29 ଜିସୁ ୱାନିଙ୍ଗ୍ ଇର୍ହାନ୍, "ନିନ୍ ଇନିକା ନାଙ୍ଗିଁ ସୁଡ଼ୁତିଙ୍ଗ୍ ବିସ୍ବାସ୍ କିତିମାନି ? ମାତର୍ ଏର୍ ସୁଡ଼ୁଏଣ୍ଗା ବିସ୍ବାସ୍ କିତାମାନାର୍, ୱାର୍ ଦନ୍ୟ ।"
ଇୟା ବଇଦି ଉଦେସ୍
30 ଜିସୁ ସିସୁରି ଆଗ୍ଡ଼ି ଇୟାୱାଜା ଏସ ମାରି ଇନିଇନି ଜାତିଦି କାବାଆନି ପାଣି କିତାନ୍, ଆୟାୱିଜୁ ଇୟା ବଇଦୁ ରାସାଏତ୍; 31 ମାତର୍ ମିର୍ ଏଣ୍ତେସ୍ ବିସ୍ବାସ୍ କିଦୁ ଜେ, ଜିସୁ ମାପୁରୁଦି ମାରିନ୍ ମସିହ, ମାରି ବିସ୍ବାସ୍ କିଜ ଏଣ୍ତେସ୍ ମିର୍ ୱାନି ଦର୍ତାନ୍ ଜିବନ୍ ପୟ୍ଦୁ, ଇୟାଉଣ୍ତିଙ୍ଗ୍ ଇୟାୱିଜୁ ରସାତାମାନାତ୍ ।