1 ହୋ ବାବିଲ୍ତେ ଲେୟିୱେ ପିକିନଡ଼ି, ମିଡ଼୍ ଡ଼ିଗି ଦୁମ୍ଦାଗ୍ କୁଦାଟ୍; ହୋ କଲ୍ଦିୟତେ ପିକିନଡ଼ି, ସିଂହାସନ୍ ୱିଡ଼୍ସି, ବୁମ୍ଦାଗ୍ କୁଦାଟ୍; ବାତେଙ୍କ୍ଇତ୍କେ ମିଡ଼୍ ମେଣ୍ଡେ ଲେକେତ୍ ମାନ୍ ନୁ ଲେୟେ ଇଞ୍ଜ ମିକିଙ୍କ୍ କେଲ୍ଲଡ଼୍। 2 ଜାତେ ଅସ୍ ପେଡ଼େକ୍ ନରାଟ୍, ମିୟାଦ୍ ଓଢ଼ନି ଟେଣ୍ଡାଟ୍, ଚକା କୁସ୍ପାଟ୍, ନିଜର୍ ଡ଼େକାନାଗ୍ ବାତ୍ତେ କେର୍ୱକଟ୍ ବେଡ଼େମ୍ତେ ମେଣ୍ଡନ୍ ପାକେ ଆନୁଟ୍। 3 ମିୟାଦ୍ ବାଣ୍ଡିମାନ୍ଦାନାଦ୍ ଉଡ଼ି କେତିତଡ଼୍, ହଁ, ମିୟାଦ୍ ସିଗ୍ ଆଦାନ୍ ବିଷୟ ତନ୍ଦିତେ; ମାମେ ପରିଶୋଦ ଅଦ୍ତମ୍, ମେଣ୍ଡେ, ବେନନ୍ ଅନୁରୋଦ୍ ମାନେମ୍ ଆୟମ୍। 4 ମା ମୁକ୍ତିଦାତାଲ୍ ଇସ୍ରାଏଲ୍ତେ ପବିତ୍ର ଇଶ୍ୱର୍, ସାରେତିଙ୍କ୍ ବେଡ଼ିୟେ ସଦାପ୍ରବୁ, ଅନାଦ୍ ପେଦେର୍। 5 ହୋ କଲ୍ଦୀୟନଡ଼୍ ପିକି, ମିଡ଼୍ ଇକାଡ଼୍ତାକ୍ ଆଞ୍ଜ୍ କଟ ଆସ୍ କୁଦାଟ୍; ବାତେଙ୍କ୍ଇତ୍କେ ରାଜ୍ୟତ୍ ମୁନେ ଦେଶ୍ତେ ଶାସନ୍ ରାଣୀଲ୍ ଇଞ୍ଜ ନିକିଙ୍କ୍ ମେଣ୍ଡେ କେଲଡ଼୍। 6 ମାମେ ମା ନାରୁଡ଼୍ ପରୁ କପାମ୍ ଆସ୍ ନିଜେତ୍ ଅଦିକାର୍ ଅପବିତ୍ର ମାଡ଼୍ତମ୍ ନୁ ମି କାଇଦଡ଼୍ ଅଡ଼୍କିଙ୍କ୍ ସମର୍ପଣ ମାଡ଼୍ତମ୍; ମିଡ଼୍ ଅଡ଼୍ ପରୁ ବାତେ ଦୟା ମାଡ଼୍ୱିଡ଼୍; ମିଡ଼୍ ମୁୟ୍ତେ ନାରୁଡ଼୍ ପରୁ ମିୟାଦ୍ ଜୁୱାଡ଼୍ ଗାଟି ଓଜନ୍ ମାଡ଼ି ୱାଟ୍ତିଡ଼୍। 7 ମେଣ୍ଡେ, ମିଡ଼୍ କେତ୍ତିଡ଼୍, ମାମେ ସାରେ କାଲାମ୍ ଶାସନ୍ ମାଡ଼ାନନି ଆସ୍ ମାନ୍ଦିକାଡ଼୍; ଆଦିଙ୍କ୍ ମାମେ ଇୱୁସାରେ ବିଷୟତେ ମାନ୍ଇୱିଡ଼୍, କି ଆଦିନ୍ ଶେଷ କାୟେ ଏର୍କେ ମାଡ଼୍ୱିନ୍। 8 ଆଦିଙ୍କ୍ ହୋ ସୁକାମ୍ତେ ମାନ୍ଦାନ୍ନନି, ଇଞ୍ଜେ ଇଦ୍ କେଞ୍ଜାଟ୍, ମିଡ଼୍ ବେନିନାଗ୍ ମାଞ୍ଜ ମାନ୍ତେ ମାନ୍ତେ କେସମିନ୍ଦେଡ଼ି, ମାମେ ମିନ୍ଦେମ୍, ମାକିଙ୍କ୍ ୱିଡ଼୍ସି ବେନ୍ ଇଲାଣ୍ଡ୍; ମାମେ ରାଣ୍ଡିକିନ୍ ଲେକାମ୍ କୁଦ୍ୱାଡ଼୍, କି ପିଲାକିନ୍ କଷ୍ଟ ପୁନ୍ୱାଡ଼୍; 9 ମାତର୍ ପିଲାକିନ୍ କଷ୍ଟ ନୁ ରାଣ୍ଡି ଇୱୁ ରେଣ୍ଡ୍ ଅଣ୍ଡୟ୍ଦାମ୍, ଅଣ୍ଡ୍ୟ ଦିନାମ୍ତେ ମି ପରୁ ଗଟେମ୍ ଆଦ୍ତେ; ମିୟାଦ୍ ଆପାର୍ତେ ଲେକିମାନ୍ଦାନ୍ ନୁ ଅଦିକ୍ ୱାଡ଼େ ନୁ ଜାଦୁମାଡ଼ାନଣ୍ଡ୍ ମାତ୍କେ କେ, ଆୱୁ ରେଣ୍ଡ୍ ମି ପରୁ ଗଟେମ୍ ଆଦ୍ତା। 10 ବାତେଙ୍କ୍ଇତ୍କେ ମିଡ଼୍ ନିଜେତ୍ ଦୁଷ୍ଟତିଙ୍କ୍ ଆଶେ ନେଃସ୍ ମିନ୍ଦେଡ଼ି; ମିଡ଼୍ କେସମିନ୍ଦେଡ଼ି, ବେନ ମାକିଙ୍କ୍ ଉଡ଼ଡ଼୍, ମିୟାଦ୍ ଜ୍ଞାନ୍ ନୁ ଶିକ୍ଷା ମିକିଙ୍କ୍ ବିପତ୍ତାଗାଙ୍କ୍ ରକ୍ଷାମାଡ଼ି ମିନ୍ଦେ; ମେଣ୍ଡେ ମିଡ଼୍ ନିଜେତ୍ ମାନ୍ ମାନ୍ କେସମିନ୍ଦେଡ଼ି, ମାମେ ମିନ୍ଦେମ୍, ମାକିଙ୍କ୍ ୱିଡ଼୍ସି ମେଣ୍ଡେ ବେନ୍ ଇଲାଣ୍ଡ୍; 11 ଆଦିଙ୍କ୍ ମି ପରୁ ତିପାଲ୍ ଗଟେମ୍ ଆଦ୍ତେ, ମିଡ଼୍ ଆଦିନ୍ ରେଣ୍ଡ୍ ପାକେ ବାତେ ଗଟେମ୍ ଆଦ୍ତେ, ମିଡ଼୍ ଆଦିନ୍ ରେଣ୍ଡ୍ପାକେ ପୁନ୍ଦେପାର୍ୱିଡ଼୍, ମେଣ୍ଡେ, ମି ପରୁ ବିପଦ୍ ୱାଦ୍ତେ, ମିଡ଼୍ ଆଦିଙ୍କ୍ ଦୂରାମ୍ ମାଡ଼୍ଡ଼େ ପାର୍ୱିଡ଼୍; ମେଣ୍ଡେ, ବାତ୍ତେ ମିଡ଼୍ ପୁନ୍ୱିଡ଼୍, ଇଦ୍ଲେକାମ୍ ବିପଦ୍ ଅଟାତ୍ ମି ପରୁ ଗଟେମ୍ ଆଦ୍ତେ। 12 ମିଡ଼୍ ପିଲେକଞ୍ଜ୍ ନିଜେତେ ବେନ୍ ମନ୍ତ୍ରର୍ ନୁ ଅପାର ନାରୁଡ଼ାଗାଙ୍କ୍ ଆଦ୍ ତିପାଲ୍ ୱାସମିନ୍ଦେଡ଼ି, ଇଞ୍ଜେ ଆଦ୍ ଡ଼େରି ମାଡ଼୍ମାଟ୍। ଉମ୍ବକି ମିଡ଼୍ ଲାବ୍ ପାହେମ୍ ଆଦ୍ଦେ ପାର୍ତିଡ଼୍, ଉମ୍ୱକି ମିଡ଼୍ ଜିଡ଼୍ଡ଼େ ପାର୍ତିଡ଼୍। 13 ମିଡ଼୍ ନିଜେତ୍ ମହାନ୍ ମନ୍ତ୍ରର୍ତେ ଆୟିସ୍ ମିନ୍ଦେଡ଼ି; ଇଞ୍ଜେ ଜଗ୍ ଉଡ଼ାନଡ଼୍, ଉକାକ୍ ଉଡ଼ାନଡ଼୍ ପାଞ୍ଜି ଉଡ଼ାନଡ଼୍ ନୁ ମି ପରୁ ବାତ୍ତେ ବାତ୍ତେ ଗଟେମ୍ ଆଦ୍ତେ, ଆଗାଙ୍କ୍ ମିକିଙ୍କ୍ ରକ୍ଷା ମାଡ଼ିଣ୍ଡ୍। 14 ଉଡ଼େ, ଅଡ଼୍ ତଗ୍ ଲେକାମ୍ ଆଦ୍ତଡ଼୍; କିସ୍ ଅଡ଼୍କିଙ୍କ୍ କାର୍ସିପିତ୍; ଅଡ଼୍ କିସ୍ତାଡ଼୍ମିନ୍ ତାଗାଙ୍କ୍ ନିଜେତିଙ୍କ୍ ଉଦ୍ଦାର୍ ମାଡ଼୍ଡ଼େ ପାର୍ୱଡ଼୍। ଆଦ୍ ସାଲ୍ କାଲାମ୍ତେ ଆରାନ୍ କିସ୍ ତାଡ଼୍ମିନ୍ ଲେକାମ୍ ଆୟ। 15 ବେନ୍ ବେନ୍ ବିଷୟ ମିଡ଼୍ ତିପାଲ୍ ମାଡ଼ି ମିନ୍ଦେଡ଼ି, ଆୱୁ ସାରେ ମି ପରୁ ଇଦ୍ଲେକାମ୍ ଆଦ୍ତେ; ମିୟାଦ୍ ଲେୟିୱେକଞ୍ଜ୍ ବେନଡ଼୍ ମିତଡ଼୍ ବେପାର୍ ମାଡ଼ି ମିନ୍ଦେଡ଼୍, ଅଡ଼ାଦ୍ ସାରେ ଇକେ ଆକେ ଉଡି ନିଜେତ୍ ପଡ଼ିୟେତାଗ୍ ଆଦ୍ତଡ଼୍, ମିକିଙ୍କ୍ ରକ୍ଷା ମାଡ଼ାନଙ୍କ୍ ବେନ ମାନ୍ନଡ଼୍।
Publicidade
Publicidade