ପତି ଆରି ମେଣ୍ଡାହିମ୍ଣା
1 ତା ପାଚେ ଆନ୍ ଗାଦିତ କୁଚ୍ଚି ମାନି ମାନାୟ୍ତିଂ ବୁଜ୍ଣି କେଇଦ ର ପତିତ ହୁଡ଼୍ତାଂ, ହେଦାଂ ରିକଣ୍ଡାଂ ଲେକାତାତ୍ନା ଆରି ସାତ୍ଗଟା ଚିନ୍ତ ହେଦାଂ ଚିନ୍ ଇଟ୍ୟାଜ଼ି ମାଚାତ୍ । 2 ଆରେ ଆନ୍ ର ସାକ୍ତିକାଟି ଦୁତ୍ତିଂ ହୁଡ଼୍ତାଂ; ହେଦେଲ୍ ଗାଜା କାଟ୍ତାଂ ସୁଣାୟ୍ କିଜ଼ି ଇଞ୍ଜି ମାଚାତ୍, "ଇନେର୍ ଇ ଚିନ୍ ସବୁତିଂ ଡ୍ରିକ୍ଚି ପତି ଜେତେଙ୍ଗ୍ କାଜିଂ ଇନେର୍ ଜଗ୍ ମୁଣିକା ମାଚିସ୍, ହସି ୱାଏର୍ ।"