ଜୀସୁ କ୍ରୀସ୍ତତି ଜାର୍ନା ଆ଼ନାୟି
18 ୧:୧୮ ଲୂକ ୧:୨୭ ଜୀସୁ କ୍ରୀସ୍ତତି ଜାର୍ନା ଇଲେକିଁ ଆ଼ତେ । ତାମି ଇୟା ମରିୟମ ଅ଼ଡ଼େ ଜସେପ ତଲେ ବୀହା ଆ଼ହାଲି ରୀସ୍ପି ଆ଼ହାମାଚି ଜେ଼ଚ, ଏ଼ୱି କା଼ଲ୍ୱି ଆ଼ଆ ନ଼କେଏ, ଏ଼ଦି ସୁଦୁଜୀୱୁ ତଲେ ପୂରାମା଼ସା ଆ଼ହାମାନେ ଇଞ୍ଜିଁ ପୁଣ୍ମ୍ବି ଆ଼ତେ । 19 ଏଚେଟିଏ ତାନି ଡକ୍ରା ଜସେପ ର଼ ଦାର୍ମୁ ଲ଼କୁ ମାଚାକି, ଇଞ୍ଜାଁ ଏ଼ଦାଣି ଲ଼କୁ ନ଼କିତା ଦ଼ହ ଗାଟାୟି ଇଞ୍ଜିଁ ତ଼ହ୍ଆପେଏଁ ଇଞ୍ଜିଁ ଏ଼ଦାନି ଡ଼ୁକ୍ହାଁ ପିସାଲି ତୀରି କିତେସି । 20 ସାମା ଏ଼ୱାସି ଏଲେଇଞ୍ଜି ତୀରିକିତି ଡା଼ୟୁ, ମେହ୍ଦୁ, ମାହାପୂରୁତି ର଼ ଦୂତୁ ଏ଼ୱାଣାଇଁ ହାପାନାତା ଏଲେଇଚେସି, "ଆଡ଼େ ଦାୱୁଦ କୂଡ଼ାତି ଜସେପ, ମରିୟମନି ଡକ୍ରି କିହାଲି ତାକି ଆଜାଆନି, ଏ଼ନାଆଁତାକି ଇଚିହିଁ ମାହାପୂରୁତି ସୁଦୁଜୀୱୁ ତଲେ ପୂରାମା଼ସା ଆ଼ହାମାନେ । 21 ୧:୨୧ ଲୂକ ୧:୩୧ଏ଼ଦି ର଼ କକାଣାଇଁ ଜାର୍ନି କିନେ, ଅ଼ଡ଼େ ମୀରୁ ଏ଼ୱାଣି ଦ଼ରୁ ଜୀସୁ ଇଞ୍ଜିଁ ଇଟାଦୁ, ଇଚିହିଁ ଏ଼ୱାସି ତାମି ଲ଼କୁଇଁ ତାମି ବାରେ ପା଼ପୁଟି ଗେଲ୍ପିନେସି ।"