ଅଡ଼ିନି ଗଡ଼ା ସାଲାକିନିକାନ୍
11 ତାନିୱେନ୍କା ନାନୁ ସୁଡ଼ୁତା, ମୁସ୍କୁପୁର୍ତି ସେର୍ଲା ରେଆତାତ୍ ମାରି ଆବେନୁ ଉନ୍ଡ୍ରି ଅଡ଼ିନି ଗଡ଼ା । ତାନିଙ୍ଗ୍ ସାଲାକିନିକାନ୍ ବିସ୍ବାସ୍ତିକାନ୍ ମାରି ସତ୍ତି ଦରୁଦାନ୍ ଜାଣାସିନା । ୱାନି ବିଚାର୍ ନ୍ୟାୟ୍ତିକା ମାରି ୱାନ୍ ଦାର୍ମୁଜୁଦଦୁ ମିସାନାନ୍ । 12 ୱାନି କାଣୁକୁ ସିସୁଡ଼ିବୁ ୱାଜା ମାରି ୱାନି ତାଲାଦୁ ନାଣ୍ତ ମୁକୁଟ୍କୁ ମାରେଏ । ୱାନି ମୁସୁକୁ ଉନ୍ଡ୍ରି ଦରୁ ରାସାତାମାରାତ୍, ମାତର୍ ଆକା ଇନିକା, ୱାନିଙ୍ଗ୍ ଡ଼ିସ୍ତିଙ୍ଗ୍ ମାରି ଏନ୍ ନେସ୍ଏନ୍ । 13 ୱାନ୍ ଆରାତିମାନି ଆଙ୍ଗିଁ ନେତେର୍ ଆତାମାରାତ୍ । ୱାନ୍ "ମାପୁରୁଦି ବାକ୍ୟ" ଇଜି ୱିଙ୍ଗିଁତାନ୍ । 14 ମୁସ୍କୁପୁର୍ତି ସୌନ୍ୟଦଲ୍, ନେଗିକାର୍, ଅଡ଼ିନିକା, ଅଡ଼ିନିଆଙ୍ଗିଁ ଆରାଜି, ଅଡ଼ିନି ଗଡ଼ାମୁସୁକୁ ଏକ୍ସି ୱାନି ୱେନ୍କା ସଲିସ୍ମାର୍ଆର୍ । 15 ୱାନି ୱେୟୁଦାନ୍ ଉନ୍ଡ୍ରି ଦାରାଦି କାଣ୍ତା ସୋସିମାରାତ୍ । ତାନି ସାହାଜ୍ୟଦାନ୍ ୱାନ୍ ଦୁନିଆଦି ୱିଜୁ ଜାତିଦିଙ୍ଗ୍ ସାପିସ୍ କିନାନ୍ । ମାରି ୱାରିଙ୍ଗ୍ ୱାଦ୍ ଲୁୱା ଦଣ୍ତତାନ୍ ସାସନ୍ କିନାନ୍ ମାରି ସର୍ବସାକ୍ତିମାନ୍ ମାପୁରୁଦି ନାଣ୍ତରିସାନାନି ଅଙ୍ଗୁର୍ତିଙ୍ଗ୍ ୱାନ୍ ପିର୍ନି କୁଣ୍ତିଦୁ ନିଜେ ପିର୍ଜି ଅଙ୍ଗୁର୍ରସ୍ ସୋପ୍ନାନ୍ । 16 ୱାନି ଆଙ୍ଗିଁ ମୁସୁକୁ ମାରି କୁରୁଗୁଦୁ ଦେସ୍ତାନ୍ ରାସାତାମାରାତ୍, "ରାଜାରି ରାଜା ମାରି ପ୍ରବୁରି ପ୍ରବୁ ।"
17 ୱିଜୁଦିନ୍ ନାନୁ ସୁଡ଼ୁତା, ମାରି ଅରେନ୍ ମୁସ୍କୁପୁର୍ତି ଦୁତ୍ ୱେଡ଼ା ମୁସୁକୁ ନିର୍ଆମାନାନ୍ । ବାଦଡ଼୍ଦୁ ଇମିଜିମାନି ୱିଜୁ ପୋଟିଙ୍ଗାଁ ୱାନ୍ ନାଣ୍ତ ଆଉଲି ଆଜି ଇର୍ହାନ୍, "ରାଦୁ, ମାପୁରୁଦି ପେରିବଜିଦୁ ସନି ଉଣ୍ତିଙ୍ଗ୍ ୱିଜୁ ଉନ୍ଡ୍ରେମାନୁ ଆଦୁ । 18 ରାଜା, ପ୍ରଜା, ସୌନ୍ୟ, ସୋନ୍ୟରିପେରିକାନ୍, ଗଡ଼ା, ଗଡ଼ା ସାଲାକିନିକାର୍, ପାଣିକିନି ସାକର୍, ମୁକୁଡ଼ାତିକାନ୍, ପେରିକାନ୍ ମାରି ଇସ୍ରିୱାରି ଲୋକା ୱିଜେରି କାଣ୍ତା ୱାଜି ତିନ୍ଡ୍ରୁ ।"
19 ତାନିୱେନ୍କା ନାନୁ ସୁଡ଼ୁତା, ଆୟା ଗଡ଼ା ସାଲାକିନିକାନ୍ ମାରି ୱାରି ସୌନ୍ୟଦଲ୍ତି ବିରୁଦ୍ତାନ୍ ଜୁଦକିନି ଉଣ୍ତିଙ୍ଗ୍ ଆୟା ପସୁ ମାରି ଦୁନିଆଦି ୱିଜେରେ ରାଜାର୍ ମାରି ୱାରି ସୌନ୍ୟଦଲ୍ ଏକଜୁଟ୍ ଆତାର୍ । 20 ଆୟା ଜୁଦଦୁ ପସୁ ମାରି ଆୟା ଆଗ୍ଡ଼ି କାବାଆନି ପାଣି କିଜିମାନି ଆୟା ବଣ୍ତବାବବାଦି ଦାରାପଡ଼ାଜି ତରାତାନ୍ । ଏମେୱାରିମାନୁ ପସୁଦି ସିନା ମାର୍ଆତ୍ ମାରି ଏମେକାର୍ ତାନି ବମାଦିଙ୍ଗ୍ ପୁଜା କିଜିମାର୍ଆର୍ । ପସୁ ତାନି କାବା ଆନିପାଣିଦାନ୍ ୱାରିଙ୍ଗ୍ ବେମ୍ରି କିଜିମାର୍ଆତ୍ ପସୁ ମାରି ଆୟା ବଣ୍ତବାବବାଦି ଗନ୍ଧକ କାସ୍ସିମାନି ସିସୁଦି ସାମ୍ଦୁର୍ଦୁ ଜିବନ୍ତାନ୍ ପୋକାୟ୍ ଆତାନ୍ । 21 ମାରି ୱାରି ସୌନ୍ୟଦଲ୍ ଗଡ଼ା ସାଲାକିନିକାର୍ ୱେୟୁଦାନ୍ ସୋସିମାନି କାଣ୍ତାଦାନ୍ ସାତାର୍; ଆବେନୁ ବାଦଡ଼୍ତି ପୋଟିଙ୍ଗ୍ ୱାରି କାଣ୍ତା ତିନିଜି ପଟା ପାଜିତେ ।