1 ଦମ୍ମେଶକସ୍ ବିଷୟକିନ୍ ବାବବାନି। ଉଡ଼ା, ଦାମାସ୍କସ୍ ମେଣ୍ଡେ ନଗର୍ ଆୟକଟ ଜେକେ ଆସ୍ମିନ୍ଦେ, ଆଦ୍ ନେଟେ ଡେଙ୍ଗ୍ ଆଦ୍ତା। 2 ଅରୋୟର୍ତେ ନଗର୍ସାରେ ୱିଡ଼୍ସି ଆସ୍ମିନ୍ଦେ; ଆଦ୍ସାରେ ଗଡ୍କଟାମ୍ ସେଙ୍ଗେ ଆଦ୍ତେ, ଆୱୁ ଆଗେ ପାଟିତା, ମେଣ୍ଡେ ବେନ ଆୱିଙ୍କ୍ ୱେର୍ପେ ପାର୍ୱଡ଼୍। 3 ମେଣ୍ଡେ, ଇଫ୍ରୟିମଞ୍ଜ୍ ନଗର୍ ଦମ୍ମେଶକସ୍ ରାଜ୍ୟ ନୁ ଅରାମ୍ ବେସର୍ ମାୟି ଆଦ୍ତଡ଼୍; ସାରେତିଙ୍କ୍ ବେଡ଼ିୟେ ସଦାପ୍ରବୁ କେତୁତଣ୍ଡ୍, ଆଦ୍ସାରେ ଇସ୍ରାଏଲ୍ ପିଲାକିଙ୍କ୍ ଗୌରବ୍ ଲେକାମ୍ ଆଦ୍ତେ।
4 ମେଣ୍ଡେ, ଆଦ୍ ଦିନାମ୍ ଯାକୁବ୍ତେ ଗୌରବ୍ କମ୍ ମାଡ଼ାନଙ୍କ୍ ଆଦ୍ତେ ନୁ ଅନାୱୁ ଆୱୁଙ୍ଗିନ୍ ଶକ୍ତିସାରେ ଦୁର୍ବଲ୍ ଆଦ୍ତେ; 5 ମେଣ୍ଡେ, ବେଲାକି ଶସ୍ୟ କିଇଦାନ୍ ନାରୁଡ଼୍ ୱାୟେତାୱୁ ଶସ୍ୟ ଗୁଡ଼୍ପାନ୍ ୱେଲେ ନୁ ଅନାଦ୍ କାଇ କେଡ଼୍କିଇଦାନ୍ ୱେଲେ, କି ବେଲାନ୍ ବେନ ରଫାୟିୟ ମଦଲ୍ବୁମ୍ତାଗ୍ ମିସିଆତ୍ତେ କେଡ଼୍ ପେଃକାନ୍ ୱେଲେ ଆଦ୍ ଆଦ୍ଲେକାମ୍ ଆଦ୍ତା। 6 ମେଣ୍ଡେ ଜୀତପଦ୍ଲା କାୟା କାଇସ୍ ଅତ୍ତା ପେର୍କେ ବେଲାକି ଆଦ୍ ଡେଙ୍ଗ୍ ମାନ୍ଦାନ୍ ଟଣ୍ଡତାଗେ ରେଣ୍ଡ୍ ମୁଣ୍ଡ୍ କାୟା ନୁ ଡ଼ାଟାମ୍ମାନ୍ଦାନ୍ ମାଡ଼ାକ୍ ବାଇଦେ ଟଣ୍ଡ୍ତାଗ୍ ନାଲୁ ଏଇଙ୍ଗ୍ କାୟା ମାନ୍ତା , ବେଲାକି ତାନାଦ୍ ସୁଦୁର୍ ମାନ୍ତା, ଇଦ୍ ସଦାପ୍ରବୁ ଇସ୍ରାଏଲ୍ତେ ପରମେଶ୍ୱର୍ କେତ୍ତଣ୍ଡ୍।
7 ଆଦ୍ ଦିନାମ୍ତେ ନାରୁଡ଼୍ ନିଜର୍ ତିଆର୍କର୍ତ୍ତାଙ୍କ୍ ପର ଉଡ଼ିତଡ଼୍ ନୁ ଅନାଦ୍ କଣ୍ଡା ଇସ୍ରାଏଲ୍ତେ ପବିତ୍ର ଇଶ୍ୱର୍ତେ ପରୁ କଣ୍ଡା ୱାଟିତଣ୍ଡ୍। 8 ମେଣ୍ଡେ, ଅଣ୍ଡ୍ ନିଜର୍ କାଇଦେ ତିଆର୍ ମାଡ଼୍ତାଦ୍ ଯଜ୍ଞବେଦିମୁନେ ଉଡ଼ନ୍, କି ନିଜର୍ କାଇକିନ୍ତଡ଼୍ ତିଆର୍ ମାଡ଼୍ତେ ଆଶେରା ପୁତ୍ଲାମ୍ ବା ପଡ଼ଦ୍ ମୁର୍ତ୍ତିକିନ୍ ପର କଣ୍ଡା ୱାଟଣ୍ଡ୍।
9 ଆ ଦିନ୍ ଅନାଦ୍ ଢ଼ାଟୁମ୍ ନଗର୍ ସାରେ ଇସ୍ରାଏଲ୍ ମାର୍ କି ୱେର୍ତାଦ୍ ଗୁବାଲି ନୁ ମେଟେତେ ପରତାଦ୍ ପରିତ୍ୟକ୍ତ ପଡ଼ିୟେ ଲେକାମ୍ ଆଦ୍ତା ନୁ ଦେଶ୍ ୱେରେ ୱେରେ ଆଦ୍ତା।
10 ବାତେଙ୍କ୍ଇତ୍କେ ମିଡ଼୍ ନିଜର୍ ପରିତ୍ରାଣ ପରମେଶ୍ୱର୍ତିଙ୍କ୍ ମାର୍ଙ୍ଗି ମିନ୍ଦେଡ଼ି ନୁ ନିଜର୍ ଶକ୍ତି ଲେକାମ୍ କାଲ୍ ବିଷୟତେ ମାନ୍ ଇୱିଡ଼୍; ଇଦିନ୍ ମାଇଦିଙ୍କ୍ ନିମ୍ ସୁନ୍ଦର୍ ସୁନ୍ଦର୍ ମାଡ଼ାକ୍ ଉର୍ସ୍କମିନ୍ଦେନି ନୁ ୱେରେଦେଶ୍ତେ କଲମ୍ତେ ଆୱୁ ୱିଜେ ୱାଟମିନ୍ଦେଡ଼ି; 11 ମିଡ଼୍ ଉର୍ସ୍କାନ୍ ଦିନାମ୍ତେ ଆଦିଙ୍କ୍ ସାରେ ପାକ୍ ୱେଲୁମ୍ ଇସ୍ମିନ୍ଦେଡ଼ି ନୁ ନାର୍କକ୍ତେ ନି ୱିଜ୍ତିଙ୍କ୍ ନାଆସ୍ ମିନ୍ଦେଡ଼ି; ମାତର୍ ଦୁଃକାମ୍ ନୁ ତାଙ୍କକ୍ ଜତନ୍ ଅୟିୟକଟ୍ ମାତ୍କେ କାୟା କାରାପ୍ ଆଦିତା।
12 ଆଦ୍ ନାର୍ଗେ ନଗର୍ତେ ରାମ୍କ୍, ଅଡ଼୍ ସମୁଦ୍ରତେ ତଲ୍କଡ଼୍ ଲେକାମ୍ ତଲ୍କଡ଼୍ ଲେକାମ୍ ଲେଙ୍ଗ୍ ମାଡ଼ମିନ୍ଦେଡ଼୍, ୱେରେ ୱେରେ ଦେଶ୍ତେନଡ଼୍ ୱାସ ମିନ୍ଦେଡ଼୍, ଅଡ଼୍ ଗାଟି ମୁଉତାନ୍ ଏର୍ ଲେକାମ୍ ୱାସମିନ୍ଦେଡ଼୍ ! 13 ୱେରେ ୱେରେ ଦେଶ୍ନଡ଼୍କିଡ଼୍ ବାଡ଼ିୟାଦ୍ ଏର୍ଦାଗ୍ ୱାଦାନ୍ ଲେକାମ୍ ୱାସମିନ୍ଦେ; ମାତର୍ ଅଣ୍ଡ୍ ଅଡ଼୍କିଂଙ୍କ୍ ଦମ୍କାମାଡ଼ିତଣ୍ଡ୍, ଆଦିନ୍ ଅଡ଼୍ ଜେକେ ମିରିତଡ଼୍ ନୁ ଗାଲ୍ ମୁନେ ମେଟେତ୍ ପଲେ ଲେକାମ୍ ନୁ ଗାଟି ଗାଲ୍ ଗାଲ୍ ଦୁମ୍ ଲେକାମ୍ ଏସି ଆଦ୍ତା। 14 ଉଡ଼ା, ମୁଲ୍ପୁଟ୍ତେ ସାମାନ୍ ନୁ ନାର୍କୁକ୍ତେ ମୁନେଙ୍କ୍ ଅଡ଼୍ ଇଲାଡ଼୍। ମାନାୱୁ ଡଙ୍ଗିମାନ୍ଦାନଡ଼୍ ଜିନିଷ୍ ନୁ ମାନ୍ ଡଙ୍ଗ୍ତେନଡ଼୍ ତୁଃସ୍ତାୱୁ ଇୱୁ।