1 ହୋ ଦେଶ୍ତେନଡ଼ି, ଗାରେ ୱାସ୍ କେଞ୍ଜାଟ୍, ହୋ ନାଟେନଡ଼ି, ମିଡ଼୍ ମାନ୍ ୱାଟାଟ୍; ପୃତିବି ନୁ ଆଗେ ମାନ୍ଦାନାୱୁ ସାରେତାୱୁ କେଞ୍ଜାଟ୍; ଜଗତ୍ ନୁ ବେନେ ପେୟିତାନ୍ ସାରେ ଜିନିଷ୍ କେଞ୍ଜି। 2 ବାତେଙ୍କ୍ଇତ୍କେ ଦେଶ୍ତେ ସାରେତଡ଼୍ ବିରୁଦ୍ଦ୍ତେ ସଦାପ୍ରବୁନ୍ କପାମ୍ ନୁ ଅଡ଼୍ ସାରେତଡ଼୍ ସୈନ୍ୟସାମନ୍ତର୍ ବିରୁଦ୍ଦ୍ତେ ତାମାଦ୍ ଗାଟି କପାମ୍ ମିନ୍ଦେ; ଅଣ୍ଡ୍ ଅଡ଼୍କିଂଙ୍କ୍ ସାରେ ଦଂସ ଡଲାନ୍ ସେଙ୍ଗେ ପସ୍ପିସ୍ମିନ୍ଦେଣ୍ଡ୍। 3 ତାମ୍ ଡଲ୍ତେ ନାରୁଡ଼୍କ୍ ବାଇଦେ ଏସିଦ୍ତଡ଼୍, ଅଡ଼୍ ମଡ଼୍ତାଗାଙ୍କ୍ ଗାବ୍ ତାତିତ୍ ନୁ ଅଡ଼୍ ନେତୁର୍ତେ ମେଟାକି ମେୟିସ୍ ଆଦ୍ତା। 4 ମେଣ୍ଡେ, ମାବ୍ତେ ପଡ଼୍ଦ୍, ନେଲ୍ଞ୍ଜ୍, ଉକାକ୍ ସାରେତାୱ୍ ନଷ୍ଟ ଆଦ୍ତା ନୁ ମାବ୍ତାଗ୍ ତୁମ୍ଲେକାତାଦ୍ ବହି ଲେକାମ୍ ଉତାନଙ୍କ୍ ଆଦ୍ତେ; ମେଣ୍ଡେ ବେଲାନ୍ ଅଙ୍ଗୁର୍ୱାୟେତେ ୱାସ୍ତେଆକ୍ ନୁ ତୟ୍ ମାଡ଼େତ୍ ୱାସ୍ତେଆକ୍, ଆଦ୍ଲେକାମ୍ ଅଡ଼୍ୱାଦ୍ ସୈନ୍ୟଡ଼୍ସାରେ ମାୟି ଆଦ୍ତା। 5 ବାତେଙ୍କ୍ଇତ୍କେ ମାୟାଦ୍ କଡ଼୍ଗ ସ୍ୱର୍ଗତାଗ୍ ନିଣ୍ଡ୍ତେ ଲେକେ ଉଞ୍ଜମିନ୍ଦେଡ଼୍; ଉଡ଼େ, ବିଚାର୍ମାଡ଼ାନ୍ ସମୟତେ ଆଦ୍ ଇଦୋମ୍ତେ ନୁ ମା ଅବିଚାପ୍ ନାରୁଡ଼୍ତେ ପରୁ ରାଲିତେ। 6 ସଦାପ୍ରବୁ ଚୁର୍ ନେତୁର୍ତେ ନିଣ୍ଡ୍ତେ କଡ଼୍ୱେସ୍ ନୁ ମେଣ୍ଢାଗୁଡ଼୍ସାନ୍ ଗୁରୁଦାର କଡ଼୍ୱେସ୍ ମେନ୍ଦୁଲ୍ ଆସ୍ମିନ୍ଦେ; ବାତେଙ୍କ୍ଇତ୍କେ ବସୋରାତାଗ୍ ସଦାପ୍ରବୁନ୍ ୱେରଡ଼୍ ଯଜ୍ଞ ନୁ ଇଦୋମ୍ ଦେଶ୍ତାଗ୍ ୱେରଡ଼୍ ବେଡ଼ିୟାଦ୍ ଆୱୁକାନାଦ୍ ଆଦ୍ତେ। 7 ମେଣ୍ଡେ, ଅଡ଼୍ତଡ଼୍ ମେଟେତ୍ଗଡ଼୍କ, କନ୍ଦେତଡ଼୍ ଲେୟେ କନ୍ଦେ ୱାଦ୍ତା; ଆସୁଙ୍କ୍ ଆୱିନାଦ୍ ଦେଶ୍ ନେତୁର୍ତେ ଡଲିତ୍ ନୁ ଅଡ଼୍ ଉମ୍ ମେଦୁର୍ତେ ମେନ୍ଦୁଲ୍ ଆଦ୍ତେ। 8 ବାତେଙ୍କ୍ଇତ୍କେ ଇଦ୍ ସଦାପ୍ରବୁନ୍ ବଦ୍ଲା ଅଦାନ୍ ଦିନାମ୍, ଇଦ୍ ସିୟୋନ୍ତେ ରାମିକିନ୍ ନାଗ୍ତାୱୁ ସାରେ କାୟାନ୍ ୱାଡ଼୍ସା।
9 ମେଣ୍ଡେ, ଇଦମ୍ତେ ନଦିସାରେ ଦୂପାମ୍ତେ, ଆଗେତ୍ ଦୁମ୍ ଗାବ୍ତେ ନିଣ୍ଡିତା ନୁ ଆଗେତ୍ ବୁମ୍ ନିଡ଼୍ତାନ୍ ଦୁପାମ୍ ଆଦ୍ତା। 10 ଆଦ୍ ନାର୍କେ ପାୟାଲ୍ ତିଆର୍ ଆୟ; ଆଗେତ୍ ଉମେ ସାରେଦାମ୍ ତେଦିତ୍; ଆନିଦାଦିଡ଼୍ ଆସୁଙ୍କ୍ ଆଦ୍ ଉସ୍କନେଲ୍ ଆସ୍ମାନ୍ତେ; ବେନ୍ କାଲାମ୍ ଆଦିନାଗ୍ ବେନ ଆଦ୍ଦେ ପାର୍ୱଡ଼୍। 11 ମାତର୍ ଏର୍ଦାଗ୍ ମାନ୍ଦାନ୍ ପିଟେ ନୁ ଅୟି ଆଗେ ଅଦିକାର୍ ମାଡ଼ିତା; ମେଣ୍ଡେ କୁଞ୍ଜେ ନୁ କାୱାର୍ ଆଗେ ବାସେ ମାଡ଼ିତା; ମେଣ୍ଡେ, ଅଣ୍ଡ୍ ଆଦିନ୍ ପରୁ ଇଲ୍ୱେସାମାନ୍ତେ ଉଲୁମ୍ନଡ଼ମ୍ ନୁ ଇଲ୍ୱେ ଲେକାମ୍ ଓଲମ୍ ପୟିତିତା। 12 ଅଡ଼୍ ଆଗେତ୍ କୁଲିନଡ଼୍କିଙ୍କ୍ ରାଜତ୍ୱ ମାଡ଼ାନଙ୍କ୍ କାର୍ଙ୍ଗତଡ଼୍; ମାତର୍ ବେନ ଆଗେ ମାନଡ଼୍ ନୁ ଆଗେତ୍ ଅଦିପତିଡ଼୍ ସାରେତଡ଼୍ ଦଂସ ଆଦ୍ତଡ଼୍। 13 ଆଗେତ୍ ସାରେପାକେ କୟେ ନୁ ଆଗେତ୍ ଗୁଇନ୍ଦାନାଗ୍ ଅତାନାୱୁ ଟଣ୍ଡା, କୟେ ଜାଃକିତା, ଆଦ୍ କଇଲାନ୍ ମାନ୍ଦାନ୍ ପଡ଼ିୟେ ନୁ କୁଞ୍ଜେପିଟେକିନ୍ ମେୟାନ୍ ପଡ଼ିୟେ ଆଦ୍ତେ। 14 ମେଣ୍ଡେ, ଆଗେ ନାର୍କେତେ ପଶୁକି ଗଣ୍ଡ୍ରାସ୍କ୍ ମାନ୍ତା ନୁ ମେକା ପୁଜାନ୍ ଦେୟାକ୍ ନିଜେତ୍ ସାଙ୍ଗନଡ଼କ୍ କାର୍ଙ୍ଗିତା; ମେଣ୍ଡେ, ମାତ୍ୱାର୍ ଡଙ୍ଗାଲ୍ ଆଗେ ବାସେ ମାଡ଼ି ରମାନ୍ ପଡ଼ିୟେ ମାଡ଼ିତଣ୍ଡ୍। 15 ଆ ଜାଗାତାଗ୍ ଗାଦ୍ପିଟେ ନିଜେତ୍ ତୁହୁକା ମାଡ଼ି ଗାଡ଼୍ବାକ୍ ଇଦ୍ତା ନୁ ପିଲା ଅସ୍ ତାନ୍ ନିଡ଼୍କେତ୍ ମଦଲ୍ ଅଣ୍ଡ୍ୟାଗ୍ ମାଡ଼ିତା; ମେଣ୍ଡେ, ଗାଦ୍ପିଟେକି ସାରେ ତାମ୍ ନିଜର୍ ସଙ୍ଗକିନ୍ତଡ଼୍ ଆଗେ ଅଣ୍ଡୟାଗେ ଆଦ୍ତା।
16 ମିଡ଼୍ ସଦାପ୍ରବୁନ୍ ପାଇପ୍ଲେକାତ୍ ଉଡି ମାନ୍ଦାନ୍ ବହିକଞ୍ଜ୍ ମେକି କାର୍ମୁଟ୍; ଇଡ଼୍କିଙ୍କ୍ ବେନ ୱାଡ଼୍ୱେ ଆଦ୍ତଡ଼୍, ବେନ ନିଜେତ୍ ସାଙ୍ଗକିନ୍ତଡ଼୍ ଆୟିୟଡ଼୍; ବାତେଙ୍କ୍ଇତ୍କେ ନା' ମକତ୍ ଆର୍ ଅଣ୍ଡ୍ ଇଦ୍ ଆଦେଶ୍ ମାଡ଼ିମିନ୍ଦେଡ଼୍ ନୁ ତାମ୍ ଆତ୍ମା ଅଡ଼୍କିଙ୍କ୍ ଅଣ୍ଡୟାଗ୍ ମାଡ଼ିମିନ୍ଦେଡ଼୍। 17 ମେଣ୍ଡେ, ଅଣ୍ଡ୍ ଅଡ଼୍ ମାଇଦିଙ୍କ୍ ଲଟ୍ରି ମାଡ଼ିମିନ୍ଦେଣ୍ଡ୍ ନୁ ତାମ୍ କାଇଦାଗ୍ ପୟିତେ ନଡ଼ମ୍ ଆଦ୍ ୱେର୍ମାଡ଼ି ଅଡ଼୍କିଂଙ୍କ୍ ଇସ୍ମିନ୍ଦେଡ଼୍; ଅଡ଼୍ଆଦ୍ ସାରେଦିନାମ୍ ଅଦିକାର୍ ମାଡ଼ିତଡ଼୍, ଅଡ଼୍ ଆନିଦାଦିଡ଼୍ ଆଗେ ବାସେ ମାଡ଼ିତଡ଼୍।