ମାପୁରୁଦି ଉଣ୍ତିଙ୍ଗ୍ ପାଉଲ୍ତି ଦନ୍ୟବାଦ
3 ରାଦୁ, ମା ମାପୁରୁ ଜିସୁ କ୍ରିସ୍ତଦି ବୁବା, ଦୟାକିନିକାନ୍ ମାରି ୱିଜେରିଙ୍ଗ୍ ସାକାକିନିକାନ୍, ମାପୁରୁଙ୍ଗୁଁ ଦନ୍ୟବାଦ୍ ଜାଣେକିନାଟ୍ । 4 ମା ଦୁକ୍ କାସ୍ଟୁ ବେଡ଼ାଦୁ ୱାନ୍ ମାଙ୍ଗିଁ ଏମେ ସାନ୍ତି ସିନାନ୍, ଆୟା ସାନ୍ତି ଦାନ୍ ମାଡ଼ୁ ଦୁଃକ୍କାଷ୍ଟୁ ପୟ୍ଜିମାନି ଆଇୱାରିଙ୍ଗ୍ ସାନ୍ତି ସିଦେଙ୍ଗ୍ ଆଟିନିକା । 5 ମାଡୁ କ୍ରିସ୍ତଦି ନାଣ୍ତ ଦୁକ୍ବୋଗଦୁ ମିସାତିମାନିଙ୍ଗ୍ କ୍ରିସ୍ତଦି ସାକାଦାନ୍ ମାପୁରୁଦି ନାଣ୍ତସାନ୍ତିଦୁ ବା ମିସାଦେଙ୍ଗ୍ ଆଟ୍ନିକା । 6 ମାଡୁ ଜଦି ଏମେ ଦୁଃକ୍ବୋଗ୍ କିନିକା, ଆକା ମି ନେଗିତାନିଙ୍ଗ୍ ମାରି ରକ୍ୟାଦି ଉଣ୍ତିଙ୍ଗ୍ । ମାପୁ ସାନ୍ତିପୋୟ୍ତିଙ୍ଗ୍, ମିର୍ ବା ଆୟାୱାଜା ଆଟୁୱାଦାନ୍ ଦୁକ୍ ବୋଗକିନି ଉଣ୍ତିଙ୍ଗ୍ ସାନ୍ତି ମାରି ସାକ୍ତି ପୟ୍ନିଦେର୍ । 7 ମି ବିସୟ୍ତାନ୍ ମା ଆସା ମାନାତ୍ । ମାପୁ ନେସ୍ନାପ୍, ମିର୍ ମା ଦୁକ୍କାଷ୍ଟୁଦୁ ଏଣ୍ତେସ୍ ମିସାଜିନିଦେର୍, ଆୟାୱାଜା ମା ସାନ୍ତିଦୁ ବା ମିସାଦୁ ।