1 ସଦାପ୍ରବୁ ଇଦ୍ ଗଟ୍ କେତିତଣ୍ଡ୍, "ମାମେ ବେନ୍ କାଇଦେ ଏର୍ ତଡ଼୍ ୟାୟଙ୍କ୍ ୱିଡ଼୍ସି ମିନ୍ଦେମ୍, ଆଦ୍ ଆଦ୍ କାଇଦେ ଏର୍ ବେକେ ? କି ମା ବେପାରିଡ଼୍କ୍ ଡ଼ାଗାଙ୍କ୍ ବେନନ୍ ପାକେ ମିକିଙ୍କ୍ ୱାମି ମିନ୍ଦେମ୍ ? ଉଡ଼େ, ମିଡ଼୍ ନିଜେ ଅପରାଦ୍ ସେଙ୍ଗେ ୱାମି ଆସ୍ମାତ୍ତିଡ଼୍ ନୁ ମିୟାଦ୍ ଅଦର୍ମ ସେଙ୍ଗେ ମି ୟାୟ ଦୁରାମ୍ ଆସ୍ମାତ୍ତେ। 2 ମାମେ ବେସୁଙ୍କ୍ ୱାତ୍ତମ୍ ବାତେଙ୍କ୍ ବେନ ଇଲ୍ୱେ ମାତ୍ତେ ? ମାମେ ବେସୁଙ୍କ୍ କାର୍ଙ୍ଗତମ୍ ବାତ୍ତିଙ୍କ୍ ବେନ ଉତ୍ତର୍ ଇଦାନଙ୍କ୍ ଇଲ୍ୱେ ମାତ୍ତଣ୍ଡ୍ ? ମାୟାଦ୍ କାଇ କି ବାତ୍ତେ ଇସୁର୍ ଆତ୍ତେ କି, ଆଦ୍ ମୁକ୍ତ ମାଡ଼୍ଡ଼େ ପାର୍ୱ ? କି ଉଦ୍ଦାର୍ ମାଡ଼ାନଙ୍କ୍ କି ମାୟାଦ୍ ଶକ୍ତି ଇଲ୍ଲେ ? ଉଡ଼େ, ମାମେ ଦମକ୍ତେ ସମୁଦ୍ରତିଙ୍କ୍ ୱାସ୍ସ୍ପିତମ୍, ମାମେ ନଦୀ ଇଲ୍କାକିଙ୍କ୍ ଉସ୍କନେଲ୍ ମାଡ଼ିତମ୍; ଆଗେ ମାନ୍ଦାନ୍ କିକେ ଏର୍ ଇଲ୍ୱାଙ୍କ୍ ଡଲି ଗାବ୍ ପୟିତିତା। 3 ମାମେ ମାବ୍ମୟଲ୍ତିଙ୍ଗ୍ କାରିମାବ୍ ମାଡ଼ିତମ୍ ନୁ ଇସୁର୍ ସିଲେ ଚକାଙ୍କ୍ ଆୱୁ ସାରେତାୱିନ୍ କେର୍ସ୍ପିତମ୍।"
4 ନାନେ ବେଲାନ୍ ଆୟିତେ ନାରୁଙ୍କ୍ ବାକ୍ୟତଡ଼୍ ସୁସ୍ଥମାଡ଼େ ପାର୍ତାନ୍, ଆଦିନ୍ ସେଙ୍ଗେ ପ୍ରବୁ, ସଦାପ୍ରବୁ ନାକିଙ୍କ୍ ଶିକ୍ଷିତ୍ ନାରୁଡ଼୍ ୱାଞ୍ଜ୍ଜେର୍ ଇସ୍ମିନ୍ଦେଣ୍ଡ୍; ଅଣ୍ଡ୍ ସାରେଦିନା ନାର୍କୁକ୍ ତେଃତିତଣ୍ଡ୍, ଶିକ୍ଷିତ୍ ନାରୁଡ଼୍ ଲେକାମ୍ କେଞ୍ଜାନ୍ ମାଇଦିଙ୍କ୍ ଅଣ୍ଡ୍ ନା କେୱୁକିଙ୍କ୍ ଜାଗ୍ରତ୍ ମାଡ଼ିତଣ୍ଡ୍। 5 ପ୍ରବୁ, ସଦାପ୍ରବୁ ନା କେୱୁ ଲେକେତ୍ ମାଡ଼ି ମିନ୍ଦେଣ୍ଡ୍, ମେଣ୍ଡେ, ନାନେ ବିରୁଦ୍ଦ୍ତେନଡ଼୍ ପାକେ ଆୟନ୍, କି ପେର୍କେ ମାଲ୍ୱନ୍। 6 ନାନେ ରେଃତାନଡ଼୍ ମାଇଦିଙ୍କ୍ ନିଜେତ୍ ମେନ୍ଦୁଲ୍, ଦାଢ଼ି ତାଃକାନ୍ ନାରୁଡ଼୍ ପରୁ ନିଜେତ୍ ବୁକେ ତହସିତ୍ତାନ୍; ନାନେ ଅପ୍ମାନ୍ ନୁ ଉସ୍ନାଙ୍କ୍ ନାୟାଦ୍ ମକମ୍ ମିଞ୍ଜ୍ସ୍ପନ୍। 7 ବାତେଙ୍କ୍ଇତ୍କେ ପ୍ରବୁ, ସଦାପ୍ରବୁ ନା ସାହାଯ୍ୟ ମାଡ଼ିତଣ୍ଡ୍; ଆଦିନ୍ ସେଙ୍ଗେ ନାନେ ୱେର୍ୱନ୍; ଆଦିନ୍ ସେଙ୍ଗେ ନାନେ ଜିଗ୍ଜାଗ୍ ଆଦାନ୍ କାଲ୍ ଲେକାମ୍ ନିଜେତ୍ ମକମ୍ ନେଃସ୍ ମିନ୍ଦେନ୍, ମେଣ୍ଡେ ନାନେ ସିଗ୍ ଆୟଣ୍ଡ୍, ଇଦ୍ ପୁତ୍ତାନ୍। 8 ବେନ ନାକିଙ୍କ୍ ଦାର୍ମିକ୍ ମାଡ଼ିତଣ୍ଡ୍, ଅଣ୍ଡ୍ ଗାରେତଣ୍ଡ୍; ବେନ ନା' ସାଙ୍ଗେତେ ରାମ୍କ ମାଡ଼ିତଣ୍ଡ୍ ? ୱାଡ଼େ, ମାନାଡ଼୍ ଅଣ୍ଡୟ୍ତାଗ୍ ନିତିକାଡ଼୍; ନା ପାକେତଣ୍ଡ୍ ବେନ ? ଅଣ୍ଡ୍ ନା ପାକେ ୱାଡ଼ିଣ୍ଡ୍। 9 ଉଡ଼େ, ପ୍ରବୁ, ସଦାପ୍ରବୁ ନା ସାହାଯ୍ୟ ମାଡ଼ିତଣ୍ଡ୍; ନାକିଙ୍କ୍ ଦୋଷୀ ମାଡ଼ିତଣ୍ଡ୍ ବେନ ? ଉଡ଼େ, ଅଡ଼୍ ସାରେତଡ଼୍ ଚକା କେରେସ୍ ପାଃନ୍ତେ ଆଦ୍ତଡ଼୍; ପୁଡ଼ିୟିକ୍ ଅଡ଼୍କିଙ୍କ୍ ତିନ୍ତ୍ତା। 10 ବେନ ସଦାପ୍ରବୁଙ୍କ୍ ୱେର୍ତଣ୍ଡ୍ ନୁ ତାନ୍ ସେବକ୍ତେ ବାକ୍ୟ ପାଲନ୍ ମାଡ଼ିତଣ୍ଡ୍, ମି ପାକେ ବେନ ଇଲାନେ ମିନ୍ଦେଣ୍ଡ୍ ? ବେନ୍ ନାରୁଣ୍ଡ୍ ଇକାଡ଼୍ତାଗ୍ ତାକ୍କେ ନୁ ୱେଇସ୍ ଆୟ୍ୟଣ୍ଡ୍, ଅଣ୍ଡ୍ ସଦାପ୍ରବୁନ୍ ପେଦେର୍ ବିଶ୍ୱାସ ମାଡ଼ିଣ୍ଡ୍ ନୁ ନି ପରମେଶ୍ୱର୍ତେ ପରୁ ଆଶେ ୱାଟିଣ୍ଡ୍। 11 କିସ୍ ନିଡ଼୍ସ୍ପମିନ୍ଦେନି, କିସ୍ ଗୁଇନ୍ଦେତାଗ୍ ମିଡ଼୍ ନିଜେତିଙ୍କ୍ କିସ୍ତାଗ୍ କୁସ୍ପତିଡ଼୍ ଯେ ମିଡ଼୍, ମିଡ଼୍ ସାରେତଡ଼୍ ଉଡ଼ାଟ୍; ମିଡ଼୍ ସାରେତଡ଼୍ କିସ୍ ତାଡ଼୍ମି ନୁ ମିୟାଦ୍ ନିଡ଼୍ତାନାଦ୍ କିସ୍ ଗୁଇନ୍ଦେତ୍ ନାଡ଼୍ମେଙ୍କ୍ ଇସ୍ ତାକାଟ୍। ନା' କାଇଦାଗାଙ୍କ୍ ଇଦ୍ ମିଡ଼୍ ପାହେମ୍ ଆଦ୍ତିଡ଼୍; ମିଡ଼୍ ଦୁଃକାମ୍ତେ ଉଞ୍ଜିତିଡ଼୍।