ଜୀସୁ ତାନି ଦୁକୁ ବେଟାଆ଼ନାଣି ଅ଼ଡ଼େ ହା଼ନାଣି ୱେହ୍ନାୟି
21 ଏଚିବେ଼ଲାଟିଏ ଜୀସୁ ତାନି ସୀସୁୟାଁଣି ୱେସାଲି ମା଼ଟ୍ହେସି, ନା଼ନୁ ଜିରୁସାଲମତା ହାନାୟିମାନେ, ଇଞ୍ଜାଁ ପ୍ରାଚିନାଙ୍ଗା, କାଜା ପୂଜେରାଙ୍ଗା ଅ଼ଡ଼େ ମେ଼ରାପୁନାରି ତା଼ଣାଟି ହା଼ରେକା ଦୁକୁ ବେଟାଆ଼ହାଁ ହା଼ନାୟି ମାନେ, ଇଞ୍ଜାଁ ତୀନି ଦିନାଟିଏ ୱେଣ୍ତେ ନିଙ୍ଗିନାୟି ମାନେ ।