଷ ନୁ ଅରାମ୍ତେ ବାବାଲ୍ କମୂୟେଲ୍। 22 ମେଣ୍ଡେ କେଷଦ୍, ହସୋ, ପିଲଦଶ୍, ଯିଦ୍ଲଫ୍ ନୁ ବତୂୟେଲ୍, 23 ଆ ବତୂୟେଲ୍ତେ ମାୟାଡ଼୍ ରିବିକା। ଅବ୍ରାହାମ୍ତେ ତାମୁଣ୍ଡ୍ ନାହୋର୍ ସେଙ୍ଗେ ମିଲ୍କା ଇ ଆଟ୍ଜାନ୍ ମାର୍କ୍ ଜନମ୍ ମାଡ଼୍ତେ। 24 ମେଣ୍ଡେ ନାହୋର୍ତେ ରୂମା ପେଦେର୍ତେ ବେଡ଼ିୟ୍ ମୁତେନ୍ ଆଗାଙ୍କ୍ ଟେବହ ନୁ ଗହମ୍ ନୁ ତହଶ୍ ନୁ ମାଖା, ଇଡ଼୍ ଜନ୍ମ ଆତ୍ତଡ଼୍।