ଆବୁଆଃ ମନ୍ରେ ଆଡ଼ାଃଉଡ଼ୁଃ
14 ଆବୁ ସାରିତାନାବୁ, ଆନ୍ଚୁ ଆତ୍ମିକ୍ ତାନାଃ, ମେନ୍ଦ ଆଇଙ୍ଗ୍ ଆତ୍ମିକ୍ ହଡ଼ ନାହାଁଲିଙ୍ଗ୍ । ଆଇଙ୍ଗ୍ ପାପ୍ତାଃରେ ଦାସି ଲେକାଇଙ୍ଗ୍ ଆଖ୍ରିଙ୍ଗ୍କାନା । 15 ୭:୧୫ ଗାଲାତିୟ ୫:୧୭.ଆଇଙ୍ଗ୍ ଚିନାଃ ରିକାତାନ୍ତେୟାଃ କାଇଙ୍ଗ୍ ଆଟ୍କାର୍ଉରୁମେ ତାନା । ଆଇଙ୍ଗ୍ ଅକ୍ନାଃ କାମି ସାନାଙ୍ଗ୍ତାନ୍ତେୟାଃ କାଇଙ୍ଗ୍ କାମିତାନା ମେନ୍ଦ ଅକ୍ନାଃ ହିଲାଙ୍ଗ୍ତାନ୍ତେୟାଃ କାମିତାନା । 16 ଅକଆଃ ରିକାତାନା, ଏନା ଆଇଁୟାଃ ଇଛା ସାନାଙ୍ଗ୍ ବିରୁଧ୍ରେ ରିକା ତାନାଇଙ୍ଗ୍, ଏନାମେନ୍ତେ ଆନ୍ଚୁ ବୁଗିନାଃ ମେନ୍ତେ ଆଟ୍କାରେତାନା । 17 ଏନାତେ ଏନ୍ କାମି ଆଇଙ୍ଗ୍ କାଇଙ୍ଗ୍ ରିକାତାନା ମେନ୍ଦ ଆଇଁୟାଃ ମନ୍ ଭିତାର୍ରେ ତାଇନ୍ତାନ୍ ପାପ୍ ଏନାକେ ରିକାତାନା ।