24 ଏଟା ତମର୍ ପାଇ ବଲିଅଇରଇବା ମର୍ ଗାଗଡ୍, ମକେ ଏତାଇବାକେ ଏନ୍ତାର୍ କରା । 25 ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା "ଏ ମୁତା ପର୍ମେସରର୍ ନୁଆ ରାଜିନାମା, ଜନ୍ଟା କି ମର୍ ନିଜର୍ ବନି ଦେଲାକେ, ଟିକ୍ ଅଇଲା ।"
26 ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା । 27 ଏଟାର୍ ଅରତ୍ ଅଇଲାନି, ଜେ ଜଦି ମାପ୍ରୁକେ ସନ୍ମାନ୍ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍ସି, ସେ ମାପ୍ରୁର୍ ଗାଗଡ୍ ଆରି ବନିର୍ ବିରୁଦେ ପାପ୍ କଲାନି । 28 ସେଟାର୍ପାଇଁ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।