1 ଆହା, ୱେରେ ଦେଶ୍ତେନଡ଼୍ ବେଲାନ୍ ମି ପାକେ ୱାଡ଼୍କିତଡ଼୍, ଆଦିଙ୍କ୍ ମି ବିରୁଦ୍ଦ୍ତଡ଼୍ ମି ପେଦେର୍ କେତାନ୍ ମାଇଦିଙ୍କ୍, 2 କିସ୍ ମଟଲ୍ ନିଡ଼୍ସ୍ପାନ୍ ଲେକାମ୍, କିସ୍ତେ ଏର୍ କାପାନ୍ ଲେକାମ୍ ଯଦି ମିଡ଼୍ ମାବ୍ମୟଲ୍ ଇକିମିକା ଡିଗି ୱାଡ଼େଡ଼୍ ନୁ ମେଟାକି ମି ପରୁ ୱାଡ଼୍କ୍ତା ! 3 ବେସୁଙ୍କ୍ ମିଡ଼୍ ମା ତିନ୍ଦାନାଦ୍ ହେସାନ୍ ଜିନିଷ୍ ଲେକାମ୍ ମାଡ଼୍ତିଡ଼୍, ଆସୁଟ୍ ମିଡ଼୍ ଡ଼ିଗି ୱାତ୍ତିଡ଼୍, ମେଟାକି ମି ପରୁ ୱାଡ଼୍କ୍ତା। 4 ବାତେଙ୍କ୍ଇତ୍କେ ବେନ ନିଜେତିଙ୍କ୍ କେପି ମାନ୍ଦାନଡ଼୍ ପାକେ କାମ୍ ସାରେ ମାଡ଼୍ତିଡ଼୍, ନାରୁଡ଼୍ ନାର୍ଗେ କାଲାମ୍କଞ୍ଜ୍ ମିକ୍ ୱିଡ଼୍ସି ୱେରେ ପରମେଶ୍ୱର୍ ବିଷୟ୍ କେଞ୍ଜଡ଼୍, କି କେୱୁ ଇୱଡ଼୍, କି କଣ୍ଡା ଉଡ଼ଡ଼୍। 5 ବେନ୍ ନାରୁଡ଼୍ ୱେଡ଼୍କେତେ ଦର୍ମମାଡ଼ିତଣ୍ଡ୍, ବେନଡ଼୍ ମି ଆର୍ଦାଗ୍ ମିକିଙ୍କ୍ ଏର୍କେ ମାଡ଼ିତଡ଼୍, ମିଡ଼୍ ଅଡ଼୍ତଡ଼୍ କାଇଲି ମାନୁଟ୍; ଉଡ଼େ, ମିଡ଼୍ କପାମ୍ ମାତ୍ତିଡ଼୍ ନୁ ମାମେ ପାପ୍ ମାଡ଼୍ତମ୍; ମାମେ ନାର୍ଗେ କାଲାମ୍ ଆଗେ ମାତ୍ତମ୍, ମାମେ କି ପରିତ୍ରାଣ ପାହେମ୍ ଆଦ୍ତାଡ଼୍ ? 6 ବାତେଙ୍କ୍ଇତ୍କେ ମାନାଡ଼୍ ସାରେତଡ଼୍ ସୁସ୍ଥ ନାରୁଡ଼୍ ଲେକାମ୍ ଆସ୍ମିନ୍ଦେଡ଼ି ନୁ ମାନାଦ୍ ଦର୍ମକର୍ମସାରେ କାରାପ୍ ଚକେ ଲେକାମ୍ ଆଦ୍ତେ ପାପ୍ ନାରୁଡ଼୍ ଲେକାମ୍ ନୁ ମାନାଡ଼୍ ସାରେତଡ଼୍ ଆକ୍ ଲେକାମ୍ ୱାରୁତାଡ଼୍; ମେଣ୍ଡେ, ମାନ୍ ଅପରାଦ୍ ସାରେ ଗାଲ୍ ଲେକାମ୍ ମାନାଙ୍କ୍ ତୁଃସ୍ ଅଦ୍ତେ। 7 ମେଣ୍ଡେ, ବେନ ମି ପେଦେର୍ତେ ପ୍ରାତନା ମାଡ଼ିତଣ୍ଡ୍, ବେନ ମିକିଙ୍କ୍ ପୟିତାନଙ୍କ୍ ନିଜେତିଙ୍କ୍ ଦାନ୍ଦେଆଦ୍ତଣ୍ଡ୍, ଇଦ୍ଲେକାମ୍ ବେନ ଇଲାଣ୍ଡ୍; ବାତେଙ୍କ୍ଇତ୍କେ ମିଡ଼୍ ମାୟାଗାଙ୍କ୍ ମି ମକମ୍ ମିଞ୍ଜିସ୍ପି ମିନ୍ଦେଡ଼ି ନୁ ମାୟାଦ୍ ଅପରାଦ୍ତଡ଼୍ ମାକିଙ୍କ୍ ୱିଡ଼୍ସି ମିନ୍ଦେଡ଼ି। 8 ମାତର୍ ଇଞ୍ଜେ ସଦାପ୍ରବୁ, ନିମେ ମା ବାବାନି; ମାମେ ମୁର୍ତ୍ତିଲେକାମ୍, ନିମେ ମା କୁଣ୍ଡେଲେକାମ୍, ମେଣ୍ଡେ, ମାମେ ସାରେତମ୍ ନି କାଇଦେ ତିଆର୍ ଆତ୍ତେ ନମ୍। 9 ହୋ ସଦାପ୍ରବୁ, ଗାଟି କପାମ୍ ଆୟିମା, କି ସାରେଦିନାତ୍ ଅପରାଦ୍ ମାନ୍ତାଗ୍ ନେଃମା; ମାମେ ଅନୁରଦ୍ ମାଡ଼ୁତମ୍, ଉଡ଼େ, କଣ୍ଡା ଉଡ଼େ, ମାମେ ସାରେତମ୍ ମି ନାରୁମ୍। 10 ନି ପବିତ୍ର ନଗର୍ସାରେ ବାତ୍ତେ ଇଲ୍ୱାଦ୍ ଆସ୍ମିନ୍ଦେ, ସିୟୋନ ଉସ୍କନେଲ୍ ଆସ୍ମିନ୍ଦେ, ଯିରୁଶାଲେମ୍ ଉସ୍କନେଲ୍ ପଡ଼ିୟେ ଆସ୍ମିନ୍ଦେ। 11 ମା ଆନିଦାଦିଡ଼୍ ବେନ୍ ପଡ଼ିୟେତାଗ୍ ନିକିଙ୍କ୍ ପ୍ରଶଂସା ମାଡ଼୍ତଡ଼୍, ମାୟାଦ୍ ଆଦ୍ ପବିତ୍ର ନୁ ସୁନ୍ଦର୍ ଲନ୍ କିସ୍ତଡ଼୍ କାର୍ୱିମିନ୍ଦେ ନୁ ମା ମାନ୍ତେ ବିଷୟସାରେ ନଷ୍ଟ ଆତ୍ତା। 12 ହୋ ସଦାପ୍ରବୁ, ଇୱୁସାରେ ଆତ୍ତ୍କେ କେ ନିମେ ଯେ ନିଜେତିଙ୍କ୍ ଆଇସ୍ପି ନେଃତିତିନ୍ ? ନିମେ କି କଟ ଆସ୍ମାଞ୍ଜ୍ ମାକିଙ୍କ୍ ଗାଟି ତିପାଲ୍ ଇଦ୍ତିନ୍ ?
Publicidade
Publicidade