ଜିସୁ ପାର୍ତୁମ୍ ସିସୁରିଙ୍ଗ୍ କୁକ୍ତାନ୍
1 ୫:୧ ମାତିଉ ୧୩:୧,୨; ମାର୍କ ୩:୯,୧୦; ୪:୧. ଅର୍ଲେନ୍ ଜିସୁ ଗିନେସରତ ଗାଡା ପାଡ଼ି ନିର୍ଆ ମାର୍ହାନ୍, ମାରି ଲୋକୁ ମାପୁରୁଦି ବାକ୍ୟ ୱେନ୍ଣ୍ତ୍ରେଙ୍ଗ୍ ୱାନି ମୁସ୍କୁ ମାଟ୍ସିସାଜି ମାର୍ଆର୍ । 2 ମାରି, ଜିସୁ ଗାଡାପାଡ଼ି ରୁଣ୍ତି ଡଙ୍ଗେଆଙ୍ଗ୍ ମାନିକା ସୁଡ଼ୁତାନ୍; ମିନୁକୁଆସ୍ନିକାର୍ ଆବେଟ୍କୁ ରେସିୱାଜି ଜାଡ଼ି ନର୍ଜି ମାର୍ହାର୍ । 3 ଆୟା ଡଙ୍ଗେଆଙ୍ଗ୍ ମାଣ୍କୁ ଏମେମାନୁ ସିମୋନ୍ତିଦି ମାର୍ହାତ୍, ଆବେନୁ ଜିସୁ ଏକ୍ସି ଆଡ୍ଗିରାନ୍ କାଣ୍ତେକ୍ ଆକ ସନି ଉଣ୍ତିଙ୍ଗ୍ ୱାନିଙ୍ଗ୍ ୱେର୍ତାନ୍; ମାରି, ୱାନ୍ ଡଙ୍ଗାଁଦୁ ବାସ୍ସି ଲୋକାଙ୍ଗ୍ ସିକିୟା ସିଦେଙ୍ଗ୍ ଆସ୍ତାନ୍ ।
4 ଜିସୁ ମାଟା ଇଣ୍ତ୍ରେଙ୍ଗ୍ ୱିସ୍ସି ସିମୋନ୍ତିଙ୍ଗ୍ ଇର୍ହାନ୍, "ନିର୍ଇଗୁମିଦୁ ସୋଲ୍ସ ମିନ୍କୁ ଆସ୍ନି ଉଣ୍ତିଙ୍ଗ୍ ମି ଜାଡ଼ି ପୋକ୍ତୁ ।"
5 ୫:୫ ଜୋହନ ୨୧:୩. ସିମୋନ୍ ଇର୍ଆନ୍, "ଏ ଗୁରୁ, ମାପ୍ ନାଡାୱିଗ୍ଜି ୱାନ୍ଦ୍ଜି ଏସୋବା ଆସ୍ଏତାପ୍; ମାତର୍ ନି ମାଟାଦାନ୍ ନାନ୍ ଜାଡ଼ି ପୋକ୍ନା ।" 6 ୫:୬ ଜୋହନ ୨୧:୬.ମାରି, ୱାର୍ ଜାଡ଼ି ପୋକ୍ସି ନାଣ୍ତ ମିନ୍କୁ ଆସ୍ତାର୍, ମାରି ୱାରି ଜାଡ଼ି ତେଉଦେଙ୍ଗ୍ ଆସ୍ତାତ୍ । 7 ଆବେନୁ ୱାରି ଏମେ ସାଙ୍ଗର୍ ଆଇ ଡଙ୍ଗାଁଦୁ ମାର୍ଆର୍, ୱାର୍ ଏଣ୍ତେସ୍ ୱାଜି ସାହାଜ୍ୟ କିନାର୍, ଆୟା ଉଣ୍ତିଙ୍ଗ୍ ୱାର୍ ୱାରିଙ୍ଗ୍ କୁକ୍ତାର୍ । ଆବେଟ୍ ୱାର୍ ୱାଜି ରୁଣ୍ତି ଡଙ୍ଗେଆଙ୍ଗାଁ ଇୟାୱାଜା ମିନ୍କୁ ଆସ୍ସି ବର୍ତି କିତାର୍ ଜେ, ରୁଣ୍ତି ଡଙ୍ଗେଆଙ୍ଗ୍ ମୁଡ଼ୁଗିତି ୱାଜା ଆତେ । 8 ମାତର୍ ସିମୋନ ପିତର୍ ଇକା ସୁଡ଼ୁଜି ଜିସୁଦି କାଲ୍କା ଆଡ୍ଗି ପାଡ଼୍ଗିଜି ଇର୍ହାର୍, "ଏ ପ୍ରବୁ, ନା ଲାକ୍ତୁରାନ୍ ନିନ୍ ସାଙ୍ଗ୍ଆ, ଇରିଙ୍ଗ୍ ନାନ୍ ଅରେନ୍ ପାପି ଲୋକୁ ।"
9 ଇରିଙ୍ଗ୍ ୱାର୍ ଆୟା ଦାପ୍ରେ ନିସା ମିନ୍କୁ ଆସ୍ତାମାର୍ହାର୍ ଜେ, ଆକା ସୁଡ଼ୁଜି ୱାନ୍ ମାରି ୱାରି ତଡ଼୍କୁ ୱିଜେରେ କାବାତା ସର୍ହାର୍; 10 ମାରି, ଜେବଦିରି ରିଏର୍ ମାର୍ସିର୍ ଜାକୁବ ମାରି ଜୋହନ, ଏର୍ ସିମୋନ୍ତି ୱାଲେ ମାର୍ହାର୍, ୱାନ୍ ବା ଆୟାୱାଜା କାବାତା ସୋର୍ଆର୍ । ମାରି, ଜିସୁ ସିମୋନତିଙ୍ଗ୍ ଇର୍ହାନ୍, "ତିଲାମା, ନେର୍ହାନ୍ ନିନ୍ ମିନ୍କୁ ଆସ୍ନି ବାଦ୍ଲୁ ଲୋକାଙ୍ଗ୍ ମାପୁରୁ ଲାକ୍ତୁ ତାନି ।"
11 ତାନେ ୱେନ୍କା ୱାର୍ ଡଙ୍ଗେଆଙ୍ଗ୍ ପାଡ଼ିତାସି ୱିଜୁ ଡ଼ିସ୍ସି ଜିସୁୱାଲେ ୱାଲେ ସର୍ହାର୍ ।