ବିବା ବିସଇରେ ନିୟମ୍
1 ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ? 2 ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ । 3 ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । 4 ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ । 5 ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।