ପର୍ମେସରର୍ ଗିଆନ୍
6 ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ । 7 ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା ।