5 ଇଞ୍ଜାଁ ପିଲିପ ସମିରଣତି କାଜା ଗା଼ଡ଼ାତା ହାଜାହାଁ ଲ଼କୁ ନ଼କିତା ମସିହାତି କାତା ୱେ଼କ୍ହେସି । 6 ଅ଼ଡ଼େ, ଲ଼କୁ ବାରେ ପିଲିପ ହା଼ଡା ୱେଚେରି ଇଞ୍ଜାଁ ଏ଼ୱାସି କିହାମାନି କାବାଆ଼ନି କାମା ମେସାହାଁ ରଣ୍ତିଏ ହିୟାଁ ତଲେ ଏ଼ୱାଣି କାତାତି ୱେଞ୍ଜିମାଚେରି । 7 ଇଚିହିଁ ଆଲ୍ଗାମାଚି ପ଼ଲ୍ଆ ବୂତୁ ହା଼ରେକା ଲ଼କୁ ତା଼ଣାଟି କାଜା ଗିୟାଁତଲେ କିର୍ଡ଼ିହିଁ ହ଼ଚାହାଚୁ, ଇଞ୍ଜାଁ ଟଟ ୱା଼ୟିତାରି ଅ଼ଡ଼େ ସଟାୟାଁ ହା଼ରେକା ଜା଼ଣା ନେହିଁ ଆ଼ତେରି । 8 ଏ଼ଦାଆଁତାକି ଏ଼ ଗା଼ଡ଼ାତା ହା଼ରେକା କାଜା ରା଼ହାଁ ଆ଼ତେ ।