1 ତାନ୍ପେର୍କେ ଯାକୁବ ତାନ୍ ସାରେ ପଇସ୍ ଆତ୍ତଣ୍ଡ୍, ମେଣ୍ଡେ ବେର୍ଶେବାତାଗ୍ ଡିଗି ଆଗେ ତାମ୍ ବାବାନ୍ ଇସ୍ହାକ୍ତେ ପରମେଶ୍ୱର୍ ଉଦେଶ୍ୟତେ ବଲିଦାନ୍ ମାଡ଼୍ତଣ୍ଡ୍। 2 ଆସୁଟ୍ ପରମେଶ୍ୱର୍ ଯାକୁବତିଙ୍କ୍ ନାର୍କା ଦର୍ଶନ ଇସ୍ କେତ୍ତଣ୍ଡ୍, ହୋ ଯାକୁବ, ହୋ ଯାକୁବ। ଆସୁଟ୍ ଅଣ୍ଡ୍ ଉତ୍ତର୍ ଇତ୍ତଣ୍ଡ୍, ଉଡ଼ା, ନାନ୍ ଇଗ୍ ମିନ୍ଦେନ୍।
3 ଆସୁଟ୍ ଅଣ୍ଡ୍ କେତ୍ତଣ୍ଡ୍, ମାମେ ପରମେଶ୍ୱର୍, ନି ବାବାନ୍ ପରମେଶ୍ୱର; ନିମେ ମିସର୍ତା ଆଦାନ୍ ମାଇଦିଙ୍କ୍ ୱେର୍ମା; ବାତେଙ୍କ୍ଇତ୍କେ ମାମେ ଆଗେ ନିକିଙ୍କ୍ ଅଣ୍ଡୟ୍ ବେଡ଼ିୟ୍ ଗୋଷ୍ଠି ମାଡ଼ିତମ୍। 4 ମାମେ ନି ତଡ଼୍ ମିସର୍ ଦେଶ୍ତା ଆଦ୍ତମ୍; ମେଣ୍ଡେ ମାମେ ଆନ୍ତେ ଆଗାକଞ୍ଚ୍ ନିକିଙ୍କ୍ ନିଜାମ୍ ମାଲ୍ପି ତାତିତମ୍, ମେଣ୍ଡେ ଯୋଷେପ୍ ନିମେ ଡଲାନ୍ ସମୟ୍ତେ ମାନ୍ତଣ୍ଡ୍।
5 ତାନ୍ପେର୍କେ ଯାକୁବ ବେର୍ଶେବାକଞ୍ଚ୍ ଆତ୍ତଣ୍ଡ୍; ମେଣ୍ଡେ ଅଂକିଙ୍କ୍ କାଞ୍ଜାନ୍ ମାଇଦିଙ୍କ୍ ଫାରୋ ବେନ୍ ଗାଡ଼ି ରୟ୍ସ୍ ମାତ୍ତଣ୍ଡ୍, ଆଗେ ଯାକୁବତେ ମାର୍କିଡ଼୍କ୍ ତାମ୍ ବାବାଲ୍ ଯାକୁବଙ୍କ୍ ନୁ ପେକଡ଼୍କ୍ ନୁ ମୁତେକିଙ୍କ୍ ଅତ୍ତଡ଼୍। 6 ତାନ୍ପେର୍କେ ଅଡ଼୍, ଇତ୍କେ, ଯାକୁବ ନୁ ତାନ୍ ସାରେ ପିଲୁଡ଼୍ ତାମ୍ ପଶୁକି ନୁ କିଣାନ୍ ଦେଶ୍ତାଗ୍ ଗାଡ଼୍ସ୍ତେ ସାରେ ସମ୍ପତ୍ତି ପୟିସ୍ ମିସର୍ ଦେଶ୍ତାଗ୍ ହେଉତ୍ତଡ଼୍। 7 ଇଦ୍ ଲେକାମ୍ ଯାକୁବ ତାନ୍ ମାର୍ଦେ ନାତିଡ଼୍, ମାୟାଡ଼୍ ନୁ ମାୟାଡ଼୍ତେ ନାତିକିଙ୍କ୍ ସାରେ ପରିବାର୍ ଅସ୍ ମିସର୍ ଦେଶ୍ତା ଆତ୍ତଣ୍ଡ୍।
8 ମିସର୍ ଦେଶ୍ତା ୱାତ୍ତେ ଯାକୁବ ପିଲୁଡ଼୍, ଇତ୍କେ, ଯାକୁବ ନୁ ତାନ୍ ପିଲାକିନ୍ ପେଦେର୍। ଯାକୁବନ୍ ବେଡ଼ିୟ୍ ମାର୍ ରୁବେନ୍। 9 ରୁବେନ୍ ତେ ମାର୍ ହନୋକ୍, ପଲ୍ଲୁ, ଇଷ୍ରୋଣ ନୁ କର୍ମି। 10 ଶିମିୟନ୍ତେ ମାର୍ ଯିମୁଏଲ୍, ଯାମିନ୍, ଓହଦ୍, ଯାଖିନ୍, ସୋହର୍ ନୁ ତାନ୍ କିଣାନୀୟତେ ମୁତେନାଗାଙ୍କ୍ ପୁଟ୍ତେ ମାର୍ ଶୌଲ। 11 ଲେବିନ୍ତେ ମାର୍ ଗେର୍ଶୋନ୍, କହାତ୍ ନୁ ମରାରି। 12 ଯିହୁଦାନ୍ ମାର୍ ଏର୍, ଓନନ୍, ଶେଲା, ପେରସ୍ ନୁ ସେରହ; ମାତ୍ରମ୍ ଏର୍ ନୁ ଓନନ୍ କିଣାନ୍ ଦେଶ୍ତାଗେ ଡଲିମାତ୍ତଡ଼୍। ପେରସ୍ତେ ମାର୍ ହିଷ୍ରୋନ୍ ନୁ ହାମୂଲ। 13 ଇଷାଖର୍ତେ ପିଲା ତୋଲୟ, ପୂୟ, ଯବ ନୁ ଶିମ୍ରୋନ୍। 14 ସବୂଲୂନ୍ତେ ମାର୍ ସେରଦ, ଏଲୋନ୍ ନୁ ଯହଲେଲ୍। 15 ଇଡ଼୍ ନୁ ପିକିର୍ ଦୀଣା ପଦ୍ଦନ୍ ଅରାମ୍ତେ ଯାକୁବକଞ୍ଚ୍ ପୁଟ୍ତେ ଲେୟାନ୍ ପିଲା। ଇଡ଼୍ ମାର୍ ମାୟାସ୍କିନେ ତେତିଶ୍ ନାରୁଡ଼୍ ମାତ୍ତଡ଼୍।
16 ଗାଦ୍ର୍ ମାର୍ ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରି, ଅରୋଦୀ ନୁ ଅରେଲୀ। 17 ଆଶେର୍ତେ ମାର୍ ଯିମ୍ନା, ଯିଶ୍ବା, ବରୀୟ ନୁ ଅଡ଼୍ ହେଲାଡ଼୍ ସେରହ। ମେଣ୍ଡେ ବରୀୟତେ ମାର୍ ହେବର ନୁ ମଲ୍କୀୟେଲ୍ । 18 ଲାବାନ୍ ତାନ୍ ପିକିର୍ ଲେୟାଙ୍କ୍ ସିଲ୍ପା ପେଦେର୍ ତେ ବେନ୍ (ଦାସିଲ୍) ଇସ୍ ମାତ୍ତେ, ଆଦ୍ ଯାକୁବନ୍ ଇ ପିଲାଙ୍କ୍ ଜନ୍ମ ମାଡ଼ି ମାତ୍ତେ। ଇଡ଼୍ ଷୋଉଳ ନାରୁଡ଼୍।
19 ମେଣ୍ଡେ ଯାକୁବନ୍ ମୁତେ ରାହେଲ୍ତେ ମାର୍ର୍କିଡ଼୍ ପେଦେର୍ ଯୋଷେପ୍ ନୁ ବିନ୍ୟାମିନ୍। 20 ଯୋଷେପ୍ ତେ ମାର୍ ମନଃଶି ନୁ ଇଫ୍ରୟିମ୍ ମିସର୍ ଦେଶ୍ତାଗେ ଜନ୍ମ ଆସ୍ ମାତ୍ତଣ୍ଡ୍; ଓନ୍ ଟାଉନ୍ ତେ ପୋଟିଫେର୍ ଯାଜକ୍ତେ ଆସନତ୍ ପେଦେର୍ତେ ପିକିର୍ ଅଡ଼୍କିଂଙ୍କ୍ ଜନ୍ମ ମାଡ଼ି ମାତ୍ତେ। 21 ମେଣ୍ଡେ ବିନ୍ୟାମିନ୍ତେ ପିଲା ବେଲା, ବେକର୍, ଅସ୍ବେଲ, ଗେରା, ନାମାନ୍, ଏହୀ, ରୋଶ, ମୁପ୍ପୀମ, ହୁପ୍ପିମ୍ ନୁ ଅର୍ଦ। 22 ଇ ଚଉଦଜାନ୍ ନାରୁଡ଼୍ ଯାକୁବକଞ୍ଚ୍ ପୁଟ୍ତେ ରାହେଲ୍ତେ ପିଲା।
23 ମେଣ୍ଡେ ଦାନର୍ତେ ମାର୍ ହୁଶିମ୍। 24 ନପ୍ତାଲିତେ ମାର୍ର୍ ଯହସିୟେଲ୍, ଗୁନି, ଯେତ୍ସର ନୁ ଶିଲେମ୍। 25 ଲାବାନ୍ ତାନ୍ ପିକିର୍ ରାହେଲ୍ତିଙ୍କ୍ ବିଲ୍ହା ପେଦେର୍ତେ ବେନ୍ ଦାସିଲ୍। ଇସ୍ମାତ୍ତେ; ଇଡ଼୍ ସାରେକେ ସାତଜାନ୍ ମାତ୍ତଡ଼୍।
26 ଯାକୁବନ୍ କଟିକଞ୍ଚ୍ ପୁଟ୍ତେ ବେନ୍ ନାରୁର୍ କି ତାନ୍ତଡ଼୍ ମିସର୍ତାଗେ ହେୱ୍ତଡ଼୍, ଯାକୁବନ୍ ମାର୍କିଡ଼୍ ମୁତେକିଙ୍କ୍ ୱିଡ଼୍ସି ଅଡ଼୍ ସାରେ ଷାଟିଏ ଆର୍ୱୁଡ଼୍ ନାରୁଡ଼୍ ମାତ୍ତଡ଼୍। 27 ମିସର୍ତାଗେ ଯୋଷେପ୍ତେ ବେନ୍ ମାର୍ ଜନ୍ମ ଆସ୍ ମାତ୍ତଣ୍ଡ୍, ଅଡ଼୍ ଇର୍ୱୁଡ଼୍ ନାରୁଡ଼୍, ମିସର୍କଞ୍ଚ୍ ୱାତ୍ତେ ଯାକୁବନ୍ ପରିବାର୍ ସାରେତଡ଼୍ ସତୁରି ଜାନ୍ ମାତ୍ତଡ଼୍।
28 ତାନ୍ପେର୍କେ ଯୋଷେପ୍ ଗୋଶନ ପ୍ରଦେଶ୍ତା ଆଦାନ୍ ଆର୍ ବେଦ୍ ପୁଟୁଙ୍କ୍ ତଃତିତଣ୍ଡ୍ ଆଦିନ୍ ମାଇଦିଙ୍କ୍ ଯାକୁବ୍ ତାନ୍ ମୁନେ ଯିହୁଦାଙ୍କ୍ ଅନ୍ ମୁନେ ରହ୍ଃତଣ୍ଡ୍; ତାନ୍ ପେର୍କେ ଅଡ୍, ଗୋଶନ୍ ପ୍ରଦେଶ୍ତା ଆତ୍ତଡ଼୍। 29 ଆସୁଟ୍ ଯୋଷେପ୍ ତାନ୍ ବାବାଲ୍ ଯାକୁବତେ ତଡ୍ କାୟ୍ଲାନ୍ ମାଇଦିଙ୍କ୍ ରଥତାଗ୍ ତାରି ଗୋଶନ୍ ପ୍ରଦେଶ୍ତା ଆତ୍ତଡ଼୍; ମେଣ୍ଡେ ଅଂକିଙ୍କ୍ କାଇଲି ତାନ୍ବଣ୍ଡକ୍ତିଙ୍କ୍ ପୟିସ୍ ନାର୍ଗେ ସମୟ ଆଇନା କେୟ୍ତଣ୍ଡ୍। 30 ଆସୁଟ୍ ଯାକୁବ ଯୋଷେପ୍ତିଙ୍କ୍ କେତ୍ତଣ୍ଡ୍, ଇଞ୍ଜେ ନାୟାଦ୍ ଡଲାନାଦ୍ ଆୟି, ନାନ୍ ନି ମକମ୍ ଉଡ୍ତାନ୍, ନିମେ ତ ନେଣ୍ଡ୍ଆଇନା ଗେଲ୍ସି ମିନ୍ଦେନି।
31 ତାନ୍ପେର୍କେ ଯୋଷେପ୍ ତାନ୍ ଦାଦାଲଡ୍କ୍ ନୁ ବାବାନ୍ ପରିବାର୍ତିଙ୍କ୍ କେତ୍ତଣ୍ଡ୍ , ନାନ୍ ଆଞ୍ଜ୍ ଫାରୋଙ୍କ୍ କାବୁର୍ ଇଦ୍ତାନ୍ , କିଣାନ୍ ଦେଶ୍କଞ୍ଚ୍ ନା ଦାଦାଲଡ୍ ନୁ ବାବାନ୍ ପରିବାର ନା ଗାରେ ୱାସ୍ ମିନ୍ଦେଡ୍। 32 ଅଡ୍ ପଶୁ ମେୟ୍ତାନଡ୍ ନୁ ପଶୁ ବେପାରିଡ଼୍, ଆଦିଙ୍କ୍ ଅଡ୍ ତାମ୍ ମେକା ଗଡ୍କ୍ ମାନ୍ଦ୍ତିଙ୍କ୍ ସାରେ ତାସ୍ମିନ୍ଦେଡ୍। 33 ଆସୁଟ୍ ଫାରୋ ମିକିଙ୍କ୍ କାର୍ଙ୍ଗି ମିୟାଦ୍ ବାତେ ବେପାରିଡ଼୍ ? ଇ ଗଟ୍ ବେସୁଙ୍କ୍ ପାଚ୍ରାରାମାଡିତଣ୍ଡ୍, 34 ଆସୁଟ୍ ମିଡ୍ କେତିତିଡ୍, ନିଇ ଦାସଡ୍ ସୁଦୁର୍ମାନାକଞ୍ଚ୍ ଇଞ୍ଜେଆଇନା ମୁନେ ଆନିଦାଦିଡ୍କଞ୍ଚ୍ ପଶୁ ବେପାରିମ୍ ଆସୁଟ୍ ମିଡ୍ ଗୋଶନ୍ ପ୍ରଦେଶ୍ତାଗ୍ ମାନ୍ଦ୍ ପାର୍ଦ୍ତିଡ୍, ବାତେଙ୍କ୍ଇତ୍କେ ପଶୁମେୟ୍ତାନଡ୍ ମିସରତେ ଗାରେ ପାସ୍କାନ୍ ଲେକାମ୍ ଆତ୍ତଡ଼୍।