1 ବେନଙ୍କ୍ ମାନାଡ଼୍ ପୟିସ୍ ମିନ୍ଦେଡ଼୍, ଇଦ୍ଲେକାମ୍ ମାନ୍ ଦାସଙ୍କ୍, ବେନନାଗେ ମାନାଦ୍ ମନ୍ ଶାନ୍ତି, ଇଦ୍ଲେକାମ୍ ମାନାଡ଼୍ ହେଞ୍ଚିମାନ୍ଦାନ୍ ନାରୁଡ଼୍କିଙ୍କ୍ ଉଡ଼େ; ମାନାଡ଼୍ ଅନ୍ ପରୁ ନିଜେତ୍ ଆତ୍ମାଇସ୍ ମିନ୍ଦେଡ଼୍; ଅଣ୍ଡ୍ ସାରେ ଦେଶ୍ତେ ନଡ଼୍କିଙ୍କ୍ ନ୍ୟାୟ ବିଚାର୍ ତାତିତଣ୍ଡ୍। 2 ଅଣ୍ଡ୍ କିଡ଼୍କି ବା ଗାଟିଲେଙ୍ଗ୍ ମାଡ଼ଣ୍ଡ୍, କି ରାଜାନ୍ ଆର୍ଦାଗ୍ ନିଜେତ୍ ଲେଙ୍ଗ୍ କେଞ୍ଜ୍ସ୍ପଣ୍ଡ୍। 3 ଅଣ୍ଡ୍ ଟଣ୍ଡ୍କାରେଙ୍କ୍ ଉଃୱଣ୍ଡ୍ ନୁ ସାରେଦୂମ ଅକ୍ତାଦ୍ ଉଞ୍ଜ୍ସ୍ପଣ୍ଡ୍; ଅଣ୍ଡ୍ ସତ୍ତେ ନିୟମ୍ ବିଚାର୍ ତାତିତଣ୍ଡ୍। 4 ଅଣ୍ଡ୍ ପୃତିବିତାଗ୍ ନିୟମ୍ ବିଚାର୍ ତାଡ଼୍ୱେ ଯାକ ଆୟଣ୍ଡ୍ ନୁ ପାର୍ୱେନଣ୍ଡ୍ ଆୟଣ୍ଡ୍; ମେଣ୍ଡେ, ସମୁଦ୍ର ନାଡ଼୍ମେତ୍ ପଡ଼ିୟା କି ତାନ୍ ମାଡ଼୍ତାଦ୍ ନିୟମ୍ କେପିମାତ୍ଡ଼। 5 ବେନ ମାବ୍ମୟଲ୍ ତିଆର୍ମାଡ଼ି ହେକାମ୍ ମାଡ଼୍ତଣ୍ଡ୍; ବେନ ବୂମ୍ତେ ନୁ ଆଗେ ମଡ଼୍ତାନାୱୁ ହେକାମ୍ ମାଡ଼୍ତଣ୍ଡ୍; ବେନ ତାନ୍ ମାନ୍ଦାନ୍ ସାରେ ନାରୁଡ଼୍କ୍ ନେସ୍କାନାଦ୍ ଗାଲ୍ ଇଦ୍ତଣ୍ଡ୍ ନୁ ଆଗେ ଆଦାୱାଦା ନାରୁଡ଼୍କିଙ୍କ୍ ଜିୱେ ଇଦ୍ତଣ୍ଡ୍, ଆ ସଦାପ୍ରବୁ ପରମେଶ୍ୱର୍ ଇଦ୍ ଗଟ୍ କେତିତଣ୍ଡ୍; 6 "ମାମେ ସଦାପ୍ରବୁ, ଦର୍ମ ମିକିଙ୍କ୍ କାର୍ଙ୍ଗି ମିନ୍ଦେମ୍ ନୁ ମିୟାଦ୍ କାଇଦିଙ୍କ୍ ପୟିସ୍ ମିକିଙ୍କ୍ ରକ୍ଷା ମାଡ଼ିତମ୍, ମେଣ୍ଡେ କାନାନଡ଼୍ କଣ୍ଡା ତନ୍ଦାନ୍ ସେଙ୍ଗେ, ବନ୍ଦିନଡ଼୍କିଙ୍କ୍ ତାନାତାଗ୍ ନୁ ଇକାଡ଼୍ତାଗ୍ ମାନ୍ଦାନଡ଼୍କିଙ୍କ୍ ବନ୍ଦିଲତ୍ତାଗାଙ୍କ୍ ପେସ୍ପି ତାତାନଙ୍କ୍, 7 ମାମେ ମିକିଙ୍କ୍ ନାରୁଡ଼ାଦ୍ ନିୟମ୍ ସାରେ ଲେକାମ୍ ନୁ ୱେରେ ଦେଶ୍ତେନଡ଼୍କ୍ ୱେଇସ୍ ଲେକାମ୍ ମାଡ଼ି ହେଞ୍ଚିତମ୍। 8 ମାମେ ସଦାପ୍ରବୁ; ଇଦ୍ ମାୟାଦ୍ ପେଦେର୍ ଇଦ୍; ମେଣ୍ଡେ, ମାମେ ମାୟାଦ୍ ଗୌରବ୍ ୱେରେତଙ୍କ୍, କି ନିଜେତ୍ ପ୍ରଶଂସାତେ ଡେୱି ମାନ୍ଦାନ୍ ମୁର୍ତ୍ତିକିଙ୍କ୍ ଇୱମ୍। 9 ଉଡ଼େ, ମୁନେତ୍ ବିଷୟକି ସାରେ ତିଆର୍ ଆତ୍ତେ, ମେଣ୍ଡେ ମାମେ ପୁଃନେ ବିଷୟ୍କି କେତିତମ୍; ଆୱୁ ସାରେ ଲେକାଆଦାନ୍ ମୁନେ ଆଦିନ୍ ବିଷୟ୍ ମାମେ ମିକିଙ୍କ୍ କେଞ୍ଜ୍ସ୍ପିତମ୍।"
10 ହୋ ସମୁଦ୍ରଗାରେ ମାନ୍ଦାନଡ଼ି ନୁ ସମୁଦ୍ର ନାଡ଼୍ମେ ଆଦାନ୍ ନାରୁଡ଼ି, ହୋ ସମୁଦ୍ର ନାଡ଼୍ମେ ମାନ୍ଦାନ୍ ପଡ଼ିୟେତଡ଼ି ନୁ ଆଗେ ମାନ୍ଦାନ୍ ସାରେତଡ଼ି, ମିଡ଼୍ ସାରେତଡ଼ି ସଦାପ୍ରବୁନ୍ ବିଷୟ୍ତେ ପୁଃନେ ପାଟେ ନୁ ପୃତିବୀତେ ଶେଷ୍ ତାଗାଙ୍କ୍ ଅନାଦ୍ ପ୍ରଶଂସା ପାଟେ ପାରାଟ୍। 11 ଉସ୍କବୁମ୍ତେନଡ଼୍ ନୁ ଆଗେତ୍ ନଗର୍ତେସାରେ, କେଦାର୍ତେ ମାନ୍ଦାନ୍ ନାର୍ଦେସାରେତଡ଼୍ ଗାଟିଲେଙ୍ଗ୍ ମାଡ଼ାଟ୍; ଶୈଲା ଶହର୍ତେ ନାରୁଡ଼୍ଆନ୍ତେ ପାଟେ ପାରାଟ୍, ମେଟାନ୍ ଜୁଟିନ୍ ପରୁତଡ଼୍ ଅଡ଼୍ ଗାଟି ସାର୍ଦେ ମାଡ଼ିଡ଼୍। 12 ଅଡ଼୍ ସଦାପ୍ରବୁଙ୍କ୍ ଗୌରବ୍ ଇୱିଡ଼୍ ନୁ ସମୁଦ୍ର ନାଡ଼୍ମେତ୍ ପଡ଼ିୟାନଡ଼୍ ସାରେତଡ଼୍ ଅଙ୍କ୍ ପ୍ରଶଂସାତେ ପ୍ରଚାର୍ ମାଡ଼ିଡ଼୍। 13 ସଦାପ୍ରବୁ ବୀରନ୍ ଲେକାମ୍ ଜିଡ଼ିତଣ୍ଡ୍; ଅଣ୍ଡ୍ ଯୁଦ୍ଦ୍ତେ ନ୍ୟାୟ୍ ନିଜେତେ ତିଆର୍ତାଦ୍ ଶକ୍ତି ମାଡ଼ିତଣ୍ଡ୍; ଅଣ୍ଡ୍ ଗାଟିଲେଙ୍ଗ୍ ମାଡ଼ିତଣ୍ଡ୍, ହଁ, ଅଣ୍ଡ୍ ବେଡ଼ିୟେ ମାଡ଼ିତଣ୍ଡ୍; ଅଣ୍ଡ୍ ତାନ୍ ଶତ୍ରୁନଡ଼୍ ପାକେ ନାର୍ଗେ ଲେକାମ୍ ପାଡ଼ିୟ୍ ମାଡ଼ିତଣ୍ଡ୍।
14 ମାମେ ନାର୍ଗେ କାଲାମ୍ କଟ ମିନ୍ଦେଣ୍ଡ୍; ମାମେ କଟ ଆସ୍ ନିଜେତିଙ୍କ୍ ଆୟିସ୍ପି ମିନ୍ଦେମ୍; ଇଞ୍ଜେ ମାମେ ଜନ୍ମମାଡ଼ାନ୍ ନାଟାଡ଼୍ ଲେକାମ୍ ଲେଙ୍ଗ୍ ୱିଡ଼୍ସିତମ୍; ମାମେ ଅଣ୍ଡୟ୍ଦାମ୍ ଗାଟି ନେସ୍କି ଗାଟି ଲେଙ୍ଗ୍ ହେତାନାଦ୍। 15 ମାମେ ମେଟା ନୁ ବେଡ଼ିୟେ ମେଟାକିଙ୍କ୍ ଦଂସ ମାଡ଼ିକାଡ଼୍ ନୁ ଆଗେତ୍ ମାଡ଼ାକିଙ୍କ୍ ୱାସ୍ପିକାଡ଼୍; ମେଣ୍ଡେ ମାମେ ଇଲ୍କା ନଦିକିଙ୍କ୍ ସମୁଦ୍ର ନାଡ଼୍ମେତ୍ ଗପ୍ ନୁ ଏର୍ମାନ୍ଦାନାୱିଙ୍କ୍ ୱାସ୍ପିକାଡ଼୍। 16 ମେଣ୍ଡେ, ମାମେ କାନାନଡ଼୍କିଙ୍କ୍ ଅଡ଼୍ଡ଼ାଦ୍ କାୱୁଡ଼୍ ଆତ୍ତେ ଆର୍ଇସ୍ ତାତିକାଡ଼୍; ବେନ୍ କାମ୍ ଅଡ଼୍ ପୁନଡ଼୍, ଆୱୁସାରେ କାମ୍ତେ ଅଡ଼୍କିଙ୍କ୍ ଅଦିକାଡ଼୍; ମାମେ ଅଡ଼୍ ମୁନେ ଇକାଡ଼୍ତିଙ୍କ୍ ୱେଇସ୍ ନୁ ୱାଙ୍ଗ୍ତେ ଆର୍ସାରେ ତିନାଙ୍କ୍ ମାଡ଼ିକାଡ଼୍। ଇୱୁସାରେ କାମ୍ ମାନାଡ଼୍ ମାଡ଼ି ଅଡ଼୍କିଙ୍କ୍ ୱିଡ଼୍ସ୍ୱାଡ଼୍। 17 ବେନଡ଼୍ କାଇଦେ ମୃର୍ତ୍ତିକିଙ୍କ୍ ଆଶେ ମାଡ଼ିତଡ଼୍ ନୁ ଚଞ୍ଚ୍ତେ ତଃସ୍ତେ ଲେକେତାୱିଙ୍କ୍ ମିଡ଼୍ ମା ଇଶ୍ୱର୍ ଇଞ୍ଜ କେତିତଡ଼୍, ଅଡ଼୍ କନ୍ଦାନଡ଼୍ ନୁ ନାର୍ଗେ ସିଗ୍ ଆଦ୍ତଡ଼୍।
18 ହୋ ବୟିରାଲଡ଼୍, କେଞ୍ଜାଟ୍; ହୋ କାନାନଡ଼ି, ମିଡ଼୍ ଉଡ଼ାନଙ୍କ୍ ମାଇଦିଙ୍କ୍ ଉଡ଼ାଟ୍। 19 ମାନ୍ ଦାସଙ୍କ୍ ୱିଡ଼୍ସି କାନାଲ୍ ବେନ ? କି ମାମେ ରଃତାନ୍ କାବୁର୍ ସେଙ୍ଗେ ବୟ୍ରାଲ୍ ବେନ ? ମାନ୍ତଡ଼୍ କାଇଲିମାନ୍ଦାନ୍ ନାରୁଡ଼୍ ଲେକାମ୍ କାନାଲ୍ ନୁ ସଦାପ୍ରବୁନ୍ ଦାସ ଲେକାମ୍ କାନାଲ୍ ବେନ ? 20 ମିଡ଼୍ ନାର୍ଗେ ବିଷୟ୍ ଉଡ଼ୁତିଡ଼୍, ମାତର୍ ମାନ୍ ଇୱିଡ଼୍; ଅନ୍ କେଉ ସାୟେ ମିନ୍ଦେ, ମାତର୍ ଅଣ୍ଡ୍ କେଞ୍ଜଣ୍ଡ୍। 21 ସଦାପ୍ରବୁ ତାନ୍ ଦର୍ମ ସେଙ୍ଗେ ନିୟମ୍ତିଙ୍କ୍ ବେଡ଼ିୟେ ନୁ ଗୌରବ୍ ମାଡ଼ାନଙ୍କ୍ ଶାନ୍ତି ଆଦ୍ତେ। 22 ମାତର୍ ଇ ନାରୁଡ଼୍ ଡଙ୍ଗି ଆତ୍ତଡ଼୍ ନୁ ଅଡ଼୍ ସାରେତଡ଼୍ ଗୁଇନ୍ଦେତାଗ୍ ଗୁସ୍କ୍ୱିଡ଼ି ଡଲାନଡ଼୍ ନୁ କାରାଗାରତାଗ୍ ମିଞ୍ଜ୍ସ୍ପିଆସ୍ ମିନ୍ଦେଡ଼୍; ଡଙ୍ଗ୍ତେ ଦନ୍ ଆଦାନ୍ ସେଙ୍ଗେ ମିନ୍ଦେଡ଼୍, ମେଣ୍ଡେ, ଉଦ୍ଧାର୍କର୍ତ୍ତା ବେନ ଇଲାଣ୍ଡ୍; ଅଡ଼୍ ଲୁଟ୍ଆଦାନ୍ ଲେକାମ୍ ଆସ୍ମିନ୍ଦେ ନୁ ମାଲ୍ପିମୁଟ୍ ଇଞ୍ଜ କେତାନଙ୍କ୍ ବେନ ଇଲାଣ୍ଡ୍। 23 ଇଦ୍ ଗଟ୍ତେ ବେନ କେୱୁ ତାରିତଣ୍ଡ୍ ନୁ କେଞ୍ଜିମିକା ମୁନେତ୍କାଲାମ୍ ସେଙ୍ଗେ ମାନ୍ ଇଦ୍ତଣ୍ଡ୍, ମି ଲୋପେ ଇଦ୍ଲେକାମ୍ ନାରୁଣ୍ଡ୍ ବେନ ମିନ୍ଦେଣ୍ଡ୍ ? 24 ଯାକୁବଙ୍କ୍ ଡଙ୍ଗାନ୍ ଲେକାମ୍ ଆଦାନଙ୍କ୍ ନୁ ଇସ୍ରାଏଲ୍ତିଙ୍କ୍ ଡଙ୍ଗାନଡ଼୍ କାଇଦେ ବେନ ପୟିସ୍ଆସ୍ ? ବେନନ୍ ବିରୁଦ୍ଧ୍ତେ ମାମେ ପାପ୍ ମାଡ଼ିମିନ୍ଦେମ୍ ନୁ ବେନନ୍ ଆର୍ଦେ ନାରୁଡ଼୍ ତାକାନଙ୍କ୍ ତିଆର୍ ଆୟଡ଼୍, ଅଡ଼୍ ବେନ୍ ନିୟମ୍ତେ ପାଲନ୍ ମାଡ଼ଡ଼୍, ଆ ସଦାପ୍ରବୁ କି ଇଦ୍ ମାଡ଼ଣ୍ଡ୍ ? 25 ଆଦିଙ୍କ୍ ଅଣ୍ଡ୍ ଅନ୍ ପରୁ ନିଜେତ୍ କପାମ୍ତେ ନୁ ଯୁଦ୍ଦ୍ତେ ଶକ୍ତି ଇତ୍ତଣ୍ଡ୍; ଆସୁଙ୍କ୍ ତାନ୍ ସାରେପାକେ କିସ୍ ନିଡ଼୍ତେ, ମାତର୍ ଅଣ୍ଡ୍ ପୁନନ୍; ମେଣ୍ଡେ, କିସ୍ ଅଂକିଙ୍କ୍ କାର୍ସ୍ପେତେ, ଆଗେକ୍ବା ଅଣ୍ଡ୍ ମାନ୍ଇୱଣ୍ଡ୍ ଆତ୍ତଣ୍ଡ୍।