25 ନାସ୍ତିୱାଲେ ବାର ବାର୍ସେକ୍ ସାନ୍ଦି ସୁତୁକ୍ ଆନି ରୋଗ୍ ଆସ୍ତି ଆଇମା ମାରାଆତ୍, 26 ଆମାକାତ୍ କି ନାଣ୍ତ ଦୁକ୍ ବଗାଜି ଡାକ୍ତର୍କା ମାଣ୍କୁ ସେବା କିଆଇଆଜି ତାନେ ୱିଜୁ ଡାବୁଙ୍ଗୁଁ ୱିସ୍ତା ମାର୍ଆତ୍, ମାତର୍ ଏମେକାବା ନେଗେଣ୍ତ୍ ଆଏଣ୍ତା ନାଣ୍ତନେ ରୋଗ୍ ଆଜିମାର୍ହାତ୍, 27 ୱାଦୁ ଜିସୁ ବିସୟ୍ତାନ୍ ୱେର୍ଆଦୋ ନାଣ୍ତ ଲୋକୁ ଲୋଇରାନ୍ ୱେନ୍କା ସାରି ୱାତାଦୋ ୱାନି ୱାତି ଜାଲିଦିଙ୍ଗ୍ ମୁଟ୍ତାତ୍, ଇରିଙ୍ଗ୍ ୱାଦ୍ ଇଜିମାର୍ଆତ୍, 28 "ନାନୁ ଜିସୁ ୱାତି ମୁଟ୍ତିଙ୍ଗ୍ ନେଗେନ୍ ଆନା ।"
29 ଆୟା ଆଇମା ୱାନି ୱାତି ମୁଟ୍ତି ଦାପ୍ରେ ତାନି ସୁତୁକ୍ ଆନି ରୋଗ୍ ଡ଼ିସ୍ତାତ୍, ମାରି ଆୟା ଆଇମା ନାନ୍ ନେଗେନ୍ ଆତା ଇଜି, ମେନ୍ଦଲ୍ତୁ ନେସ୍ତେଙ୍ଗ୍ ଆଟ୍ତାତ୍ । 30 ଆୟାୱେନ୍କା ଜିସୁ ୱାନି ଲୋଇରାନ୍ ସାକ୍ତି ସହସି ସନିକା ନେସ୍ତାନ୍ନୋ ଲୋକୁ ଗହଳି ତରିଣ୍ତ୍ ମାର୍ତାନ୍ନୋ ୱେନ୍ବାତାନ୍, ଏନ୍ ନା ୱାତି ମୁଟ୍ତାନ୍ ?
31 ୱାନି ସିସୁର୍ ଇର୍ହାର୍, "ନିନ୍ତୋ ସୁଡ୍ଜିନି, ଲୋକ୍ଡର୍ ନି ସାରିବେଡ୍ତି ମାଟ୍ସି ସାଜିନାର୍, ମାରି ନିନ୍ ଇଜିନି, ଏନ୍ ନାଂଇ ମୁଟ୍ତାନ୍ ?"
32 ମାତର୍ ଏନ୍ ନାଂଇ ମୁଟ୍ତାନ୍, ନେସ୍ନି ଉଣ୍ତିଙ୍ଗ୍ ୱାନ୍ ସାରିବେଡ଼୍ତି ସୁଡ଼ୁଦେଙ୍ଗ୍ଆସ୍ତାନ୍ । 33 ୱିଜୁ ତାନେଙ୍ଗ୍ ଇନିକା ଆତାତ୍ଆକା ନେସ୍ତାଦୋ ଆୟା ଆଇମା ତିଲାଜି ତିରଗ୍ଜି ତିର୍ଗ୍ଜି ୱାତାଦୋ ଜିସୁ କାଲ୍କା ଆଡ୍ଗି ମେଣ୍ତେଙ୍ଗ୍ ଗଟ୍କିଜି ୱିଜୁ ସତ୍ ମାଟା ୱେର୍ତାତ୍ । 34 ଜିସୁ ତାନିଙ୍ଗ୍ ଇର୍ଆନ୍, ଗାଡ଼ି, ନି ବିସ୍ବାସ୍ ନିଙ୍ଗିଁ ନେଗେନ୍ କିତାମାନାତ୍; ସାନ୍ତିଦାନ୍ ସାଙ୍ଗ୍ଆ ମାରି ନି ରୋଗ୍ତାନ୍ ନେଗେନ୍ ଆଜ ମାନ୍ଆ ।