1 ତାନ୍ପେର୍କେ ଅବ୍ରାମ୍ ନିଜର୍ ମୁତେ ନୁ ସାରେ ସମ୍ପତ୍ତି ପୟସ୍ ଲୋଟନ୍ ତଡ଼୍ ମିସର ଦେଶ୍ତେକଞ୍ଚ୍ ପେୟ୍ସ୍ ତିନ୍କାୟ୍ଦେ କିଣାନ୍ ଅଞ୍ଚଲ୍ତା ଆତ୍ତଡ଼୍। 2 ଅବ୍ରାମ୍ ପଶୁ ନୁ ସୁନା ରୂପାତେ ଡାବୁକ୍କିନେ ଅଦିକ୍ ସାୱ୍କାର୍ ମାତ୍ତଣ୍ଡ୍। 3 ମେଣ୍ଡେ ଅଣ୍ଡ୍ ମୁନେତ୍ ଆଦାନ୍ ଅନୁସାରେ ତିନ୍କାୟ୍ଦେକଞ୍ଚ୍ ବୈତେଲ ପାକା ଆଞ୍ଜ ଆଞ୍ଜ ବୈତେଲ୍ ନୁ ଅୟର ନାଡ଼୍ମେ ବେନ୍ ପଡ଼୍ୟ୍ତାଗ୍ ମୁନେଙ୍କ୍ ତାମ୍ ଗୁଡ଼ୁସା ତିଆର୍ ଆସ୍ମାତ୍ତେ, 4 ଆ ପଡ଼୍ୟ୍ତାଗ୍ ହେୱୁସ୍ ଅନାଦ୍ ମୁନେଙ୍କ୍ ତିଆର୍ ଆତ୍ତେ ଯଜ୍ଞବେଦିତ୍ ଗାରେ ସଦାପ୍ରବୁନ୍ ପେଦେର୍ତେ ପ୍ରାର୍ତନା ମାଡ଼୍ତଡ଼୍।
5 ମେଣ୍ଡେ ଅବ୍ରାମ୍ତଡ଼୍ ଲୋଟଙ୍କ୍ ଆନ୍ତେ ନାର୍ଗେ ନାର୍ଗେ ମେଣ୍ଢା, ଗଡ୍କ୍ ନୁ ଗୁଡ଼ୁସା ମାତ୍ତା। 6 ଆଦିନ୍ ମାଇଦିଙ୍କ୍ ଆ ଦେଶ୍ ଅଡ଼ାଦ୍ ଅଣ୍ଡୟାଗ୍ ମାନ୍ଦାନ୍ ମାଇଦିଙ୍କ୍ ଲେକେତ୍ ଆୟ, ବାତେଙ୍କ୍ଇତ୍କେ ଅଡ଼ାୱ୍ ନାର୍ଗେ ପଶୁକି ମାନ୍ନାଙ୍କ୍ ଅଡ଼୍ ଅଣ୍ଡୟାଗ୍ ମାନ୍ଦାନଙ୍କ୍ ପାର୍ୱଡ଼୍। 7 ମେଣ୍ଡେ ଅବ୍ରାମ୍ତେ ପଶୁ ମେୟ୍ତାନଡ଼୍ ନୁ ଲୋଟନ୍ ପଶୁ ମେୟ୍ତାନଡ଼୍ ନିଜର୍ ନିଜର୍ ଲୋପ ବିରଦ୍ଦ୍ ଆତ୍ତଡ଼୍। ଆ ସମୟ୍ତେ ଆ ଦେଶ୍ତାଗ୍ କିଣାନୀୟ ନି ପରିଷୀୟ ନାରୁଡ଼୍ ମାଞ୍ଜ ମାତ୍ତଡ଼୍।
8 ଆଦିଙ୍କ୍ ଅବ୍ରାମ୍ ଲୋଟଙ୍କ୍ କେତ୍ତଣ୍ଡ୍, ନାନ୍ ଅନୁରଦ୍ ମାଡ଼ୁତାନ୍, ନି ନା ଲୋପେ, ମେଣ୍ଡେ ନିୟାୱ୍ ପଶୁ ମେୟ୍ତାନଡ଼୍ ନୁ ନାୟାୱ୍ ପଶୁ ମେୟ୍ତାନଡ଼୍ ଲୋପେ ବିରଦ୍ଦ୍ ଆୟ୍ମା କି, ବାତେଙ୍କ୍ଇତ୍କେ ମାନାଡ଼୍ ତାମୁଡ଼୍ ଇର୍ୱୁଡ଼୍। 9 ନି ମୁନେ କି ସାରେ ଦେଶ୍ ଇଲେ ? ଇତ୍କେ ନିକିଙ୍କ୍ ଅନୁରଦ୍ ମାଡ଼ୁତାନ୍, ନିମେ ନାୟାଗାଙ୍କ୍ ୱେର୍ ଆୟିମ୍; ବାତେଙ୍କ୍ଇତ୍କେ, ନିମେ ଡେବ୍ କାଇଦା ଆନ୍ ନାନ୍ ତିନ୍କାୟ୍ଦା ଆଦ୍ତାନ୍; ଇଲୁକ୍ ଆସୁଙ୍କ୍ ନିମେ ତିନ୍କାୟ୍ଦା ଆନ୍, ନାନ୍ ଡେବ୍ କାଇତେ ପାକା ଆଦ୍ତାନ୍ ।
10 ଆସୁଟ୍ ଲୋଟ ଉଡ଼ି କେତ୍ତଣ୍ଡ୍, ସୋୟର୍ ଏୱ୍ନା ଯର୍ଦ୍ଦନ୍ତେ ସାରେ ପଡ଼ିୟେ ସଦାପ୍ରବୁନ୍ ବଗିଚାତେ ନାର୍ଗେ ଏର୍ର ନୁ ମିସର ଦେଶ୍ତେ ଲେକାମ୍ ଆତ୍ତେ । ବାତେଙ୍କ୍ଇତ୍କେ ଆ ସମୟ୍ତେ ସଦୋମ ନୁ ହମୋରା ସଦାପ୍ରବୁନ୍ ତଡ଼୍ ନଷ୍ଟ ଆୟକଟ ମାତ୍ତା। 11 ଆଦିନ୍ମାଇଦିଙ୍କ୍ ଲୋଟ ନିଜର୍ ମାଇଦିଙ୍କ୍ ଯର୍ଦ୍ଦନତେ ସାରେ ପଡ଼ିୟା ହେଞ୍ଚି ମୁନେତ୍ ପାକ୍ ଆତ୍ତଡ଼୍; ଆଦ୍ପୁଟୁଙ୍କ୍ ଅଡ଼୍ ନିଜର୍ ନିଜର୍ ତାଗାଙ୍କ୍ ୱେର୍ ଆତ୍ତଡ଼୍। 12 ଆସୁଟ୍ ଅବ୍ରାମ୍ କିଣାନ ଦେଶ୍ତାଗ୍ ମାତ୍ତଣ୍ଡ୍, ମେଣ୍ଡେ ଲୋଟ ଆ ଆଞ୍ଚିନା ସାରେ ନଗର୍ ଲୋପେ ମାଞ୍ଜ୍ ମେଣ୍ଡେ ସଦୋମ୍ ହେୱ୍ନା ଗୁଡ଼ୁସା ତିଆର୍ ମାଡ଼ାଙ୍କ୍ ପସ୍ପ୍ତଣ୍ଡ୍। 13 ଆ ସଦୋମ୍ତେ ନାରୁଡ଼୍ ଗାଟି ଦୁଷ୍ଟ ସଦାପ୍ରବୁନ୍ ମୁନେ ଗାଟି ପାପି ମାତ୍ତଡ଼୍।
14 ଅବ୍ରାମ୍ତାଗାଙ୍କ୍ ଲୋଟ ୱେର୍ ଆତ୍ତେ ପେର୍କେ ସଦାପ୍ରବୁ ଅବ୍ରାମ୍ତିଙ୍କ୍ କେତ୍ତଣ୍ଡ୍, ଇଞ୍ଜେ ନିମେ ମିନ୍ଦେନି; ନି ସାରେପାକେ ଉଡ଼ା; 15 ବାତେଙ୍କ୍ଇତ୍କେ ଇଦ୍ ଯେ ସାରେ ଦେଶ୍ ନିମେ ଉଡ଼ୁତିନ୍, ଆଦ୍ ମାମେ ନିକିଙ୍କ୍ ନୁ ଯୁଗ୍ ଯୁଗ୍ ନି ପିଲୁଡ଼୍ତିଙ୍କ୍ ଇଦ୍ତମ୍। 16 ମେଣ୍ଡେ ପୃଥିବୀତେ ଉସ୍କ ଲେକାମ୍ ମାମେ ନି ପିଲୁଡ଼୍ତିଙ୍କ୍ ନାର୍ଗେ ମାଡ଼ିତମ୍; ବେନ କି ବେସୁଙ୍କ୍ ପୃଥିବୀତେ ଉସ୍କତିଙ୍କ୍ ଲେକ୍ ପାର୍ଦ୍ତଣ୍ଡ୍, ଇତ୍କେ ନି ପିଲୁଡ଼୍ ନାର୍ଗେ ଆଦ୍ତେ । 17 ତେଦ୍ଦା, ଇ ଦେଶ୍ତେ ବେଡ଼ିୟ୍ ଅସାର୍ ବୁମ୍ଦିଙ୍କ୍ ଉଡା; ଆସୁଟ୍ ମାମେ ନିକିଙ୍କ୍ ଆଦ୍ ଇଦ୍ତମ୍। 18 ଆସୁଟ୍ ଅବ୍ରାମ୍ ଗୁଡ଼ୁସା ତିଆର୍ ମାଡ଼ି ହିବ୍ରୋଣ ଗାରେ ମମ୍ରିତେ ଅଲୋନ ମାଡ଼େତ୍ ମଦଲ୍ ଆଞ୍ଜ୍ ମାତ୍ତଡ଼୍, ମେଣ୍ଡେ ଆଗେ ସଦାପ୍ରବୁନ୍ ଉଦେଶ୍ତେ ଅଣ୍ଡୟ୍ ଯଜ୍ଞବେଦି ତିଆର୍ ମାଡ଼୍ତଣ୍ଡ୍।