1 ଅର୍ତକ୍ୟସ୍ତ ରାଜାତି ଅଦିକାରା ବେ଼ଲାତା ଜାହା ଜାହାରା ତାଞ୍ଜି କୂଡ଼ାତି ଏମିନି କାଜାରି ମା଼ ତଲେ ବାବିଲଟି ୱେଣ୍ତା ୱା଼ତେରି ଏ଼ୱାରି କୂଡ଼ା ଈଦି,
2 ପିନହସ୍ତି ମୀର୍କା ବିତ୍ରାଟି ଗେର୍ସମ;
ଇତାମର ମୀର୍କା ବିତ୍ରାଟି ଦାନିୟେଲ;
ଦାୱୁଦ ମୀର୍କା ବିତ୍ରାଟି ହଟୁସ୍।
3 ସକନିୟ ମୀର୍କା ବିତ୍ରାଟି; ପରିୟସ ମୀର୍କା ବିତ୍ରାଟି ଜିକରିୟ ଅ଼ଡ଼େ ଆ଼ବାୟାଁତି କୂଡ଼ାତି ଲେକା ତଲେ ଏ଼ୱାଣି ତଲେ ଏଜିକିତି ସା଼ତା କ଼ଡ଼ି ଦସ ଜା଼ଣା,
4 ପହତ୍-ମୟାବ ମୀର୍କା ବିତ୍ରାଟି ସରହିୟ ମୀର୍ଏସି ଇଲିହଇନୟ ଅ଼ଡ଼େ ଏ଼ୱାଣି ତଲେ ରୀ ୱାଞ୍ଜା ଆ଼ବାୟାଁ।
5 ସକନିୟ ମୀର୍କା ବିତ୍ରାଟି ଜହସିୟେଲ ମୀର୍ଏସି; ଏ଼ୱାଣି ତଲେ ତୀନି ୱାଞ୍ଜା ଆ଼ବାୟାଁ।
6 ଆଦିନ ମୀର୍କା ବିତ୍ରାଟି ଜନାତନ ମୀର୍ଏସି ଏବଦ୍ ଅ଼ଡ଼େ ଏ଼ୱାଣି ତଲେ ରୀ କ଼ଡ଼ି ଦସ ଜା଼ଣା ଆ଼ବାୟାଁ।
7 ଇଞ୍ଜାଁ ଏଲମ୍ ମୀର୍କା ବିତ୍ରାଟି ଅତଲିୟ ମୀର୍ଏସି ଜିସାୟାହ ଅ଼ଡ଼େ ଏ଼ୱାଣି ତଲେ ତୀନି କ଼ଡ଼ି ଦସ ଜା଼ଣା ଆ଼ବାୟାଁ।
8 ସପଟିୟ ମୀର୍କା ବିତ୍ରାଟି ମିକାୟେଲ ମୀର୍ଏସି ସବଦିୟ ଅ଼ଡ଼େ ଏ଼ୱାଣି ତଲେ ସା଼ରି କ଼ଡ଼ି ଜା଼ଣା ଆ଼ବାୟାଁ।
9 ଜୟାବ ମୀର୍କା ବିତ୍ରାଟି ଜିହିୟେଲ ମୀର୍ଏସି ଅବଦିୟ ଅ଼ଡ଼େ ଏ଼ୱାଣି ତଲେ ରୀ ୱାଞ୍ଜା ଅଟର ଜା଼ଣା ଆ଼ବାୟାଁ।
10 ସଲମିତ୍ ମୀର୍କା ବିତ୍ରାଟି ଜସିପିୟ ମୀର୍ଏସି ଅ଼ଡ଼େ ଏ଼ୱାଣି ତଲେ ର଼ ୱାଞ୍ଜା ତୀନି କ଼ଡ଼ି ଜା଼ଣା ଆ଼ବାୟାଁ।
11 ବେବୟ ମୀର୍କା ବିତ୍ରାଟି ବେବୟ ମୀର୍ଏସି ଜିକରିୟ ଅ଼ଡ଼େ ତାନି ତଲେ କଡ଼େ ଆ଼ଟା ଜା଼ଣା ଆ଼ବାୟାଁ।
12 ଅସ୍ଗଦ ମୀର୍କା ବିତ୍ରାଟି ହକାଟନ ମୀର୍ଏସି ଜହାନନ୍ ଅ଼ଡ଼େ ଏ଼ୱାଣି ତଲେ ର଼ ୱାଞ୍ଜା ଦସ ଜା଼ଣା ଆ଼ବାୟାଁ।
13 ଅଦନିକାମ ମୀର୍କା ବିତ୍ରାଟି ଊଣାୟାଁ ଅ଼ଡ଼େ ଏ଼ୱାରି ଦ଼ରୁ ଈୱି, ଇଲିପେଲଟ୍, ଜିୟିୟେଲ ଅ଼ଡ଼େ ସମୟିୟ; ଏ଼ୱାରି ତଲେ ତୀନିକ଼ଡ଼ି ଜା଼ଣା ଆ଼ବାୟାଁ।
14 ବିଗ୍ବୟ ମୀର୍କା ବିତ୍ରାଟି ଉତୟ ଅ଼ଡ଼େ ସକ୍କୁର ଅ଼ଡ଼େ ଏ଼ୱାରି ତଲେ ତୀନି କ଼ଡ଼ି ଦସ ଜା଼ଣା ଆ଼ବାୟାଁ।
15 ଇଞ୍ଜାଁ ନା଼ନୁ ଈୱାରାଇଁ ଅହବାଗାମିନି କାଡା ଡାଗେ ରୁଣ୍ତା କିତେଏଁ; ଅ଼ଡ଼େ ଏମ୍ବାଆଁ ମା଼ମ୍ବୁ ତୂମୁୟାଁ ଗ଼ଞ୍ଜାହାଁ ତୀନି ଦିନା ଡ଼ୟିତମି; ଏଚେଟିଏ ନା଼ନୁ ଲ଼କୁଣି ଅ଼ଡ଼େ ପୂଜେରାଙ୍ଗାଣି ସିନିକିହାଁ ଲେ଼ବି ମୀର୍କା ବିତ୍ରାଟି ଆମ୍ବାଆରାଇଁ ବେଟାଆ଼ଆତେଏଁ। 16 ଏଚେଟିଏ ନା଼ନୁ ଇଲିୟେଜର, ଅରିୟେଲ, ସମୟିୟ, ଇଲ୍ନାତନ୍, ଜାରିବ, ଇଲ୍ନାତନ୍, ନାତନ, ଜିକରିୟ, ଅ଼ଡ଼େ ମସୁଲମ୍ ଈ କାଜାରାଇଁ; ଅ଼ଡ଼େ ଜିକେଏ ଜୟାରିବ୍ ଅ଼ଡ଼େ ଇଲ୍ନାତନ୍ ଜା଼ପ୍ନାରାଇଁ ହା଼ଟାଲି ଲ଼କୁଣି ପାଣ୍ତିତେଏଁ। 17 ଏଚେଟିଏ ନା଼ନୁ ଏ଼ୱାରାଇଁ କାସିପିୟା ଦ଼ରୁତି ଟା଼ୟୁତି କାଜା ଲ଼କୁ ଇଦ ତା଼ଣା ପାଣ୍ତିତେଏଁ; ଇଞ୍ଜାଁ ମା଼ ମାହାପୂରୁ ଇଲୁ ତାକି ମା଼ ତା଼ଣା ସେ଼ବା କିନାରାଇଁ ତାଦୁ ଇଞ୍ଜିଁ କାସିପିୟା ଟା଼ୟୁତି ଇଦଇଁ ଅ଼ଡ଼େ ତାମି ତାୟିୟାଁ ମାହାପୂରୁ ଇଲୁତା କାମା କିନି ଲ଼କୁଣି ୱେସାଲି ତାକି ନା଼ନୁ ଏ଼ୱାରାଇଁ ହୁକୁମି ହୀତେଏଁ। 18 ଏଚେଟିଏ ମାଙ୍ଗେ ତାକି ମା଼ ମାହାପୂରୁ କାର୍ମା ମେହ୍ନି କେୟୁତି ସା଼ୟେମି ତଲେ ଏ଼ୱାରି ଇସ୍ରାୟେଲ ତାଙ୍ଗା ମୀର୍ଏସି, ଲେ଼ବି ମୀର୍ଏସି ମହଲି ମୀର୍କା ବିତ୍ରାଟି ର଼ ବା଼ଡ଼୍ୟୁଗାଟି ଲ଼କୁଇଁ; ଇଚିହିଁ ସେରେବିୟ ଅ଼ଡ଼େ ତାନି ମୀର୍ଏସି ଅ଼ଡ଼େ ତାୟିୟାଁ ତଲେ ଅଟର ଜା଼ଣାତି; 19 ଅ଼ଡ଼େ ହସବିୟ ଅ଼ଡ଼େ ଏ଼ୱାଣି ତଲେ ମରାରି ମୀର୍କା ବିତ୍ରାଟି ଜିସାୟାହ, ତାନି ତାୟିୟାଁ ଅ଼ଡ଼େ ତାମି ମୀର୍କା ତଲେ କଡ଼େ ଜା଼ଣାତି; 20 ଦାୱୁଦ ଅ଼ଡ଼େ କାଜାରି ଏମିନି ମାହାପୂରୁ ଇଲୁତା କାମା କିନି ଲ଼କୁଣି ଲେ଼ବିୟ ଲ଼କୁତି ସେ଼ବା କାମା କିହାଲି ହୀହାମାଚେରି, ଏ଼ୱାରି ବିତ୍ରାଟି ରୀ ୱାଞ୍ଜା କଡ଼େ ଜା଼ଣା ମାହାପୂରୁ ଇଲୁତା କାମା କିନି ଲ଼କୁ ତାତେରି; ଈ ବାରେତି ଦ଼ର୍କା ରା଼ସ୍କି ଆ଼ତୁ।
21 ଏଚେଟିଏ ମାଙ୍ଗେ ତାକି ଅ଼ଡ଼େ ମା଼ କକାରି ପ଼ଦାୟାଁ ଅ଼ଡ଼େ ବାରେ ଦ଼ନବିତି ତାକି ର଼ ସ଼ଜେତି ଊଣା ପ୍ରା଼ତାନା କିନି ଲେହେଁ ମା଼ ମାହାପୂରୁ ନ଼କିତା ଜାହାରାଇଁ ଊଣା କିହାଲି ତାକି ନା଼ନୁ ଅହବା କାଡା ଡାଗେ ଉପାସା କିହାଲି ୱେ଼କ୍ହେଏଁ। 22 ଇଚିହିଁ ଜିରୁତା ସାତ୍ରୁୟାଁ କ଼ପାଟି ମାଙ୍ଗେ ସା଼ୟେମି କିହାଲି ରାଜାଇଁ ର଼ ମାନ୍ଦା ରିଜାରି କ଼ସ୍କା ଅ଼ଡ଼େ ରାତାୟାଁ ରୀସାଲି ମାଙ୍ଗେ ଲାଜା ହ଼ତାତେ; "ଇଚିହିଁ ଆମ୍ବାଆରି ମା଼ ମାହାପୂରୁଇଁ ପାରିନେରି, ଏ଼ୱାରି ବାରେତି ନେହେଁ ତାକି ଏ଼ୱାରି ତାକି ଏ଼ୱାଣି କେୟୁତି ସା଼ୟେମି ମାନେ; ସାମା ଆମ୍ବାଆରି ଏ଼ୱାଣାଇଁ ପିହ୍ନେରି, ଏ଼ ବାରେତି କ଼ପାଟି ଏ଼ୱାଣି ବା଼ଡ଼୍ୟୁ ଅ଼ଡ଼େ କ଼ପା ମାନେ।" ଈ କାତା ମା଼ମ୍ବୁ ରାଜାଇଁ ୱେସାମାଚମି। 23 ଏ଼ଦାଆଁତାକି ମା଼ମ୍ବୁ ଉପାସା କିତମି ଅ଼ଡ଼େ ମା଼ ମାହାପୂରୁ ତା଼ଣା ବାତିମା଼ଲିତମି; ଏଚେଟିଏ ଏ଼ୱାସି ମାଙ୍ଗେ ତାକି ରା଼ହାଁ ଆ଼ତେସି।
24 ଏଚେଟିଏ ନା଼ନୁ ପୂଜେରାଙ୍ଗା ବିତ୍ରାଟି ବା଼ର ଜା଼ଣା କାଜା ଲ଼କୁଇଁ, ଇଚିହିଁ, ସେରେବିୟ, ହସବିୟ ଅ଼ଡ଼େ ଏ଼ୱାରି ତଲେ ତାମି ଦସ ଜା଼ଣା ତାୟିୟାଁଇଁ ଏଟ୍କା କିତେଏଁ; 25 ଅ଼ଡ଼େ, ରାଜା ଅ଼ଡ଼େ ତାମି ମନ୍ତ୍ରିୟାଁ, ତାମି କାଜାରି ଅ଼ଡ଼େ ଏମ୍ବାଆଁ ମାଚି ଇସ୍ରାୟେଲ ବାରେ ଲ଼କୁ ମା଼ ମାହାପୂରୁ ଇଲୁତାକି ଏମିନି ବାଂଗାରା, ୱେଣ୍ତି, ଗିନା ସିପା ଦା଼ନା ଲେହେଁ ହୀହାମାଚେରି, ଏ଼ ବାରେ ଏ଼ୱାରାକି ତୂକ୍ହା ହୀତେଏଁ; 26 ନା଼ନୁ ଏ଼ୱାରି କେୟୁତା ସ଼ୱାଞ୍ଜା ଦୁଇ କ଼ଡ଼ି ଦସ ତାଳନ୍ତ ୱେଣ୍ତି, ର଼ ୱାଞ୍ଜା ତାଳନ୍ତ ୱେଣ୍ତି ଗିନା ସିପା; ର଼ ୱାଞ୍ଜା ତାଳନ୍ତ ବାଂଗାରା; 27 ର଼ ମା଼ଣା ଡ୍ରାକ୍ମା ଗ୍ରିସ୍ ଦେ଼ସାତି ଟାକାୟାଁ, ଦାରାତି କଡ଼େଗଟା ବାଂଗାରା ଗିନା ସିପା, ଇଞ୍ଜାଁ ବାଂଗାରା ଲେହେଁତି ହା଼ରେକା ଦାରାଗାଟି ନେହିଁ ଉଜେଡ଼ି ପିତାଡ଼ାତି ରୀ ସିପାୟାଁ ତୂକ୍ହା ହୀତେଏଁ।
28 ଇଞ୍ଜାଁ ନା଼ନୁ ଏ଼ୱାରାଇଁ ଏଲେଇଚେଏଁ, "ମୀରୁ ମାହାପୂରୁ କ଼ସମି ସୁଦୁଗାଟାତେରି; ଅ଼ଡ଼େ ଈ ବାଂଗାରା, ୱେଣ୍ତି ମୀ ଆକୁ ଆ଼ବାୟାଁ ପ୍ରବୁ ମାହାପୂରୁକି ଜାହାରା ମ଼ନ ତଲେ ହୀତି ଦା଼ନା। 29 ପ୍ରବୁ ଜିରୁସାଲମ ଇଲୁ ବାକ୍ରାତା କାଜା ପୂଜେରାଙ୍ଗା, ଲେ଼ବିୟ ଲ଼କୁ, ଅ଼ଡ଼େ ଇସ୍ରାୟେଲ ଆକୁୟାଁ କୂଡ଼ାତି କାଜାରି ନ଼କିତା ଈ ବାରେ ତୂକ୍ହା ହୀଆ ପାତେକା ମୀରୁ ଜାଗ୍ରାତା ମାଞ୍ଜୁ ଅ଼ଡ଼େ ଈ ବାରେ ଜାତ୍ନୁ କିଦୁ।" 30 ଏଚେଟିଏ ପୂଜେରାଙ୍ଗା, ଲେ଼ବିୟ ଲ଼କୁ ମା଼ ମାହାପୂରୁ ଜିରୁସାଲମ ଇଲୁତା ତାଚାଲି ତାକି ଏ଼ ତୂକ୍ହାମାନି ବାଂଗାରା, ୱେଣ୍ତି ଅ଼ଡ଼େ ଗିନା ସିପା ବାରେ ଅ଼ତେରି।
31 ଏଚେଟିଏ ମା଼ମ୍ବୁ ଜିରୁସାଲମତା ହାଜାଲି ତାକି ମୂଲୁ ଲେ଼ଞ୍ଜୁତି ବା଼ର ଦିନାତା ଅହବା କାଡା ଡାଗେଟି ହାଚମି; ମା଼ ମାହାପୂରୁତି କେୟୁ ମାଙ୍ଗେ ସା଼ୟେମି କିୟାତେ, ଅ଼ଡ଼େ ଜିରୁତା ସାତ୍ରୁ ଅ଼ଡ଼େ ଡ଼ୁଗାହାଁ କା଼ଚାମାନି ଲ଼କୁ କେୟୁଟି ମାଙ୍ଗେ ଗେଲ୍ପାତେସି। 32 ଏଚେଟିଏ ମା଼ମ୍ବୁ ଜିରୁସାଲମତା ଏଜାହାଁ ଏମ୍ବାଆଁ ତୀନି ଦିନା ଜ଼ମିତମି। 33 ଏଚେଟିଏ ସା଼ରି ଦିନାତା ଏ଼ ବାଂଗାରା, ୱେଣ୍ତି ଅ଼ଡ଼େ ଗିନା ସିପା ବାରେ ମା଼ ମାହାପୂରୁ ଇଲୁତା ତୂକ୍ହାଁ ଉରିୟ ପୂଜେରା ମୀର୍ଏସି ମରେମତ୍ କେୟୁତା ହୀପ୍କି ଆ଼ତେ; ଏ଼ୱାଣି ତଲେ ପିନହସ୍ ମୀର୍ଏସି ଇଲିୟାସର ମାଚେସି; ଅ଼ଡ଼େ ଏ଼ୱାରି ତଲେ ଜେସୁୟ ମୀର୍ଏସି ଜସାବଦ୍ ଅ଼ଡ଼େ ବିନୁୟି ମୀର୍ଏସି ନୟଦିୟ, ଈ ଲେ଼ବିୟ ଲ଼କୁ ମାଚେରି; 34 ବାରେ ଆ଼ସ୍ତି ଏଜିକିହାଁ ଲେକାତଲେ ହୀୱିଆ଼ତେ ଅ଼ଡ଼େ ଏ଼ ବେ଼ଲାତା ଏ଼ ବାରେତି ବ଼ଜୁ ରା଼ସ୍କି ଆ଼ତେ।
35 ବାବିଲ ଦେ଼ସାଟି ୱେଣ୍ତା ୱା଼ହାମାନି ବାରେ ଇସ୍ରାୟେଲ ମୀର୍କା ତାକି ଇସ୍ରାୟେଲତି ମାହାପୂରୁକି ହିଚୁତା ହୂଡିନି ପୂଜା ଲେହେଁ ବା଼ରଗଟା କ଼ଡିୟାଁ, ସା଼ରି କ଼ଡ଼ି ସ଼ଡ଼ଗଟା ମେ଼ଣ୍ତାୟାଁ, ତୀନି କ଼ଡ଼ି ସତରଗଟା ମେ଼ଣ୍ତା ଡା଼ଲ୍କା, ପା଼ପୁତି ପୂଜା ତାକି ବା଼ରଗଟା ବକ୍ଡ଼ା ଗରିୟାଁ ହେର୍ପିତେରି; ଈ ବାରେ ପ୍ରବୁକି ହିଚୁତା ହୂଡିନି ପୂଜା ମାଚେ। 36 ଏଚେଟିଏ ଏ଼ୱାରି କାଡା ଆତାଲାତି ରାଜା ତଲେ କାମା କିନାରି ଅ଼ଡ଼େ ଦେ଼ସାତି କାଜାରି କେୟୁତା ରାଜାତି ହୁକୁମି ଆ଼କୁ ହେର୍ପିତେରି; ଏଚେଟିଏ ଏ଼ୱାରି ଲ଼କୁ ତାକି ଅ଼ଡ଼େ ମାହାପୂରୁ ଇଲୁ କାମାତାକି ସା଼ୟେମି କିତେରି।