ଇଶ୍ୱର ଆଦୁତନ୍ ମାନ୍ ବାବାଲ୍
1 ଇଦ୍ଲେକେନ୍ ସାକ୍ଷିନଡ୍ ଅଣ୍ଡୟ୍ ବାଡ଼ିୟା ମାନ୍ଦେ ମାନ୍ ନାଲୁପାକା କେପିମିନ୍ତେର୍ । ଆଦିନ୍ମାଇଦିଙ୍କ୍ ୱାଡାଟୁ, ବେନ୍ ସାର୍ରେ ବିଷୟ ମାନାଲ୍ ଆଦାନ୍ ଆର୍ଦିନ୍ ବାନ୍ଦ୍ ମାଡ଼ ମିନ୍ଦେ ମେଣ୍ଡେ ବେନ୍ ସାର୍ରେ ପାପାମ୍ ମାନାଙ୍କ୍ ଲାଗି ପଇସ୍ ମିନ୍ଦେ, ଆୱ୍ ସାର୍ରେ ୱିଡ଼୍ସି ମେଣ୍ଡ୍ ଗାଡ଼୍ସ୍ ଆସ୍ ମାନ୍ ମାଇଦିଙ୍କ୍ ତିଆର୍ ଆଦାନାଦିନ୍ ମୁନେ ମିରି ଆନ୍ଦିକାଲ୍ । 2 ବେନନ୍ ପର୍ର ମାନାଦ୍ ଆରାମ୍ ନୁଞ୍ଚ୍ ତେରାନ୍ ବିଶ୍ୱାସ୍ ଆଶା ମାଡ଼ମିନ୍ଦେ, ଆରାମ୍ ନୁଞ୍ଚ ମାଡେଙ୍ଗ୍ ଆନା ବେନଙ୍କ୍ ମାନାଲ୍ ବିଶ୍ୱାସ ୱାଟିତାଲ୍ ଆ ଜିସୁନ୍ ପର୍ର ମାନ୍ କାଣ୍ଡ୍କ୍ ୱାଟିକାଡ୍, ଅଣ୍ଡ୍ କ୍ରୁଶତେ ୱେରେତେ ତାନାଦ୍ ପାଡିୟନୁଞ୍ଚ୍ ୱେର୍ୟ କଟେମ୍ ମାତ୍ତଣ୍ଡ୍, ବଂର ୱାଦାନ୍ ଦିନାମ୍ ଅଣ୍ଡ୍ ମାଇଦିଙ୍କ୍ ନେହ୍ସିସ୍ ମାନ୍ଦାନ୍ ସୁକାମ୍ ମାଇଦିଙ୍କ୍, ସିଲ୍ୱାତାଦ୍ ଡଲାନ୍ ସିଗ୍ତିଙ୍କ୍ ଅଣ୍ଡ୍ ତୁଛଜ୍ଞାନ ମାଡ଼୍ତଣ୍ଡ୍; ଇଞ୍ଜ ଅଣ୍ଡ୍ ଦେଉଡ୍ତ୍ ସିଂହାସନତ୍ ତିନ୍ଦା ପାକା ମିନ୍ଦେଣ୍ଡ୍ । 3 ଆଲ୍ସୁଡାଟ୍, ଅଙ୍କ୍ ବେସର୍ ଦୁକାମ୍ ଆସ୍ମାନ୍ତା; ଅଣ୍ଡ୍ ପାପାମ୍ ନାରୁନାଗାଙ୍କ୍ ବେସର୍ ପିନ୍ଦ୍ଆୟୱା ମାନ୍ତଣ୍ଡ୍ । ଆଦିନ୍ମାଇଦିଙ୍କ୍ ମିଡ଼୍ କଟଆସ୍ ମାନ୍ମାଟ୍ ।