6 ଏ଼ଦାଆଁତାକି ମୀରୁ ରା଼ହାଁ କିଦୁ, ଆ଼ତିଜିକେଏ ନୀଏଁ ଗା଼ଡ଼େକା ତାକି ହା଼ରେକା ତାୟିପାରି କିନି ତା଼ଣାଟି ଦୁକୁ କସ୍ତ ବେଟାଆ଼ନାୟି ମିଙ୍ଗେତାକି ଲ଼ଡ଼ାଆ଼ନେ, 7 ଏ଼ନିକିଁ ଗା଼ଡ଼େକା ନସ୍ତ ଆ଼ନି ବାଂଗାରା ହିଚୁତା ହୂଡିନି କିହାଁ ହା଼ରେକା ଦାରା ମୀ ତାୟିପାରି କିୱିଆ଼ତି ନାମୁ, ଏ଼ଦି ଜୀସୁ କ୍ରୀସ୍ତ ତ଼ଞ୍ଜାଆ଼ନି ବେ଼ଲାତା ମା଼ନି ତଲେ ଜହରାତି, ଗା଼ୱୁରମି ଅ଼ଡ଼େ ମା଼ନି ବେଟାଆ଼ନାୟି । 8 ନୀଏଁ ମୀରୁ ଏ଼ୱାଣାଇଁ ମେସା ହିଲାଆତି ଜିକେଏ ଜୀୱୁନ଼ହିଁ ମାଞ୍ଜେରି, ଇଞ୍ଜାଁ ନୀଏଁ ମେହ୍ଆତିଁ ଜିକେଏ ତାନି ତା଼ଣା ନାମାହାଁ ୱେସାଲି ଆ଼ଡାଆରେଟୁ ଗା଼ୱୁରମିତି ରା଼ହାଁତା 9 ରା଼ହାଁ ଆ଼ହାଁ ଏ଼ ନାମୁତି ପା଼ଡ଼େୟି ଲେହେଁ ମୀ ଜୀୱୁତି ଗେଲ୍ପିନାଣି ବେଟାଆ଼ହାମାଞ୍ଜେରି ।