1 ସଦାପ୍ରବୁ ଇଦ୍ ଗଟ୍ କେତିତଣ୍ଡ୍, "ମିଡ଼୍ କାରାପ୍ବିଚାର୍ ପାଲନ୍ ମାଡ଼ାଟ୍; ଦର୍ମ କାମ୍ ମାଡ଼ାଟ୍; ବାତେଙ୍କ୍ଇତ୍କେ ମାନାଦ୍ ପରିତ୍ରାଣତେ ଆଗମନ୍ ନୁ ମାୟାଦ୍ ଦର୍ମତେ ପ୍ରକାଶ୍ ଗାରେ ଏୱ୍ତେ। 2 ବେନ୍ ନାରୁଡ଼୍ ଇଦ୍ ମାଡ଼ିତଣ୍ଡ୍ ନୁ ବେନ୍ ନାରୁଡ଼୍ ପିଲେ ଇଦ୍ ଢ଼ାଟୁମ୍ତେ ପାଲନ୍ ମାଡ଼ିତଣ୍ଡ୍; ବେନ ରମାନ୍ ଦିନେ ପାଲନ୍ ମାଡ଼ି ଆଦ୍ ଅଶୁଚି ମାଡ଼ଣ୍ଡ୍ ନୁ ସାରେଲେକେତ୍ କାରାପ୍ କାମ୍ ତାଗାଙ୍କ୍ ନିଜେତ୍ କାଇଦେକଞ୍ଚ୍ ୱିଡ଼୍ସିଦ୍ତଣ୍ଡ୍ , ଅଣ୍ଡ୍ ଦନ୍ୟ।" 3 "ନିଜାମ୍ ସଦାପ୍ରବୁ ନିଜେତ୍ ନାରୁଡ଼ାଗାଙ୍କ୍ ନାକିଙ୍କ୍ ୱେର୍ ମାଡ଼ିତଣ୍ଡ୍," ଇଦ୍ ସଦାପ୍ରବୁନାଗେ କାଇଲି ମାନ୍ଦାନ୍ ବିଦେଶୀ ନାରୁଣ୍ଡ୍ କେଲ୍ମାକିନ୍; ଇତ୍କେ ବା "ଉଡ଼େ, ନାନେ ୱେରନ୍ ୱାସ୍ତେ ମାଡ଼େ, ଇଦ୍ କଜା ଇଞ୍ଜ କେଲ୍ମାକି।" 4 ବାତେଙ୍କ୍ଇତ୍କେ, କଜାନଡ଼୍ ବିଷୟତେ ସଦାପ୍ରବୁ ଇଦ୍ ଗଟ୍ କେତିତଣ୍ଡ୍, "ବେନଡ଼୍ ମାନାଦ୍ ରମାନ୍ଦିନେ ପାଲନ୍ ମାଡ଼ିତଣ୍ଡ୍ ନୁ ମାୟାଦ୍ ୱିଡ଼୍ସ୍ତେ ବିଷୟ ହେଞ୍ଚିତଣ୍ଡ୍ ନୁ ମାୟାଦ୍ ନିୟମ୍ ପାଲନ୍ ମାଡ଼ିଡ଼୍ ; 5 ଅଡ଼୍କିଙ୍କ୍ ମାମେ ମା ଲୋନ୍ ମାମେ ନେଟେତ୍ ଲପେ ମାର୍ ମାୟାସ୍ ୱିଡ଼୍ସି ଲେକେତ୍ ଏର୍କେ ମାଡ଼ାଙ୍କ୍ ଗୁଞ୍ଜେ ନୁ ପେଦେର୍ ଇଦିକାଡ଼୍; ମାମେ ଅଡ଼୍କିଙ୍କ୍ ସାରେଦିନାତାଦ୍ ପେଦେର୍ ଇଦିକାଡ଼୍, ଆଦ୍ କୟ୍ଦାନଙ୍କ୍ ଆୟ।" 6 ମେଣ୍ଡେ, ବେନ୍ ବିଦେଶିନଡ଼୍ ସଦାପ୍ରବୁନ୍ ସାହାଯ୍ୟ ମାଡ଼ାନ୍ ସେଙ୍ଗେ ନୁ ସଦାପ୍ରବୁନ୍ ପେଦେର୍ତିଙ୍କ୍ ପ୍ରେମ ମାଡ଼ାନଙ୍କ୍ ନୁ ତାନ୍ ଦାସ ଆଦାନଙ୍କ୍ ସଦାପ୍ରବୁନାଗ୍ କାଇଲି ମାନ୍ତତନ୍, ଇତ୍କେ, ବେନଡ଼୍ ରମାନ୍ ଦିନେତିଙ୍କ୍ ପାଲନ୍ ମାଡ଼ି ଆଦ୍ ଅପବିତ୍ର ମାଡ଼ଡ଼୍ ନୁ ମାୟାଦ୍ ନିୟମ୍ ମାନେମ୍ ଆୟିଡ଼୍; 7 ଆ ସାରେତଡ଼୍କ୍ ମାମେ ମା ପବିତ୍ର ମେଟେତାଗ୍ ତାତିକାଡ଼୍ ନୁ ମାୟାଦ୍ ପ୍ରାତନାଲତ୍ତାଗ୍ ଅଡ଼୍କିଙ୍କ୍ ୱେଡ଼୍କେ ମାଡ଼ିକାଡ଼୍; ଅଡ଼୍ ହୋମବଲି ନୁ ପାପ୍ କ୍ଷାମା ବଲିସାରେ ମାମେ ବେଦୀ ପରୁ ଗ୍ରହନ୍ ଆଦ୍ତେ; ବାତେଙ୍କ୍ଇତ୍କେ ମାୟାଦ୍ ଲୋନ୍ ସାରେନାର୍ଦେନଡ଼୍ ନାରୁଡ଼୍ ପ୍ରାତନାଲନ୍ ଇଞ୍ଜ ଏକାମ୍ ଆଦ୍ତେ। 8 ବେନ ଇସ୍ରାଏଲ୍ତେ ଦୁରାମ୍ ଆତ୍ତେ ନାରୁଡ଼୍କିଙ୍କ୍ ଗ୍ରହନ୍ ମାଡ଼ିତଣ୍ଡ୍, ଆଦ୍ ପ୍ରବୁ, ସଦାପ୍ରବୁ କେତିତଣ୍ଡ୍, "ତାନ୍ ଗୁଡ଼ୁପିମାନ୍ଦାନ୍ ନିଜେତ୍ ନାରୁଡ଼୍କିଙ୍କ୍ ତାନ୍ ପାକେ ଗ୍ରହନ୍ ମାଡ଼ିକାଡ଼୍।"
9 ହୋ ୱାୟେତାଗ୍ ମେୟାନ୍ ଜିୱାକ୍ସାରେ, ହୋ ମେଟେତେ ସାରେ ପଶୁ ମିଡ଼୍ ତିନ୍ଦାନଙ୍କ୍ ୱାଡ଼ାଟ୍। 10 ତାନ୍ କେପାନଡ଼୍ କାନାନଡ଼୍, ଅଡ଼୍ ସାରେତଡ଼୍ ଜ୍ଞାନ୍ ଇଲ୍ୱେନଡ଼୍; ଅଡ଼୍ ସାରେତଡ଼୍ ତିର୍ୱେ ନେଇ, ଅଡ଼୍ ସାରେତଡ଼୍ ବୁଃସେ ପାର୍ୱଡ଼୍; ଅଡ଼୍ ସ୍ୱାପ୍ନେ ଉଡ଼ାନଡ଼୍, କୁଡ଼୍କେଡ଼୍, ଉଞ୍ଜାନଙ୍କ୍ ପ୍ରେମ ମାଡ଼ିତଡ଼୍। 11 ମେଣ୍ଡେ, ଆ ନେଇକ୍ ଡରଲାୱୁ, ଆୱିଙ୍କ୍ ବେସୁଙ୍କ୍ବା ଡଙ୍କେ ନିଣ୍ଡ୍ଡ଼; ମେଣ୍ଡେ, ଇଡ଼୍ ଆଲ୍ସାନ୍ ଶକ୍ତି ଇଲ୍ୱେ ପାଲକ; ଅଡ଼୍ ସାରେତଡ଼୍ ସାରେପାକେଙ୍କ୍ ନିଜେତ୍ ନିଜେତ୍ ଲାବ୍ ଚେଷ୍ଟାତେ ନିଜେ ନିଜେତ୍ ଆର୍ଦେ ପାକେ ମାଲ୍ସ୍ୱାସ୍ ମିନ୍ଦେଡ଼୍। 12 ସାରେତଡ଼୍ କେତିତଡ଼୍, "ୱାଡ଼ାଟ୍," "ମାମେ ଅଙ୍ଗୁର୍କାଲ୍ ତାତିକାଡ଼୍ ନୁ ମାନାଡ଼୍ କାଲ୍ଉଞ୍ଜ୍ ଅସିକାଡ଼୍; ମେଣ୍ଡେ, ବେଲାନ୍ ନେଣ୍ଡ୍, ଆଦ୍ଲେକାମ୍ ନାଡ଼୍ ଆଦିକାଡ଼୍, ଆଦ୍ ବେସୁଙ୍କ୍ ଆୟିୱାଦ୍ ମହାନ୍ ଦିନେ ଆଦ୍ତେ।"